କିଛି ଦିନ ପୂର୍ବରୁ ରାସେଶ୍ବରୀ ପାଣିଗ୍ରାହୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଦଳର ସ୍ଥିତି ଠିକ୍ ନ ଥିବା ସହିତ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଥିଲେ। ତାଙ୍କ ସହିତ ତାଙ୍କର ସମସ୍ତ କର୍ମୀ ମାନେ ମଧ୍ୟ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସମ୍ୱଲପୁର ବିଜେଡିକୁ ବଡ ଝଟକା। ବିଜେଡି ଛାଡିଲେ ମୋତିଲାଲ୍ ତନ୍ତି ଓ ରୀନା ତନ୍ତି। ଦଳ ଛାଡିଲେ ଇଞ୍ଜିନିୟର ରୀନର ତନ୍ତି ଓ ମୋତିଲାଲ୍ ତନ୍ତି।
୨୦୧୯ରେ ରେଙ୍ଗାଲୀରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ରୀନା। ମୋତିଲାଲ୍ ତନ୍ତି ବିଜେଡି SC ସେଲର ସଭାପତି ଥିଲେ । ଉଭୟ ଦଳର ପ୍ରାଇମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
କିଛି ଦିନ ପୂର୍ବରୁ ରାସେଶ୍ବରୀ ପାଣିଗ୍ରାହୀ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ଦଳର ସ୍ଥିତି ଠିକ୍ ନ ଥିବା ସହିତ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଥିଲେ। ତାଙ୍କ ସହିତ ତାଙ୍କର ସମସ୍ତ କର୍ମୀ ମାନେ ମଧ୍ୟ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନର ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ। 2019ରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଏଥର ନବ କୁମାର ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି । 2014ରେ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍ ହୋଇଥିବା ବେଳେ 2019ରେ ସ୍ଥିତି ବଦଳିଥିଲା । ବିଜେଡି-ବିଜେପି ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ମାତ୍ର 10 ହଜାର ଭୋଟରେ ବିଜେପିଠାରୁ ଆସନ ଛଡ଼ାଇ ନେଇଥିଲା ବିଜେଡି।
ତେଣୁ ଏଥର ବିଜେପି ପ୍ରାର୍ଥୀ ବିଜେଡିର ଗଡ଼ ଭାଙ୍ଗିବାକୁ କରୁଛନ୍ତି ଜୋରଦାର ଉଦ୍ୟମ । ମୋଦି ଗ୍ୟାରେଣ୍ଟି ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟରମାନଙ୍କ ପାଖକୁ ଯାଉଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । 25 ବର୍ଷ ସରକାରର ଅପାରଗତାକୁ ପାଥେୟ କରି ଲୋକଙ୍କ ପାଖକୁ ଯାଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ।
25 ବର୍ଷର ସ୍ଥିର ବିଜେଡି ସରକାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ପାଞ୍ଚ ଥର ବିଧାନସଭାକୁ ଯାଇଥିଲେ ସୁଦ୍ଧା ବୌଦ୍ଧରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ । ପିଇବା ପାଣି ସମସ୍ୟା, ରାସ୍ତା ଘାଟ, ଆବାସ ଯୋଜନାରେ ଘର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ଅଙ୍ଗନବାଡି ଘର ନାହିଁ, ଲୋକେ ରୋଜଗାର ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ଆଭାସ ମିଳିଲାଣି ।
ତେବେ 2000ମସିହାରୁ ପ୍ରତିନିଧିତ୍ବ କରୁଥିବା ପ୍ରଦୀପ ଅମାତଙ୍କୁ ଲୋକେ ପୁଣି ଥରେ ଭରସା କରିବେ ନା ମୋଦିଙ୍କ ଗ୍ୟାରେଣ୍ଟି ନା କଂଗ୍ରେସର ଗ୍ୟାରେଣ୍ଟି ଉପରେ ଭରସା କରିବେ ମତଦାନ ଏହା ଶୀଘ୍ର ସାମ୍ନାକୁ ଆସିବ।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
ଅର୍ଗସ ବ୍ୟୁରୋ: ମାସ ଶେଷରେ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ପ୍ରଭାବରେ ୨୩ ମେ' ବେଳକୁ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁବା ନେଇ ଆକଳନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଥାଇଲାଣ୍ଡ, ମିଆଁମାର, ବାଂଲାଦେଶ ସମେତ ଉତ୍ତର-ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଓଡ଼ିଶାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ କି ନାହିଁ ଏହା ୧୯ ତାରିଖ ପରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ କାଳବୈଶାଖି ପ୍ରଭାବରେ ତାତିରେ ସାମାନ୍ୟ ବ୍ରେକ ଲାଗିଥିବା ବେଳେ ୧୬ ତାରିଖ ପରେ ପୁଣିଥରେ ପାରଦ ୪୦ଡିଗ୍ରୀ ଉପରକୁ ଡେଇଁପାରେ।
ଗତ ୨୪ ଘଣ୍ଟା ମଧ୍ୟରେ ବାଙ୍କୀରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୮୯.୨ ମିଲିମିଟର, ଭୁବନେଶ୍ୱରରେ ୭୬.୮ ମିଲିମିଟର, ଜଗତସିଂହପୁରରେ ୭୪.୧ ମିଲିମିଟର ବର୍ଷା ରେର୍କଡ କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତେଲେଙ୍ଗାନାର ହାଇଦ୍ରାବାଦରେ ନିଜର ଭୋଟ୍ ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲ, ବୁଥ୍ ନମ୍ବର ୧୫୦ରେ ଭୋଟ୍ ଦେବାକୁ ଯାଇଥିଲେ।
#WATCH हैदराबाद, तेलंगाना: पूर्व उपराष्ट्रपति एम. वेंकैया नायडू ने मतदान किया।
वीडियो जुबली हिल्स पब्लिक स्कूल, बूथ नं. 150 से है।#LokSabhaElections2024 pic.twitter.com/g8HQu2ijsk — ANI_HindiNews (@AHindinews) May 13, 2024
ଏହା ପରେ ଦୁହେଁ ମତଦାନ ହୋର୍ଡିଂ ନିକଟରେ ଠିଆ ହୋଇଥିଲେ ଏବଂ ଆଙ୍ଗୁଠିରେ ଇଙ୍କ୍ ଦେଖାଇ ଫଟୋ କ୍ଲିକ୍ କରିଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର