ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ କାଟ୍ । ଜରୁରୀ କାଳୀନ ବିଭାଗରେ ସଂନ୍ଧ୍ୟା 5 ଟା 30 ରୁ ଘଣ୍ଟାଏ ଲାଇନ କାଟ୍ ହୋଇଥିବା ସୂଚନା ରହିଛି । ଦୁଇ ଘଣ୍ଟା ଚିକିତ୍ସାଳୟ ଅନ୍ଧାର ହୋଇଛି । ବିଭାଗକୁ ସଂଯୋଗ ହୋଇଥିବା ମୁଖ୍ୟ କେବୁଲ୍ ତାର ବଦଳାଯାଇଥିବା ନେଇ ବିଦ୍ୟୁତ୍ କାଟ୍ କରାଯାଇଥିଲା । କେବଳ ଜରୁରୀକାଳୀନ ଓ୍ବାର୍ଡ ବ୍ୟତିତ ଅନ୍ୟ ସମସ୍ତ ଓ୍ବାର୍ଡରେ ବିଦ୍ୟୁତ୍ ରହିଥିବା ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଜଣେ ଓଡିଆ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲା ହେବା ସହିତ ଚାରି ଦ୍ୱାର ଖୋଲାଯିବ । ଓଡିଆ ଅସ୍ମିତାର ସୁରକ୍ଷା ହେବ ଆମର ପ୍ରାଥମିକତା । ରାଜ୍ୟ ବିକାଶରେ ବାଧକ ସାଜିଥିବା ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ କାଲି ଶେଷ ହୋଇଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ଆସନ୍ତା ୨୫ ତାରିଖ ଏବଂ ଜୁନ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ । ଏହି ପରିପ୍ରେକ୍ଷୀରେ ବିଜେପିର ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।
ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଅରୁଣ ଗୋଭିଲ ଆଜି ଓଡିଶା ଆସୁଛନ୍ତି।ଆଜି ୧୦.୪୫ରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ଣ ୧୨.୧୫ରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ । ଗୋଭିଲ ଅପରାହ୍ନ ୧.୩୦ରେ ଢେଙ୍କାନାଳଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଗୋଭିଲ ଅପରାହ୍ନ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 26 ଓ 28ରେ ହେବ ପୁନଃ ମତଦାନ । ଆସନ୍ତାକାଲି ପୁନର୍ବାର ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳର ଦୁଇ ବୁଥରେ ହିଂସା ଓ ବୁଥ ରିଗିଂ ଉଦ୍ୟମ ଅଭିଯୋଗ ହୋଇଥିଲା ।
କଣ୍ଟାମାଳ ମହେଶ୍ବରପିଣ୍ଡାର 28 ନମ୍ବର ବୁଥରେ ବିଜେପି କର୍ମୀ ଓ ଭୋଟରଙ୍କ ଉପରେ ଲାଠି ମାଡ଼ ସହ ରବର ବୁଲେଟ୍ ଚଳାଇଥିଲା ପୋଲିସ । ପୋଲିସ ମାଡ଼ରେ ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଥିଲେ । ବିଜେଡି ଗୁଣ୍ଡା ବୁଥରେ ପଶି ଲୋକଙ୍କୁ ବିଜେଡିରେ ଭୋଟ ଦେବାକୁ ଧମକ ଦେଉଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ଓ ଜାତୀୟ ନିର୍ବାଚନରେ ଅଭିଯୋଗ କରିଥିଲା ବିଜେପି । ପୁନଃ ମତଦାନ ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସାମ୍ନାକୁ ଆସିଲା ବିଜେଡିର ହୀନ ରାଜନୀତି । ମୃତଦେହକୁ ନେଇ ରାଜନୀତି କରୁଛି ବିଜୁ ଜନତା ଦଳ। ମୃତକଙ୍କ ନାଁରେ ମିଛ ପ୍ରଚାର କରି ବିରୋଧୀ ଦଳକୁ ବଦନାମ କରିବାକୁ ଚେଷ୍ଟା କରୁଛି ବିଜେଡି। ଅର୍ଗସ୍ କ୍ୟାମେରାରେ ହୋଇଛି ବିଜେଡି ମିଛର ପର୍ଦ୍ଦାଫାସ୍। ବିଜୁ ଜନତା ଦଳର ମୁଖା ଖୋଲି ଦେଇଛନ୍ତି ମୃତକଙ୍କ ଝିଅ ଓ ସମ୍ପର୍କୀୟ । ବୁର୍ଲା ଅଞ୍ଚଳର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କର ବୁର୍ଲା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ବୁର୍ଲା ମେଡିକାଲ ଆଣିଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୁ ଜନତା ଦଳର କିଛି ନେତା ତାଙ୍କ ଘରକୁ ଆସି ଜୋର୍ ଜବରଦସ୍ତ ମିଛ କହିବା ପାଇଁ ବାଧ୍ୟ କରିଥିଲେ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କ କାର୍ଯ୍ୟକ୍ରମକୁ ଯାଇ ମହିଳାଙ୍କ ମୃତ୍ୟୁ ହୋଇଥିବା କହିବାକୁ ବାଧ୍ୟ କରିଥିଲେ। ଏମିତିକି ବିଜେଡି ନେତା ଲେନିନ ମହାନ୍ତି ଏ ନେଇ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରିଛନ୍ତି। ମହିଳାଙ୍କ ପରିଜନ ଓ ସାହି ପଡିଶା ପ୍ରତିକ୍ରିୟା ରେ କହିଛନ୍ତି କୁନ୍ତଳା ମହାନନ୍ଦ ନାମକ 60 ବର୍ଷୀୟା ମହିଳାଙ୍କର ହୃତଘାତରେ ଦେହାନ୍ତ ହୋଇଛି । ବିଜୁ ଜନତା ଦଳର ନେତା ଏହାକୁ ନେଇ ରାଜନୀତି କରିବା ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ ମଧ୍ୟ ସମ୍ବଲପୁରରେ ସମାନ ଅପଚେଷ୍ଟା କରିଥିଲା ବିଜେଡି। ମୃତକଙ୍କ ନାଁ ନେଇ ବିଜେପିକୁ ବଦନାମ କରିବାକୁ ବିଜେଡି କରିଥିବା ମିଛ ପ୍ରଚାର ସେତେବେଳେ ମଧ୍ୟ ଧରା ପଡ଼ିଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: