ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ତାତିରୁ ଆଶ୍ୱସ୍ତି । ରାଜ୍ୟରେ ଆଗାମୀ 5 ଦିନ ବିଜୁଳି ଘଡଘଡି ସହ ଝଡ ତୋଫାନ ସମ୍ଭାବନା । 30ରୁ 40 କିମି ବେଗରେ ପବନ ବହିପାରେ । ଆସନ୍ତାକାଲିଠାରୁ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା 4ରୁ 6 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 6 ଜିଲ୍ଲାକୁ ବର୍ଷା ନେଇ 7ରୁ 10 ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ଏବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୋଦୀ। କଡା ସୁରକ୍ଷା ମଧ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୋଦି। ଏଠାରେ ସେ ଦଳୀୟ କର୍ମକର୍ତ୍ତାଙ୍କ ସମୀକ୍ଷା ବୈଠକରେ ଯୋଗ ଦେବେ । ଆସନ୍ତା କାଲି ପୁରୀ ବଡଦାଣ୍ଡରେ ମୋଦିଙ୍କ ରୋଡ ସୋ କରିବେ ମୋଦି।
ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ସୂଚନା ଅନୁଯାୟୀ ପୁରୀଠାରେ କାର୍ଯ୍ୟକ୍ରମ ସାରି ହେଲିକ୍ୟାପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ନାଲକୋ ବିଜୁ ପଟ୍ଟନାୟକ ସ୍ପୋର୍ଟସ କମପ୍ଲେକ୍ସ ଠାରେ ଅବତରଣ କରିବା ପରେ ସେଠାରେ ଉଭୟ ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ଆୟୋଜିତ ବିଶାଳ ଜନସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ : ସାଢେ ୬କୋଟି ଲୋକଙ୍କ ପାଇଁ ଗୁଡ ନ୍ୟୁଜ୍। ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ କରିଛି EPFO । EPFO ଅଟୋ ମୋଡ ସେଟେଲମେଣ୍ଟ ଆରମ୍ଭ କରିଛି। ଏଥିରେ ୬କୋଟି ରୁ ଅଧିକ ପିଏଫ ମେମ୍ବରଙ୍କୁ ଲାଭ ମିଳିବ। ହେବ। ଏହା ଏପରି ଏକ ସୁବିଧା ଯାହା ଏମରଜେନ୍ସିରେ ପିଏଫ ସଦସ୍ୟଙ୍କ ଫଣ୍ଡ ପ୍ରୋଭାଇଡ୍ କରିଥାଏ। ଏହା ଅଧୀନରେ, 3 ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦିଆଯିବ। ଅଟୋ-ମୋଡ ସେଟେଲମେଣ୍ଟ ଅନୁସାରେ ଏମରଜେନ୍ସି ସମୟରେ କର୍ମଚାରୀ ନିଜ EPFO ରୁ ଆଡଭାନ୍ସ ଟଙ୍କା ଉଠାଇପାରିବେ। EPFO କିଛି ପ୍ରକାର ଏମରଜେନ୍ସି ପାଇଁ ନିଜ ସବସ୍କ୍ରାଇବର୍ସଙ୍କୁ ଫଣ୍ଡରୁ ଟଙ୍କା ଉଠାଇବାର ସୁବିଧା ଦେଇଥାଏ। ଏଥିରେ ଇମୋରଜେନ୍ସି ରୋଗର ଚିକିତ୍ସା, ଏଜୁକେଶନ, ବିବାହ, ଘର କିଣିବା ପାଇଁ ମଧ୍ୟ EPFO ରୁ ଟଙ୍କା ଉଠାଇପାରିବେ। ଏହା ବ୍ୟତିତ ଯେକୌଣସି ଏକ ଏମରଜେନ୍ସି ପାଇଁ ଆପଣ ପିଏଫ ଆକାଉଣ୍ଟରୁ ଆଡଭାନ୍ସ ଉଠାଇପାରିବେ।
ଅଟୋ ମୋଡ୍ ସିଷ୍ଟମ୍ ମାଧ୍ୟମରେ ହେବ କ୍ଲେମ ସେଟଲମେଣ୍ଟ
ଏମରଜେନ୍ସି ରେ ଏହି ଫଣ୍ଡର କ୍ଲେମ ସେଟଲମେଣ୍ଟ ପାଇଁ ଅଟୋ ମୋଡର ଆରମ୍ଭ ଅପ୍ରେଲ ୨୦୨୦ରେ ହୋଇଯାଇଥିଲା। କିନ୍ତୁ ସେତେବେଳେ କେବଳ ରୋଗ ବ୍ୟାଧି ସମୟରେ ଟଙ୍କା ଉଠାଇବାର ସୁବିଧା ଥିଲା । ହେଲେ ବର୍ତ୍ତମାନ ଏହାର ନିୟମରେ ବିସ୍ତାର କରାଯାଇଛି । ଅସୁସ୍ଥତା, ଶିକ୍ଷା, ବିବାହ ଏବଂ ଘର କିଣିବା ପାଇଁ ଆପଣ EPF ରୁ ଟଙ୍କା ମଧ୍ୟ ଉଠାଇ ପାରିବେ । ଏଥିସହିତ ବର୍ତ୍ତମାନ ସବସ୍କ୍ରାଇବର୍ସ ଭାଇ କିମ୍ବା ଉଉଣୀ ଙ୍କ ବିବାହ ପାଇଁ ଆଡଭାନ୍ସ ଫଣ୍ଡ ଉଠାଇପାରିବେ।
କେତେ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ଫଣ୍ଡ
EPF ଆକାଉଣ୍ଟରୁ ଆଡଭାନ୍ସ ଫଣ୍ଡର ଲିମିଟ୍ ବଢାଇଦିଆଯାଇଛଇ। ପୂର୍ବରୁ ଏହି ଲିମିଟ୍ ୫୦,୦୦୦ ଟଙ୍କା ଥିଲା। ବର୍ତ୍ତମାନ ଏହା ଏକ ଲକ୍ଷ କରାଇ ଦିଆଯାଇଛି। ଆଡଭାନ୍ସ ବାହାର ର କାର୍ଯ୍ୟ ଅଟୋ ସେଟେଲମେଣ୍ଟ ମୋଡ କମ୍ପ୍ୟୁଟର ମାଧ୍ୟମରେ ଯିବ। ଏଥିରେ କାହାର ଆପ୍ରୁଭାଲ ର ଆବଶ୍ୟକତା ପଡିନଥାଏ। ଟଙ୍କା ତିନି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ଆସିଯିବ। ଆପଣଙ୍କୁ କିଛି ଡକୁମେଣ୍ଟର ସମିଟ୍ କରିବାକୁ ଆବଶ୍ୟକତା ରହିଥାଏ। ଏହି ଡକ୍ୟୁମେଣ୍ଟରେ KYC, କ୍ଲେମ ରିକ୍ୟୁଏଷ୍ଟର ଏଲିଜିବିଲିଟି, ବ୍ୟାଙ୍କ ଆକାଉଣ୍ଟ ଡିଟେଲ ସାମିଲ ଅଛି।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ।
ଦଳୀୟ ନେତାଙ୍କ ସହ କରିବେ ମାନସମନ୍ଥନ। ଦଳୀୟ ବୈଠକ ପରେ ରାଜଭବନରେ ରାତ୍ରୀଯାପନ କରିବେ ମୋଦି। ଆସନ୍ତାକାଲି ସକାଳେ ପୁରୀ ଯିବେ ପ୍ରଧାନମନ୍ତ୍ରୀ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋଦି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର