ହିଞ୍ଜିଳିର ଦାଦନ ସମସ୍ୟା ନେଇ ନବୀନଙ୍କୁ ଘେରିଛନ୍ତି ତାଙ୍କର ପୂର୍ବତନ ସହଯୋଗୀ ତଥା ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ପଚାରିଛନ୍ତି ଆପଣ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ କଣ ହିଁଞ୍ଜିଳି କଣ୍ଟାଟା କଷ୍ଟ ହେଲା କି ?ହିଞ୍ଜିଳିକାଟୁ ବାସୀ ଗତ 25 ବର୍ଷ ଧରି ନବୀନଙ୍କୁ ବିଧାୟକ ଭାବେ ଅଯାଚିତ ସମର୍ଥନ ଦେଇଆସିଛନ୍ତି। ଆଉ ନବୀନ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ନିରଙ୍କୁଶ କ୍ଷମତା ଭୋଗ କରିଆସୁଛନ୍ତି। ହେଲେ ତା ପ୍ରତିବଦଳରେ ହିଞ୍ଜିଳିବାସୀଙ୍କୁ ମିଳିଛି କଣ। ଏହି ନିର୍ବାଚନ ମଣ୍ଡଳିରେ ପିଇବା ପାଣି ସମସ୍ୟା ଉତ୍କଟ। ଏଠାରେ ଯୁବକଙ୍କ ପାଇଁ ନାହିଁ ରୋଜଗାର ଯାହାଫଳରେ ଗାଁ ଗାଁ ରେ ଝୁଲୁଛି ତାଲା। ହଜାର ହଜାର ଲୋକ କର୍ମସଂସ୍ଥାନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟ ମୁହାଁ। 25 ବର୍ଷ ପରେ ଏବେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ହିଞ୍ଜିଳିବାସୀ।
ହିଞ୍ଜିଳି କଥା ଛାଡ଼ନ୍ତୁ ପୂରା ଗଞ୍ଜାମ ଜିଲ୍ଲାରେ ଗତ 24 ବର୍ଷ ଭିତରେ କୌଣସି ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ଏଠାକାର ଚାଷୀମାନେ ମଣ୍ଡିରେ ଧାନ ମଧ୍ୟ ବିକ୍ରି କରିପାରନ୍ତିନି। ଏମିତିତ ଚଳିତ ବର୍ଷ ଗଞ୍ଜାମରୁ ହିଁ ପଞ୍ଜିକରଣ କରିଥିବା ସର୍ବାଧିକ ଚାଷୀ ଧନ ବିକ୍ରି କରିପାରିନାହାନ୍ତି। ଭାତ ହାଣ୍ଡିରୁ ଗୋଟିଏ ପରି ଯଦି 24 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ଅବସ୍ଥା ଏହିପରି। ରାଜ୍ୟସାରା କିପରି ରୂପାନ୍ତରଣ ହୋଇଛି ଏଥିରୁ ସ୍ପଷ୍ଟ ବୁଝାପଡୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: