ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ। ମୃତ ଦୁଇ ଭଉଣୀ ହେଲେ ଗୋପ ମଲ୍ଲିକଙ୍କ ଝିଅ ମୋହିନୀ କୁମାରୀ ମଲ୍ଲିକ ଓ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ବର୍ଣ୍ଣପ୍ରଭା ମଲ୍ଲିକ । ସୂଚନା ମୁତାବକ ରାହାସ ଗୁହାଳି ଗାଁ ନାଳ ର ହନୁମନ୍ତିଆ ଗଣ୍ଡରେ ଦୁଇ ଭଉଣୀ ଗାଧେଇବା କୁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ଼ ଖାସି ଯିବାରୁ ବୁଡ଼ି ଯାଇଥିଲେ ।
ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜା ଖୋଜି କରିବା ପରେ ଉଭୟଙ୍କୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଅଳକୁଣ୍ଡ ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଜିଲା ମୁଖ୍ୟ ଚିକିସ୍ଛାଳୟ ପଠାଇ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ । ବିଜେଡି ସରକାର ଉପରେ ବଢୁଛି ଲୋକଙ୍କ ଆକ୍ରୋଶ । ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ୍ ବର୍ଜନ ପାଇଁ ଲୋକଙ୍କ ଚେତାବନୀ । ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ନାକଟିଦେଉଳ ବ୍ଲକର ଗୋପାଳପୁର ଗାଁ, ଯେଉଁ ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ପାହାଡ ଜଙ୍ଗଲ ଘେରା ଗୋପାଳପୁର ଗାଁରେ ବାଟବଣା ବିକାଶ। ରାସ୍ତା କହିଲେ, ଏହି ଅଣଓସାରିଆ କଚ୍ଚା ମାଟି ରାସ୍ତା । ଖରାଦିନେ ତ ଚଳିଯାଉଛି କିନ୍ତୁ ବର୍ଷାଦିନେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ । ଏବେ ବି ଆମ୍ବୁଲାନ୍ସ ଆସିଲେ ଅଧାବାଟ ଯାଏଁ ହିଁ ଆସିପାରେ। ବାକି ବାଟ ରୋଗୀଙ୍କୁ ସେଯାଏଁ ବୋହିକରି ନେବାକୁ ପଡିଥାଏ। ପକ୍କା ସଡକଟିଏ ଗାଁକୁ ଏବେଯାଏଁ ହୋଇପାରିନି । ନା ପକ୍କା ସଡକ ଅଛି ନା ପାନୀୟ ଜଳର ବ୍ୟବସ୍ଥା ।
ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି ଗୋପାଳପୁର ଗାଁ ଲୋକେ। ଏଠାକାରା ଲୋକଙ୍କ ପାଇଁ ପକ୍କାଘର ସ୍ବପ୍ନ । ମୁଣ୍ଡ ଗୁଞ୍ଜିବାକୁ ସାହାରା ଏହି ଝାଟିମାଟି ଘର। ସେଥିପାଇଁ କେତେବେଳେ ଜଙ୍ଗଲୀ ଜନ୍ତୁ ଘରେ ପଶିଯିବାର ଭୟ ଆଉ କେତେବେଳେ ଜଙ୍ଗଲୀ ହାତୀ ଘର ଭାଙ୍ଗିଦେବାର ଭୟରେ ଲୋକଙ୍କ ଆଖିରେ ନିଦ ନାହିଁ। ସ୍ଥାନୀୟ ଜନପ୍ରତିନିଧି ଓ ରାଜ୍ୟର ବିଜେଡି ସରକାରଙ୍କ ଅପାରଗତାର ଭୟାବହ ପରିଣାମ ଭୋଗୁଛନ୍ତି ଗୋପାଳପୁରବାସୀ । ଗ୍ରାମବାସୀଙ୍କ ଅଭିଯୋଗ ବର୍ଷ ବର୍ଷ ଧରି ବିଜେଡିକୁ ଭୋଟ୍ ଦେଇଥିବାର ଫଳ ଭୋଗୁଛୁ। ଏଥର ରାସ୍ତା ଓ ପାଣି ନାହିଁ ତ ଭୋଟ୍ ନାହିଁ । ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା। କିନ୍ତୁ ଭୋଟ୍ ପରେ ପଚାରେ କିଏ ? ମିଛୁଆ ବିଜେଡି ସରକାରଙ୍କ ଅସଲ ଚେହେରା ଦେଖିସାରିଲେଣି ରେଢାଖୋଲ ବାସିନ୍ଦା । ସମସ୍ତଙ୍କ ମୁହଁରେ ଏବେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ପ୍ରତାରଣା। ବିଜେଡି ଶାସନରେ ଇଏ କେମିତିକା ବିକାଶ ? କେବେ ସୁଧୁରିବ ଗୋପାଳପୁର ଗାଁର ସ୍ଥିତି ?
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଓଡିଶା ଆସିବେ । ଆସନ୍ତାକାଲି ଓଡ଼ିଶାର 4ଟି ସ୍ଥାନରେ ପ୍ରଚାର କରିବେ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ।
400 ପାର୍ ସାଙ୍ଗକୁ ଓଡ଼ିଶାରେ ସରକାର ଗଠନ ଲକ୍ଷ୍ୟ। ଏଥିପାଇଁ ବିଜେପି ଫୋକସରେ ଓଡ଼ିଶା। କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ, ମାରାଥନ କ୍ୟାମ୍ପେନ୍, ବିଶାଳ ଜନସଭା, ରାଲି ଓ ରୋଡ଼ ସୋ। ଆଉ ବିଜେଡି ସରକାର ଉପରେ ଜୋରଦାର ଆକ୍ରମଣ। ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ୍ ଶାହ ଲଗାତାର କରୁଛନ୍ତି ଧମାକା ପରେ ଧମାକା। ଓଡ଼ିଶାରେ ନିର୍ବାଚନୀ ଉଷ୍ଣତା ବଢ଼ାଇବାକୁ ପୁଣି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ୨୩ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ରର ଚିଲିକା ଓ ଖୋର୍ଦ୍ଧା ବାଣପୁରରେ ରହିଛି ଯୋଗୀଙ୍କ ଜନସଭା।
ସେହିଦିନ କରଞ୍ଜିଆ, ଧାମଗନର, ବଡ଼ଚଣା, ବାଲିକୁଦାରେ ନିର୍ବାଚନୀସଭା କରିବେ ଜେ.ପି ନଡ୍ଡା । ସମ୍ବଲପୁର, ଦେଓଗଡ଼, ବଡ଼ବିଲ, ଚୌଦ୍ଵାର, ବଡମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ପୁଣି ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାମାୟଣର ରାମ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣା ଏହି ଚାରିଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ ଅରୁଣ ଗୋଭିଲ। ଓଡ଼ିଶାରେ ବୋହୁଛି ପରିବର୍ତ୍ତନର ହାୱା। ବିଜେପି କର୍ମୀଙ୍କ ସହ ଓଡ଼ିଶାବାସୀଙ୍କ ମଧ୍ୟରେ ଭରପୁର ଉତ୍ସାହ। ଏଥିରେ ଜୋସ୍ ଭରୁଛନ୍ତି ବିଜେପିର ହେଭିୱେଟ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର