ଅର୍ଗସ ବ୍ୟୁରୋ: ପ୍ରଚଣ୍ଡ ଗରମ, ଅସମ୍ଭାଳ ତାତିରେ ଛଟପଟ ସାରା ଓଡ଼ିଶା । ଆକାଶରୁ ନିଆଁ ବର୍ଷା ହେଉଛି। ପାଣିପାଗ ବିଭାଗର ଆକଳନ, ଆହୁରି 2 ଦିନ ଯାଏଁ ଜାରି ରହିବ ଗ୍ରାଷ୍ମ ଲହରୀ । ସକାଳ 8ଟା 30 ସୁଦ୍ଧା ଭବାନୀପାଟଣାରେ ସର୍ବାଧିକ 35 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀରରେ 34.2 ଡିଗ୍ରୀ,ରାଉରକେଲାରେ 33.4ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଚି। କଟକ, ବାରିପଦା, କେନ୍ଦୁଝର, ଝାରସୁଗୁଡା, ବାଲେଶ୍ୱରରେ 33 ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି। ସେହିପରି ଚାନ୍ଦବାଲିରେ 33.8ଡିଗ୍ରୀ, ଟିଟିଲାଗଡ଼ରେ 32.4ଡିଗ୍ରୀ, ଭୁବନେଶ୍ୱର ଓ ତାଳଚେରରେ 32.2ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭଦ୍ରକ, ନୂଆପଡା ଏବଂ ଜଗତସିଂହପୁରରେ 31.4 ପାରଦ ରେକର୍ଡ କରାଯାଇଛି। ସେପଟେ ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।
ଅର୍ଗସ ବ୍ୟୁରୋ: ଫିଟ୍ ରହିବା ସମସ୍ତଙ୍କୁ ପସନ୍ଦ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅଫିସରେ ଦିନକୁ ୯ରୁ୧୦ ଘଣ୍ଟା ବସିରହିବାକୁ ପଡ଼ୁଛି। ଯାହା ମେଦ ବହୁଳତାର ବଡ଼ କାରଣ। ଓଜନ ବୃଦ୍ଧି ପାଇଁ କିଛି ଲୋକ ଡ଼ିପ୍ରେସନର ଶୀକାର ମଧ୍ୟ ହୁଅନ୍ତି। କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସରଳ ଉପାୟରୁ ଆପଣ ଓଜନ ହ୍ରାସ କରିପାରିବେ। ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ବାରା କେବଳ ୧୦ ଦିନରେ ୨ରୁ ୩ କିଲୋ ପର୍ଯ୍ୟନ୍ତ ଓଜନ କମ କରିପାରିବେ।
ଓଜନ କମେଇବା ହେଉଛି ଏକ ଦୃଢ଼ ମନୋବଳ। ବିଶେଷ କିଛି ନୁହେଁ ଆପଣ ସବୁ ଖାଇ ମଧ୍ୟ ଫିଟ୍ ରହିପାରିବେ। ପ୍ରଥମେ ନିଜକୁ ସେମିତି ହିଁ ଗ୍ରହଣ କରନ୍ତୁ ଯେମିତି ବର୍ତ୍ତମାନ ଅଛନ୍ତି। ଯାହାଦ୍ବାରା ଆପଣଙ୍କ ମାଇଣ୍ଡ ପଜିଟିଭ୍ ରହିବ ଏବଂ ଆପଣ ବିନା ଷ୍ଟ୍ରେସ୍ କି ଟେନସନରେ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଆଣି ଓଜନ ହ୍ରାସ କରିପାରିବେ।କିଛି ଲୋକ ଭାବନ୍ତି କମ୍ ଖାଇଲେ ଓଜନ ହ୍ରାସ ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଯଦି ଆପଣ କମ୍ ଖାଉଛନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଖାଲି ରଖୁଛନ୍ତି ତାହେଲେ ଗ୍ୟାଷ୍ଟ୍ରିକ୍ ହେବାର ସମ୍ଭାବନା ବହୁତ୍। ତେଣୁ ଆପଣ କେବଳ ଘର ଖାଇବା ଖାଆନ୍ତୁ ,କମ୍ ପରିମାଣର ଅଧିକଥର ଖାଆନ୍ତୁ କିନ୍ତୁ ଏକା ସମୟରେ ଅଧିକ ପରିମାଣର ଖାଦ୍ୟ ଖାଆନ୍ତୁନାହିଁ।
