ଧର୍ମେନ୍ଦ୍ରଙ୍କ ଅନୁଭବ ଓ ଅଭିଜ୍ଞତାକୁ ପାଥେୟ କରି କର୍ଣ୍ଣାଟକର ମହାସଂଗ୍ରାମ ଲଢ଼ାଯିବ। ୨୦୨୩ ସେମିଫାଇନାଲ ଭାବେ ପରିଗଣିତ ହେଉଥିବା କର୍ଣ୍ଣାଟକ ପାଇଁ ଧର୍ମେନ୍ଦ୍ର ସାଜିବେ ସେନାପତି । ଆଜି କର୍ଣ୍ଣାଟକ ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ନିର୍ବାଚନ ପରିଚାଳନାରେ ଧୂରୀଣ, ଧର୍ମେନ୍ଦ୍ରଙ୍କ ଉପରେ ପୁଣି ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରି ଶୀର୍ଷ ନେତୃତ୍ବ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରଭାରୀ ଦାୟିତ୍ବ ମିଳିଲା କେନ୍ଦ୍ରମନ୍ତ୍ରୀଙ୍କୁ

ଅର୍ଗସ ବ୍ୟୁରୋ : ନୂଆ ଦାୟିତ୍ବ ନେବାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା । କର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରଭାରୀ ଦାୟିତ୍ବ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ରାଜ୍ୟ ବିଜେପି ନେତା ଏବଂ କର୍ମୀ । କର୍ଣ୍ଣାଟକରେ କମଳ ଫୁଟାଇବା ଦିଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଜିବେ କର୍ଣ୍ଣାଧାର ।
Download Argus News App
