ତାହା ବି ଫ୍ଲୋରାଇଡ୍ ମିଶା । ବାଧ୍ୟ ହୋଇ କୂଅରୁ ଦୂଷିତ ପାଣି ପିଉଛନ୍ତି ଲୋକେ । ସେହିପରି ଏ ଅନୁଗୁଳ ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତର ମନୋରବେଢ଼ା ଗାଁ । ଯେଉଁଠି ଆଜି ବି ପିଇବା ପାଣି ମୁନ୍ଦାଏ ପାଇଁ ମହିଳା ମାନଙ୍କୁ ଭୋଗିବାକୁ ପଡୁଛି ନାହଁ ନଥିବା କଷ୍ଟ । ମାଇଲ ମାଇଲ ବାଟ ଚାଲିକି ଯିବାକୁ ପଡୁଛି ଏମାନଙ୍କୁ । ପଥରକୁ ଏଡ଼ାଇ ଚୁଆ ଖୋଳି କାଢ଼ିବାକୁ ପଡୁଛି ପାଣି । ଚୁଆ ଖୋଳି ପାଣିକୁ ଗରା, ବାଲ୍ଟି ଉପରେ କପଡ଼ା ପକାଇ ଛାଣିବାକୁ ପଡୁଛି । ପରେ ପାଣିକୁ ଧରି ଗାଁକୁ ଆସୁଛନ୍ତି ମହିଳା ଓ ପୁରୁଷ ମାନେ । ଆଉ ସେପଟେ ହାତୀର ଭୟ । ହାତୀ ଚଲା ସମୟରେ ପାଣି ଆଣିବାକୁ ଯାଇ ହେଉନି । ଦୀର୍ଘ ୨୫ ବର୍ଷ ଧରି ଗାଁର ୮୦ ପରିବାର ଭୋଗୁଛନ୍ତି ଏ ଦୁର୍ଦ୍ଦଶା । ବିଜେଡି ସରକାରର ଅପାରଗତା କାରଣରୁ ଓଡ଼ିଶାବାସୀ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା । ଅନ୍ୟପଟେ ଅପରାଗତା ଲୁଚାଇବାକୁ ସରକାର ମାଳ ମାଳ ମିଛ ପ୍ରଚାରରେ ବ୍ୟସ୍ତ ।