ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ପୂର୍ବରୁ ମଙ୍ଗଳ ସାହୁ ଝାରସୁଗୁଡ଼ାର ଜିଲ୍ଲା ବିଜେପି ସଭାପତି ଥିବାବେଳେ, ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଆଜି ଘର ବାହୁଡ଼ା କରିବା ସହ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ ବଡ଼ ଦୁର୍ଘଟଣା । ବଡ଼ଗାମରେ ସେନା ଗାଡ଼ି ଓଲଟି ପଡ଼ିବାରୁ 3 ଜଣ BSF ଯବାନ ସହିଦ ହେବା ସହ 32 ଯବାନ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ 6 ଗୁରୁତରଙ୍କ ସମେତ ସମସ୍ତ ଆହତଙ୍କୁ ସ୍ଥାନୀୟ ବଡ଼ଗାମ ହସପିଟାଲ ଏବଂ SDH ଖାନ ହସପିଟାଲରେ ଭର୍ତ୍ତି କରାଯାଇଛି ।
ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ ଯବାନ । ବଡ଼ଗାମର ବ୍ରେଲ୍ ୱାଟର ହେଲ ଅଞ୍ଚଳରେ 4 ଶହ ଫୁଟ ଖାଇକୁ ଖସି ପଡ଼ିଥିଲା ବସ । ଦୁର୍ଘଟଣାଗ୍ରସ୍ତ ବସରେ ମୋଟ 35 ଜଣ ଯବାନ ଥିଲେ ।
#WATCH | J&K: 32 BSF personnel injured and 3 lost their lives after their bus rolled down a hilly road and fell into a gorge in Brell Waterhail area of Central Kashmir's Budgam district. Driver of the bus also injured. The bus was engaged in election duty. https://t.co/NPccSx5xrZ pic.twitter.com/d4N60b6qxr — ANI (@ANI) September 20, 2024