ପ୍ରଥମେ ଓଡ଼ିଆ ନେତାଙ୍କୁ ଟ୍ରାଫିକ ଜଗାଇଲେ, ଜଗନ୍ନାଥଙ୍କୁ ତଳେ ପକାଇଲେ, ଲୋକଙ୍କ ଉପରକୁ ଖାଇବା ଫୋପାଡିଲେ । ଏମିତି ସବୁ ଦୃଶ୍ୟ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଆଙ୍କୁ ନିଜର ବୋଲକରା ଭାବୁଛନ୍ତି ବାବୁ ପାଣ୍ଡିଆନ । କେବଳ ନିଜେ ଭାବୁଛନ୍ତି ତାହା ନୁହେଁ ବରଂ ନବୀନଙ୍କୁ ବି ସେହି ରାସ୍ତା ଦେଇ ନେଉଛନ୍ତି । ସେଇଥି ଲାଗି ତ ନବୀନ ବାବୁ ବରପୁତ୍ରଙ୍କ ନାଁ ଭୁଲ କହୁଛନ୍ତି, ପୁଣି ପାରଳା ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଯାଉଛନ୍ତି ।
ଧୀରେ ଧୀରେ ଲୋକେ ବୁଝିଲେଣି, ପାଣ୍ଡିଆନ କେମିତି ହୀନ ଚକ୍ରାନ୍ତ କରୁଛନ୍ତି । ସେଇଥି ଲାଗି ତ ଗତକାଲି କଟକରେ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସଭାକୁ ଯାଇନଥିଲେ ଲୋକେ । ସଭାରେ ଫାଙ୍କା ପଡିଥିଲା ଶହଶହ ଚେୟାର । ପାଣ୍ଡିଆନଙ୍କ ସଭା କାର୍ଯ୍ୟ ଜାରି ରହିଥିଲା ବେଳେ ଅଧାରୁ ସଭା ଛାଡିଦେଇଥିଲେ ଶହଶହ ମହିଳା । କଟକ ଚୌଦ୍ଵାରରେ ହୋଇଥିବା ସଭାରେ ଏ ଦୃଶ୍ୟ ହିଁ ବୟାନ କରୁଛି ପାଣ୍ଡିଆନଙ୍କୁ ଗ୍ରହଣ କରୁନାହାଁନ୍ତି ସାଧାରଣ ଜନତା । ସ୍ଵାଭିମାନୀ ଓଡ଼ିଆ କିଭଳି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଗ୍ରହଣ କରୁଛନ୍ତି ଏହି ଦୃଶ୍ୟ ହିଁ ତାହା ବୟାନ କରୁଛି । କେବଳ କଟକ ନୁହେଁ ଅନେକ ସଭାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଚେୟାର ଫାଙ୍କା ପଡିଥଇବା ଦେଖିବାକୁ ମିଳିଥିଲା । ମୋଟ୍ ଉପରେ ପାଣ୍ଡିଆନ ଯେଉଁ ପରି ଭାବରେ ଓଡ଼ିଆଙ୍କୁ ଅଣଦେଖା କରୁଛନ୍ତି ତାହାକୁ ନେଇ ଏବେ ଓଡ଼ିଆଙ୍କ ମନରେ ପ୍ରବଳ ଅସନ୍ତୋଷ ।