ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ପାଣି ପାଇଁ ହାହାକାର । ଗଞ୍ଜାମ ସୋରଡ଼ାରେ ଘର ଆଗରେ ଖାଲି ହାଣ୍ଡି, ମାଠିଆ, ବାଲଟି ରଖି ନେତାଙ୍କୁ ବିରୋଧ କରୁଛନ୍ତି ଜନତା । ହଟହଟା ହୋଇଥିଲେ ପ୍ରଚାର କରିବାକୁ ଯାଇଥିବା ବିଜେଡି ବିଧାୟକ ପୂର୍ଣ ସ୍ବାଇଁ । ଏଥର ପୂର୍ଣ୍ଣଙ୍କ ପତ୍ନୀଙ୍କୁ ମିଳିଛି ଟିକେଟ୍ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳି ବଡ଼ଖଣ୍ଡି ପଂଚାୟତର ଦୃଶ୍ୟ। ଯେଉଁଠି ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା ।
ଇଏ ସାରା ରାଜ୍ୟର ସ୍ଥିତି । ଖରା ଦିନରେ ସାରା ଓଡ଼ିଶାରେ ମହିଳାଙ୍କ ମୁଣ୍ଡ ଓ କାଖରେ ଗରା-ମାଠିଆ । ଲୋକଙ୍କୁ ପାଣି ନ ମିଳିବା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ । ରାଜ୍ୟର 207ଟି ମେଗା ପାଇପ୍ ଜଳ ପ୍ରକଳ୍ପ ମଧ୍ୟରୁ ମାତ୍ର 16ଟି ପ୍ରକଳ୍ପ ହିଁ କାର୍ଯ୍ୟକ୍ଷମ ହୋଇଛି । 2 ମାସ ତଳେ ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ । ରାଜ୍ୟର ମୋଟ 30,615 ଗାଁକୁ ହୋଇନାହିଁ ପାଣି ଟ୍ୟାପ୍ ସଂଯୋଗ । ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା। ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ।
ଆହୁରି ପଢନ୍ତୁ ଓଡିଶା ଖବର...