ଅର୍ଗସ ବ୍ୟୁରୋ : ବିଜେଡିର ବିକାଶ ଭେଳିକି ବନାମ ଧର୍ମେନ୍ଦ୍ରଙ୍କ ବିକାଶର ଲକ୍ଷ୍ୟ । କେମିତି ରାଜ୍ୟର ବିକାଶ ହେବ, ଦେଶର ନମ୍ବର ୱାନ ରାଜ୍ୟର ମାନ୍ୟତା ପାଇବ ସେନେଇ ଚିନ୍ତା କରୁଛି ବିଜେପି । କାରଣ ରାଜ୍ୟରେ ସ୍ଥିର ସରକାର ଥିବା ପରେ ବି ବିକାଶ ଯେମିତି ହେବାର କଥା ହୋଇନି । ଖୋଦ ନବୀନ ବାବୁଙ୍କ ହୋମଗ୍ରାଉଣ୍ଡର ସ୍ଥିତି ଏମିତି ଯେ ତିନିଜଣରକୁ ଜଣେ ପେଟ ପୋଷିବାକୁ ମୋଦିଙ୍କ ହୋମ ଗ୍ରାଉଣ୍ଡକୁ ଯାଉଛନ୍ତି । କିନ୍ତୁ ବିଜେପି ସରକାର ଆସିବା ପରେ ଏ ସମସ୍ୟା ରହିବନି...ଓଡ଼ିଶା ନଂ ୱାନ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିକାଶର ମାନେ କ'ଣ ଦାଦନ ? ଖରାରେ ଲୋକେ ପାଉନାହାନ୍ତି ପିଇବା ପାଣି, ବିଲରେ ମାଡୁନି ପାଣି, ଡାକ୍ତର ଖାନାରେ ଡାକ୍ତର ନାହାନ୍ତି...ସ୍କୁଲରେ ଶିକ୍ଷକ ନାହାନ୍ତି । ଗାଁକୁ ରାସ୍ତା ନାହିଁ, ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନାହିଁ । କିନ୍ତୁ ଏ ସରକାର କହୁଛି ଆମେ ବଢିଆ ବିକାଶ କରୁଛୁ । ତାହାଲେ ବିକାଶର ମାନେ କଣ ଦାଦନ ?
ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ, ଏତେ ଦିନର ସରକାର ଥାଇ ବି କାହିଁକି ଲୋକଙ୍କୁ ରୋଜଗାର ମିଳୁନି ? କାହିଁକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଲକ୍ଷାଧିକ ଲୋକ ଦାଦନ ଯାଉଛନ୍ତି ? ଏ ସରକାର ଲୋକଙ୍କ ସହ କନେକ୍ସନରେ ନାହିଁ । ବିଜେଡିର ଏକ୍ସପାଏରୀ ଡେଟ୍ ହେଲାଣି, ବିଜେପି ସରକାର ଆସିବା ସମୟ ହେଲାଣି । ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେଡି କହିଥିଲା କେନ୍ଦ୍ର ଅନେକ ପ୍ରସଙ୍ଗରେ ସହାୟତା କରୁନି । କିନ୍ତୁ ତାହା କେତେ ସତ ? କେତେ ମିଛ ? ଆଜିର ପ୍ରେସମିଟ୍ରୁ ଗୋଟି ଗୋଟି ସ୍ପଷ୍ଟ ହୋଇଛି ।
କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ଘରକୁ । ଠିକ୍ ସେମିତି ନବୀନ ବାବୁଙ୍କ ଅବସ୍ଥା । ଗୁଜୁରାଟ ମଡେଲର ବିକାଶ କଥା କହିଲେ ଭାରି ବାଧୁଛି । ସବୁବେଳେ ବିଜେଡି କହୁଛି ଆମେ ନମ୍ବର ୱାନ । କିନ୍ତୁ ନଂ ୱାନ କାମରେ ନୁହେଁ ବରଂ ପିଲାଏ ପରୀକ୍ଷାରେ ଫର୍ମଫିଲଅପ କରି ପରୀକ୍ଷା ନଦେବାରେ...ଦାଦନରେ... । ହେଲେ ବି ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁନି । କହୁଛନ୍ତି, ଆମ ବିକାଶ ନଂ-୧ । ସାଧାରଣରେ ଏବେ ଗୋଟିଏ ପ୍ରଶ୍ନ, ମିଛ କହିବ କେତେ ଦିନ ?