ପୁଣି ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ପହଞ୍ଚିଥିଲେ ପାଣ୍ଡିଆନ। ସଭା ସ୍ଥଳରେ ସମସ୍ତଙ୍କ ପାଇଁ ବସିବାର ବ୍ୟବସ୍ଥା ବି ନଥିଲା। ଫଳରେ ଲୋକେ ତାତିରୁ ରକ୍ଷା ପାଇବାକୁ ବିଭିନ୍ନ ସ୍ଥାନରେ ଗାଡ଼ି ତଳେ ଆଶ୍ରୟ ନେଇଥିବା ଦେଖାଯାଇଥିଲା। କିଛି ଆଦିବାସୀ ମହିଳାଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀର ମିଟିଂ ହେଉଛି ମିଛ କହି ଅଣାଯାଇଥିଲା। ଆଉ କେତେକଙ୍କୁ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ଆସିବେ। ଗୋଟିଏ ପଟେ ଖରାରେ ସଭା ସ୍ଥଳରେ ଲୋକଙ୍କୁ କରାଗଲା ହନ୍ତସନ୍ତ, ଅନ୍ୟପଟେ ଜବରଦସ୍ତ ମହିଳାଙ୍କଠାରୁ ଓଢ଼ଣୀ ନେଇଯିବାକୁ ଉଠିଛି ବଡ଼ ପ୍ରଶ୍ନ। ମହିଳା ସମ୍ମାନର ନାରା ଦେଉଥିବା ବିଜୁ ଜନତା ଦଳ ଇଏ କେମିତିକା ମହିଳା ସମ୍ମାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: