ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଗୁଜୁରାଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର । ଗତକାଲି ପ୍ରଧାନମନ୍ତ୍ରୀ ବିଜେପିର ରାଜ୍ୟ କାର୍ଯ୍ୟାଳୟ କମଳମ୍ ଯାଇ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନରେ ଦଳର ରଣନୀତି କଣ ରହିବ ସେ ନେଇ ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ଗୁଜରାଟର ୪ଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ଦିନ ୧୧ଟାରେ ଆନନ୍ଦ, ଦିନ ୧ଟାରେ ସୁରେନ୍ଦ୍ରନଗର, ଦିନ ୩ଟା ୧୫ରେ ଜୁନାଗଡ ଓ ଅପରାହ୍ନ ୫ଟା ୧୫ରେ ଜାମନଗରରେ ପ୍ରଚାର କରିବେ ମୋଦି । ଗତକାଲି ପ୍ରଧାନମନ୍ତ୍ରୀ ବନସକଣ୍ଠା ଓ ସାବରକଣ୍ଠାରେ ପ୍ରଚାର କରିଥିଲେ । ଏଥର ବିଜେପିର ନାରା ରହିଛି ଅବ କି ବାର, ୪୦୦ ପାର୍ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବାରିପଦା ସହରରେ ବାଘ ଆତଙ୍କ ।ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ । ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ । ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରୀ । ଗତ ବୁଧବାର ଦିନ ଶିମିଳିପାଳ ରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପସି ଆସିଥିଲା ।
ବନବିଭାଗ ପକ୍ଷରୁ ଧରିବା ପାଇଁ ପ୍ରୟାସ କରାଯାଇଥିବା ବେଳେ ବିଫଳ ହୋଇଥିଲା ବିଭାଗ। ତେବେ ଆଜି ସମାନ ଧରଣର ବାଘଟି ବାରିପଦା ସହରରେ ଦେଖା ଦେଇଥିବା ବେଳେ ଏହା ସେହି ବାଘ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ବାଘକୁ ଦେଖିବା ପରେ ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶିଘ୍ର ବାଘକୁ ଠାବ କରି ଧରିନେବା ପାଇଁ ବନବିଭାଗ କୁ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଆଗାମୀ ଦୁଇ ସପ୍ତାହ ଯାଏଁ ତାତିରୁ ନାହିଁ ନିସ୍ତାର । ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି, ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ତାତି ବୃଦ୍ଧି ସହ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ସମ୍ଭାବନା ରହିଛି। ରାଜ୍ୟରେ ଅସହ୍ୟ ତାତି ବଢ଼ୁଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଆଗାମୀ ଦୁଇ ସପ୍ତାହ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ସୂଚନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି । ପୁଣିଥରେ ତୁଷ୍ଟିକରଣର ଟ୍ରିପିଲ ଡୋଜ ବିକ୍ରି କରିବାକୁ ଚାହୁଥିବା ବିରୋଧୀଙ୍କୁ ମୂଳପୋଛ କରିବାକୁ ଉତ୍ତରପ୍ରଦେଶବାସୀ ଏକ ହୋଇଛନ୍ତି । ବିଜେପି ସରକାରର ବିକାଶକୁ ଦେଖି କଂଗ୍ରେସ ଶାହଜାଦେଙ୍କ ପେଟରେ ଦରଦ ହେଉଛି କହି କଟାକ୍ଷ କରିଛନ୍ତି ମୋଦି ।
ନିର୍ବାଚନ ପ୍ରଚାରରେ ବିଜେପି ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀ ମେଣ୍ଟ ଭୋଟ ପରେ ସଫା ହୋଇଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରଜ୍ୟରେ ବାରମ୍ବାର ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନୀତି ଆପଣାଇଛି ବିଜେପି । ରାଜ୍ୟରୁ ମାଫିଆ ରାଜ୍ ର ମୂଳପୋଛ କରିବାକୁ ଯୋଗୀ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ଜନସଭାରେ କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଦେଶ ଖବର: