ଶନିବାର ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଭିନୀଲ କ୍ରିଷ୍ଣା । ମୁଖମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବରୁ ନେତା ହୋଇଥିବା ପାଣ୍ଡିଆନଙ୍କ ସହ ସିଏମଙ୍କ ସ୍ଵତନ୍ତ୍ର ସଚିବ ଭିନୀଲ କ୍ରୀଷ୍ଣାଙ୍କ ଫଟୋକୁ ନେଇ ଜୋର ଧରିଛି ଚର୍ଚ୍ଚା । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ କେମିତି ଜଣେ ସରକାରୀ ଅଫିସର ବିଜେଡି ନେତାଙ୍କ ସହି ଏମିତି ଆଲୋଚନା କରିବେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଖାଲି ପ୍ରଶ୍ନ ଉଠାଇଛି ତାହା ନୁହେଁ ବରଂ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ବି ହୋଇଛି ।
ଏପଟେ ବିଜେଡି ସରକାରର ଶାସନ ବ୍ୟବସ୍ଥାକୁ ନେଇ ଲଗାତାର ନିଶାନା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ଭିଡିଓରେ ଥିବା ବେଳେ ଏଠି ଗୁମାସ୍ତାଙ୍କ ହାତରେ ରିମୋର୍ଟ ରହିଛି । ଯେଉଁ ଗୁମାସ୍ତାଙ୍କର ରାଜନୀତି କରିବାର ଏତେ ଇଚ୍ଛା ଅଛି ସେ ତାଙ୍କ ନିଜ ରାଜ୍ୟରୁ ନିର୍ବାଚନ କଣ ପାଇଁ ଲଢୁନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିବା ସହ ଆମ ରାଜ୍ୟର ନେତା ଓଡିଆ ହେବା ଦରକାର ବୋଲି କହିଥିଲେ ।
ପୂର୍ବରୁ କଟକ ବଡ଼ ମେଡିକାଲ ରେ ବସ ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଭେଟିବା ବେଳେ ପାଣ୍ଡିଆନଙ୍କ ସହ ପରିବହନ କମିଶନର ଓ ଯାଜପୁର ଏସପିଙ୍କ ଉପସ୍ଥିତିକୁ ଦେଖା ଦେଇଥିଲା ବିବାଦ। ଏବେ ନିର୍ବଚନ ଆଚରଣ ଵିଧି ଲାଗୁ ବେଳେ ବିଜେଡି ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଉପସ୍ଥିତି ରହିବା ନୂଆ ବିବାଦ ସୃଷ୍ଟି କରିଛି ।