ଅର୍ଗସ ବ୍ୟୁରୋ : ପ୍ରେସମିଟ୍ କଲେ, ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ । ଧର୍ମେନ୍ଦ୍ରଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା । କାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୨୧ ଲୋକସଭା ଆସନରୁ ୨୧ ସିଟ୍ ଆମର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାସହ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସା ବଢିଛି । ଘରେ ଘରେ ମହିଳା, ବୟସ୍କ, ଯୁବକ ମାନେ ୧୦ ବର୍ଷରେ ମୋଦିଙ୍କ କାର୍ଯ୍ୟ ପ୍ରତି ବିଶ୍ଵାସ ବଢିଛି । ସାମାଜିକ, ଭିତ୍ତିଭୂମି ଆଦିରେ ଦୃଢ଼ କାମ ଏବଂ ଓଡ଼ିଶା ଲାଭର୍ଥି ହୋଇଥିବା କାରଣରୁ ରାଜ୍ୟରେ ମୋଦିଙ୍କ ବିଶ୍ଵସନିୟତା ବହୁତ ଅଧିକ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟିଭି ସାକ୍ଷାତକାରରେ କହିଥିଲେ, ୨୪ ବର୍ଷ ଶାସନ ପରେ ବି ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଏଭଳି ସ୍ଥିତିରେ କାହିଁକି ଅଛି ? ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ତଳ ଆଡ଼େ ଅଛି । ଓଡ଼ିଶାର ଏଭଳି ସ୍ଥିତି କାହିଁକି ? ଓଡ଼ିଆରେ ବିକାଶ ହୋଇ ପାରୁନାହିଁ । ବିଜେପିକୁ ଆଶୀର୍ବାଦ କଲେ, ଓଡ଼ିଶା ୧ ନମ୍ବର ହେବ । ସମାଜରେ ସବୁଠୁ ବଡ଼ ପ୍ରଶ୍ନ । ଓଡ଼ିଆ ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ହଜାରେ ବର୍ଷର ସଭ୍ୟତା ସଂସ୍କୃତି ପ୍ରଶ୍ନ ହୋଇ ଛିଡା ହୋଇଛି । ବିଜେପି ଏହି ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ ।
ସେହିଭଳି, ଗତ ୧୦ ବର୍ଷରେ ମୋଦିଙ୍କ କାର୍ଯ୍ୟ ପ୍ରଣାଳୀରେ ସବୁଠୁ ଅଧିକ ଲାଭ ପାଇଛି ଓଡ଼ିଶା । ୨୦୦୪ରୁ ୨୦୧୪ ଭିତରେ କଂଗ୍ରେସ ଶାସନ ସମୟରେ ଓଡ଼ିଶା ୩ ଲକ୍ଷ କୋଟି ଟଙ୍କା ପାଇଥିଲା । ମୋଦି ଶାସନ ଅର୍ଥାତ ୨୦୧୪ରୁ ୨୦୨୪ ଭିତରେ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଓଡ଼ିଶା ଅନୁଦାନ ପାଇଛି । ମୋଦିଙ୍କ ରୂପାନ୍ତରଣ କାରଣରୁ ଡିଏମଏଫରେ ୨୩ ହାଜର କୋଟି ଟଙ୍କା ଅଧିକ ମିଳିଛି । ପ୍ରଧାନମନ୍ତ୍ରୀ ଆବାସ, ରେଳ, ରାସ୍ତା, ବିମାନ ସେବା, ଗରିବ କଲ୍ୟାଣ ଆଦି ଯୋଜନାରେ ଏହି ଅନୁଦାନ ମିଳିଛି ।
ଆହୁରି ମଧ୍ୟ କହିଛନ୍ତି, ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା କଥା ନକହିବା ଭଲ । ସ୍କୁଲ ପିଲାଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା ବଢୁଛି । ଅପପୁଷ୍ଟି ସବୁଠୁ ଅଧିକ, ୬୦ ଭାଗ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର । ୬୦ ଭାଗ ଶିଶୁ କୁପୋଷଣର ଶିକାର । ୨୦୩୬ ବେଳକୁ ଓଡ଼ିଶାର ପିଲା କେମିତି ଅବସ୍ଥାରେ ଥିବେ ? ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ସେହିଭଳି, ପୁରୀ ମନ୍ଦିରର ଅସ୍ମିତା ଓ ସଂସ୍କୃତି ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି, ରଥଯାତ୍ରା ବନ୍ଦ କରିବା ପାଇଁ କିଏ ପିଆଇଏଲ କରିଥିଲା ? ରଥ ତିଆରି ନକରିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ? ରଥଯାତ୍ରା ବନ୍ଦ କରିବା ପାଇଁ ପିଆଇଏଲ କରି ନଥିଲି ବୋଲି ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ସେହିଭଳି, ପୁରୀରେ ଅନେକ ପୁରାତନ ମଠ ଭଙ୍ଗା ଗଲା । ଏମାର ମଠ ଭାଙ୍ଗିଲା ବେଳେ ୧୩୦୦ ଶତାବ୍ଦୀର ସିଂହ ମୂର୍ତ୍ତୀ ବାହାରିଲା । ସେ ଜାଗାରେ ପେଭର ବ୍ଲକ ପକାଇ କହିଲେ ଏହା ସୌନ୍ଦର୍ଯ୍ୟକରଣ କୁହାଯିବ କି ।
ଅଧିକ ପଢନ୍ତୁ : ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ଯାଜପୁର ଜିଲ୍ଲା ପାରାଭାଡ଼ି ପାହାଡ ଅଛି । ଓଏମସି ସେଠି ଖନନ କରୁଛି । ସେଠାରୁ ଅଷ୍ଟମ ଶତାବ୍ଦୀ ସମୟର ବୁଦ୍ଧ କୀର୍ତ୍ତି ବାହାରିଲା । ତାହା କୁଆଡେ ଗଲା ? ଦଳେ ବିବେକ ହୀନ ଭାଡାଟିଆଙ୍କୁ ଧରି ଆମକୁ ସମାଲୋଚନା କରୁଛନ୍ତି । ଲୋକ ଜାଗୃତି ତିଆରି କରିବା ପାଇଁ ମୁଁ କେବେ ପଛାଇବି ନାହିଁ । ୨୦୩୬ରେ ଓଡ଼ିଆ ପିଲାର ସ୍ବାସ୍ଥ୍ୟ କଣ ହେବ । ଓଡ଼ିଆ ପିଲା ବାହାର ରାଜ୍ୟକୁ ଯିବା, ଏହା ଓଡ଼ିଆ ଅସ୍ମିତାର ବିଷୟ । ୨୪ ବର୍ଷ ଶାସନ କରି ନିଜକୁ ମାଲିକ ଭାବୁଛନ୍ତି । ଗୁଡ଼ାଏ କଥା ମୁଖ୍ୟମନ୍ତ୍ରୀ ଜାଣୁ ନଥିବେ । ଓଡ଼ିଆ ଅସ୍ତିତ୍ବ ଓ ଭବିଷ୍ୟତ ପାଇଁ ଏଥର ନିର୍ବାଚନ ଓଡ଼ିଶାରେ ହେବ । ତେଣି ଏଥର ଓଡ଼ିଶାରେ ବିଜେପି ସରକାର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।