ରାଜ୍ୟରେ ମଦ ବେପାରୀଙ୍କୁ ମଦ ବିକ୍ରି ପାଇଁ ଯେତିକି ଲାଇସେନ୍ସ ମିଳୁଛି, ତା ଠାରୁ ୫୦୦ ଗୁଣା ଅଧିକ ମଦ ବିକ୍ରି ହେଉଛି । ଯାହାଦ୍ବାରା ମୋଟା ଅଙ୍କର ରାଜସ୍ବ ହରାଉଛନ୍ତି ସରକାର । ଆଉ ମଦ ଟଙ୍କାରେ ବିଜେଡି ନେତା ହେଉଛନ୍ତି ମାଲାମାଲ୍ । ଏହାସହ କେନ୍ଦ୍ରମନ୍ତ୍ରୀ ଆହୁରି ବି କହିଛନ୍ତି, ରାଜସ୍ବ ନାଁରେ ଦୁର୍ନୀତି କରି କୋଟି କୋଟି ଟଙ୍କା ଲୁଟ୍ କରିବା ପାଇଁ ମାଆ, ଉଭଣୀଙ୍କ ଉପରେ ହେଉଥିବା ଅତ୍ୟାଚାର ଆଉ ବଢିବ ନାହିଁ । ତଥ୍ୟ ଅନୁସାରେ, 2010-12 ଆର୍ଥିକ ବର୍ଷରେ 1,094 କାଟି ରାଜସ୍ବ ସଂଗ୍ରହ ହୋଇଥିବା ବଳେ, 2022-23 ଆଥିକ ବର୍ଷ ସୁଦ୍ଧା ଏହା 6,455 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଥାତ 490% ବୃଦ୍ଧି ପାଇଛି ମଦରୁ ରାଜସ୍ବ । ହେଲେ ୨୫ ବର୍ଷର ସ୍ଥିର ବିଜେଡି ସରକାର ଯୁବକଙ୍କୁ ଚାକିରି ଖଣ୍ଡେ ଯୋଗାଇବା ବଦଳରେ ମଦର ବଶବର୍ତ୍ତୀ କରୁଛି । ପଥଭ୍ରଷ୍ଟ ହେଉଛନ୍ତି ଯୁବପୀଢୀ । ସେଥିପାଇଁ ରାଜ୍ୟରେ ବିଜେପି ସରକାର ଆସିଲେ ମଦ ଉପରେ କଟକଣା ଲାଗିବ ସହ ମାଆ, ଉଭଣୀଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର