ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବୀ ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି, ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରୁଛି । ତୃଣମୂଳ ସ୍ତରରେ ନିଜର ଦୃଢ଼ ଦଖଲ ଓ ରାଜନୈତିକ ଦକ୍ଷତା ପାଇଁ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧିତ୍ୱ ତାଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା, ମୋଦୀ ଗ୍ୟାରେଣ୍ଟି, ମାଟିର ସୁଯୋଗ୍ୟ ସନ୍ତାନ ତଥା ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀଙ୍କ ଆଧିପତ୍ୟକୁ ଅଧିକ ସୁଦୃଢ଼ କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: