ଅର୍ଗସ ବ୍ୟୁରୋ : ମୋକିମଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଜାମିନ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ୍ । ତେବେ ଆଜି ମୋକିମଙ୍କୁ ସୁପ୍ରିମକୋର୍ଟ ଆଶ୍ଵସ୍ତି ଦେଇଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ORHDC ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ମାମଲାକୁ ନେଇ ମୋକିମ ଆବେଦନ କରିଥିଲେ । ଆବେଦନ ପରେ ମାମଲାର ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ତାଙ୍କୁ ୩ବର୍ଷ ଦଣ୍ଡାଦେଶ ଶୁଣାଇଥିବାବେଳେ ଏହାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ । ଏହାକୁ ବିଚାର କରି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି । ଏହା ଭିତରେ ତାଙ୍କୁ ଗିରଫ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି ।
ଅର୍ଗସ ବ୍ୟୁରୋ : ପୋଲିସ ଅଧିକାରୀଙ୍କୁ ବିଜେଡ଼ି ମଞ୍ଚରେ ଭାଷଣ ଦେବା ପଡ଼ିଲା ମହଙ୍ଗା । ବିଜେପିର ଅଭିଯୋଗ ପରେ ଦୁଇ ପୋଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ । କଟକ - ଭୁବନେଶ୍ଵର ପୋଲିସ କମିଶନର, ପୋଲିସ ଡିଆଜିଙ୍କୁ ନିର୍ଦ୍ଦେଶ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହୋଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କ୍ଷୋଭ ପ୍ରକାଶ କଲେ ନିର୍ବାଚନ କମିଶନ । ଇଦୁଲ ଫିତର ନାଁରେ ଚୌଦ୍ଵାର ଥାନା ଆଇଆଇସି ବିଶ୍ଵ ରଞ୍ଜନ ସାହୁ ଏବଂ ଏସଆଇ ସରସ୍ଵତୀ ସାହୁ ଗୋଟିଏ ମଞ୍ଚରେ ବିଜେଡ଼ି ନେତାଙ୍କ ସହ ବସି ଭାଷଣ ଦେଉଥିଲେ । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ।