ଟିକଟ କଟିବା ପରେ ରାଗି ରକ୍ତଚାଉଳ ଚୋବାଉଛନ୍ତି ସମୀର ଦାସ ? ଖାଲି ରାଗିଛନ୍ତି ତାହା ନୁହେଁ ବରଂ ଆଗାମୀ ଦିନରେ ତାଙ୍କୁ ପ୍ରାର୍ଥୀ କରାନଗଲେ ନିମାପଡାରେ ବିଜେଡି ପାନେ ପାଇବ ବୋଲି କାଳେ ସେ ପରୋକ୍ଷରେ କହିଥିବା ଚର୍ଚ୍ଚା ଜୋର ଧରିଛି । ତେବେ କର୍ମୀ ମେଳିରେ ଏକାଠି ହୋଇଥିଲେ ଶତାଧିକ କର୍ମୀ । ଯେଉଁଠି ଟିକେଟ୍ କଟିବାକୁ ନେଇ ଭାବବିହ୍ଵଳ ହୋଇପଡ଼ିଥିଲେ ସମୀର । ସେହି ବୈଠକରେ ଗୋପ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ତାଙ୍କୁ ସମର୍ଥନ ଜଣାଇଛନ୍ତି । ଯାହାକୁ ନେଇ ବିଜେଡି ଶିବିରରେ ଏବେ ବଢିଲାଣି ଚିନ୍ତା ।
ବିଜେଡି ପାଇଁ କାଳ ହେବ କି ଟିକଟ ଘୋଷଣା ? କାରଣ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଖାଲି ଦଳ ଛାଡୁଛନ୍ତି ତାହା ନୁହେଁ ବିଜେଡିର ଗୋହି ବି ଖୋଳୁଛନ୍ତି । ଏହାରି ଭିତରେ ସମୀର ବି ଟିକଟ ପାଇନାହାନ୍ତି । ତେଣୁ ଆଗାମୀ ଦିନରେ ନିମାପଡାରେ ବିଜେଡିର କି ସମୀକରଣ ହେଉଛି ତାହା ଦେଖିବାକୁ ବାକି ରହିଥିବା ବେଳେ ସମୀର ଯଦି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ନଦିଅନ୍ତି ତାହାଲେ ବିଜେଡିରେ ଗୋଷ୍ଠୀ କନ୍ଦଳ ବଢିବା ସହିତ ଦଳ ପରାଜୟ ସ୍ଵୀକାର କରିବା ନେଇ ବି ଚର୍ଚ୍ଚା ଜୋର ।