ଅନ୍ୟମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟ ମଧ୍ୟ ତାଲିକାରେ ଅଛନ୍ତି । ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ ତାଲିକାରେ ସାମିଲ ଅଛନ୍ତି ।
ଅର୍ଗସ ବ୍ୟୁରୋ: ଓଡିଶା ପାଇଁ 40 ଜଣିଆ ଷ୍ଟାର୍ ପ୍ରଚାରକ ଘୋଷଣା କଲା କଂଗ୍ରେସ । ଓଡିଶାରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ପାଇଁ କରିବେ ପ୍ରଚାର । ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଖଡଗେ ।
ଅନ୍ୟମାନଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟ ମଧ୍ୟ ତାଲିକାରେ ଅଛନ୍ତି । ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ ତାଲିକାରେ ସାମିଲ ଅଛନ୍ତି ।
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଏଠି ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ମହିଳା ଭୋଟରଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର । ପୁରୁଷ ଭୋଟର ୪୦ ଲକ୍ଷ ୩୩ ହଜାର ୯୯୨ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ସ୍ଥାନରେ ୯୧୬୨ଟି ମତଦାନ କେନ୍ଦ୍ର ରହିବ । ୧୦୪୧ଟି ବୁଥ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ୨୫ ଟି ବୁଥ pwd କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ୧୫୪୧ ଆଦର୍ଶ ବୁଥ ରହିବ । ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାଥି ରହିଛନ୍ତି । ଲାଇଭ ଷ୍ଟ୍ରିମିଙ୍ଗ ୬୦ ପ୍ରତିଶତ ବୁଥ ରେ ହେବ ।
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତ ସୋମବାର ସ୍ବାତୀ ମାଲିଓ୍ବାଲଙ୍କ ଉପରେ ଦୁର୍ବ୍ୟବହାର ହୋଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସକୁ ଫୋନ କରି ଜଣାଇଥିଲେ । ଏ ସମ୍ପର୍କରେ ସେ ଥାନାରେ ଏତଲା ଦେଇଥିଲେ ।
ସ୍ୱାତି ମାଲିୱାଲଙ୍କ ଅଭିଯୋଗର ଦୁଇ ଦିନ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏତଲାରେ ମାଲିୱାଲ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରକୁ ମେ ୧୩ ତାରିଖରେ ଯାଇଥିବା ବେଳେ ସେଠାରେ ବିଭବ କୁମାର ଚାପୁଡା ମାରିଥିଲେ । ଏପରିକି ତାଙ୍କ ଛାତି ଓ ପେଟକୁ ଗୋଇଠା ମାରି ଆହତ କରିଥିବା ଏତଲାରେ ଉଲ୍ଲେଖ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ୱାତି ମାଲିୱାଲଙ୍କୁ ନେଇ କ୍ରାଇମ ସିନର ରିକ୍ରିଏସନ କରିଥିଲା । ଏହାପରେ ତିସହଜାରୀ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ମାଲିୱାଲଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପଟେ ବିଭବ କୁମାର କାଉଁଟର ଅଭିଯୋଗ ଆଣି ସିଭିଲ ଲାଇନ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ସ୍ୱାତି ମାଲିୱାଲ ବଳପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିରେ ଛୋଟମୋଟ ନେଣଦେଣ ପାଇଁ ପିନ ଏଣ୍ଟର କରିବା ଦରକାର ପଡ଼େନାହିଁ । Paytm ର ମୁଖପାତ୍ର କହିଛନ୍ତି ଯେ ଆମେ ୱାଲେଟକୁ ଏକ ଗୁରତ୍ୱପୂର୍ଣ୍ଣ ପେମେଣ୍ଟର ମାଧ୍ୟମ ଭାବେ ଦେଖୁଛୁ ଏବଂ ପେଟିଏମ ଲାଇଟ ଏହାର ଅଭିଜ୍ଞତାକୁ ଆହୁରି ବଢାଇବ ବୋଲି ଆମର ଆଶା । ଏହା ଦ୍ୱାରା ସ୍ଥାନୀୟ ଷ୍ଟୋର, ଦୋକାନ ଆଦିରେ ସବୁଦିନ ହେଉଥିବା ନେଣଦେଣ ଆହୁରି ସହଜ ହୋଇପାରିବ । NPCIର ସହଭାଗିତାରେ ଭାରତର ପ୍ରତ୍ୟେକ କୋଣରେ UPI ଇକୋସିଷ୍ଟମକୁ ବିସ୍ତାର କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ସର୍ବପ୍ରଥମେ ପେଟିଏମ ଆପ ଖୋଲନ୍ତୁ ,ପରେ 'UPI ଲାଇଟ୍ ଆକ୍ଟିଭେଟ୍' ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ UPI liteରେ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟାଙ୍କ ଆକାଉଣ୍ଟକୁ ବାଛନ୍ତୁ। ଏବେ ଟଙ୍କା ଜମା କରିବା ପରେ ଆପଣ ସହଜରେ ଏହି ଟଙ୍କା ଦେବା ପାଇଁ UPI lite ବ୍ୟବହାର କରିପାରିବେ । UPI ଲାଇଟ୍ ୱାଲେଟରେ ଏକ ସମୟରେ 2,000 ଟଙ୍କା ଜମା କରିପାରିବେ ଏବଂ ଦିନକୁ ସର୍ବାଧିକ ଦୁଇଥର ଟଙ୍କା ଜମା କରିପାରିବେ।
ଅଧିକ ପଢ଼ନ୍ତୁ ଭାରତ ଖବର