ନିୟମିତ ଭାବରେ ସବୁଜ ପନିପରିବା ଖାଇବା ସହିତ ସାଲାଡ଼,ଡ଼୍ରାଏଫ୍ରୁଟସ,ଫଳ ଏବଂ ସୁପ ପିଅନ୍ତୁ। ତେଲ ମସଲା ,ଜଙ୍କ ଫୁଡ଼କୁ ବର୍ଜନ କରନ୍ତୁ। ସନ୍ଧ୍ୟା ୭ଟା ପରେ ଭାତ,ରୁଟି ଏବଂ ଅନ୍ୟାନ୍ୟ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଖାଇବା ପରେ ବସନ୍ତୁ କି ଶୁଅନ୍ତୁ ନାହିଁ,କିଛି ସମୟ ଚାଲନ୍ତୁ। ଏହା ଖାଦ୍ୟ ହଜମରେ ସାହାଯ୍ୟ କରିବା ସହିତ କ୍ୟାଲୋରୀ ଘଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ମିଠା ଏବଂ ଲୁଣ କମ୍ ଖାଆନ୍ତୁ। ମିଠା ଖାଇବା ଦ୍ବାରା ଖୁବ୍ ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। ଏବଂ ଅଧିକ ଲୁଣ ଖାଇବା ଦ୍ବାରା ପେଟ ଫୁଲିଥାଏ। ନିୟମିତ ଭାବରେ ଅତି କମ୍ ରେ ୧୫ ମିନିଟ୍ ବ୍ୟାୟାମ କରନ୍ତୁ। ଜିମ୍ ଯିବା ଜରୁରୀ ନୁହେଁ କିନ୍ତୁ କିଛି ନା କିଛି ଶାରିରୀକ କାର୍ଯ୍ୟକଳାପ କରିବା ନିହାତି ଆବଶ୍ୟକ।
ତେବେ ଏହି ସବୁ ଟିପ୍ସ ଆପଣାଇଲେ ଆପଣ ସୁସ୍ଥ ରହିବା ସହିତ ଓଜନ ବି ହ୍ରାସ କରିପାରିବେ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର
ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁବାର କହିଛି ଯେ ବିମୁଦ୍ରୀକରଣ ହୋଇଥିବା 2,000 ଟଙ୍କିଆ ନୋଟ୍ର 97.76 ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବର୍ତ୍ତମାନ କେବଳ 7,961 କୋଟି ଟଙ୍କିଆ ନୋଟ ଜନସାଧାରଣଙ୍କ ପାଖରେ ଅଛି। ଆରବିଆଇ ବିବୃତ୍ତିରେ କହିଛି ଯେ 2023 ମସିହା ମେ' 19 ରେ 2000 ଟଙ୍କା ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିଲା। ଏହି ଦିନ ଶେଷ ସୁଦ୍ଧା ବଜାରରେ ଉପସ୍ଥିତ 2000 ଟଙ୍କିଆ ନୋଟର ମୂଲ୍ୟ ଥିଲା 3.56 ଲକ୍ଷ କୋଟି ଟଙ୍କା।
ବର୍ତ୍ତମାନ ଏପ୍ରିଲ୍ 30, 2024 ରେ କେବଳ 7,961 କୋଟି ଟଙ୍କା ମୂଲ୍ୟର ନୋଟ୍ ବଜାରରେ ଅଛି। ବ୍ୟାଙ୍କ କହିଛି ଯେ, 2,000 ଟଙ୍କା 97.76 ପ୍ରତିଶତ ଫେରସ୍ତ କରାଯାଇଛି। ତେବେ ଏବେ ଏହି ୨୦୦୦ଟଙ୍କିଆ ନୋଟ ବଜାରରେ ବୈଧ ଅଟେ। ଏବେବି ଏହା ବଜାରରେ ଉପଲବ୍ଧ ଅଛି।
ଲୋକମାନେ 2000 ଟଙ୍କା ନୋଟ୍ ଜମା କରିପାରିବେ କିମ୍ବା ଦେଶର 19 ଟି ଆରବିଆଇ କାର୍ଯ୍ୟାଳୟରେ ଅନ୍ୟ ନୋଟ ସହ ବଦଳ କରିପାରିବେ। ଲୋକମାନେ ଆରବିଆଇର ଯେ କୌଣସି କାର୍ଯ୍ୟାଳୟକୁ ଇଣ୍ଡିଆନ୍ ପୋଷ୍ଟ ମାଧ୍ୟମରେ 2000 ଟଙ୍କା ନୋଟ୍ ପଠାଇ ପାରିବେ ଏବଂ ସମାନ ପରିମାଣକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଜମା କରିପାରିବେ। ନଭେମ୍ବର 2016 ରେ ଆରବିଆଇ 1000 ଏବଂ 500 ଟଙ୍କିଆ ନୋଟ୍ ବିମୁଦ୍ରୀକରଣ କରିବା ପରେ 2000 ଟଙ୍କିଆ ନୋଟ୍ ଜାରି କରାଯାଇଥିଲା।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର