ସେହିଭଳି ଗୋଟିଏ ବିଭାଗରେ ଦୀର୍ଘବର୍ଷ ଧରି ରହୁଥିବା ବାବୁମାନଙ୍କ କାର୍ଯ୍ୟକଳାପର ସମୀକ୍ଷା ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୋଟିଏ ବିଭାଗରେ ଲମ୍ବା ସମୟ ଧରି ରହିଥିବା ବାବୁମାନଙ୍କୁ ନେଇ ପ୍ରଶ୍ନ ଉଠୁଛି । ଆଇଏଏସ ଅଫିସର ଜି. ମାଥିଭାଥନନ ନଗର ଉନ୍ନୟନ ବିଭାଗରେ 10 ବର୍ଷ ଏବଂ ସଂସଦୀୟ ବ୍ୟାପାର ବିଭାଗରେ 13 ବର୍ଷ ହେଲା ପ୍ରମୁଖ ସଚିବ ଦାୟିତ୍ବରେ ରହିଲେଣି । ସେମିତି ଆଇଏଏସ ରୂପା ରୋଶନ ସାହୁ 2015ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ 2018ରୁ ଅବସ୍ଥାପିତ ହୋଇଛନ୍ତି ଆଇଏଏସ ଆର. ଭିନିଲକ୍ରିଷ୍ଣା । ଏହାସହ କ୍ରୀଡା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ଏହି ଅଧିକାରୀ । କେବଳ ଆଇଏଏସ ନୁହେଁ, ଏମିତି ଭାବେ ଦୀର୍ଘ ବର୍ଷ ଧରି ଗୋଟିଏ ପଦବୀକୁ ମାଡି ବସିଥିଲେ କିଛି ଆଇପିଏସ ଅଫିସର । ଯେମିତି ଅତିରିକ୍ତ ପୋଲିସ ଡିଜି ଡି.ଏସ୍ କୁଟ୍ଟେ । ଦୀର୍ଘ ୧୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ସଚିବ ଭାବେ ଦାୟିତ୍ଵରେ ଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...