ତେବେ ଆଜି ଅପରାହ୍ନରେ ପ୍ରସନ୍ନଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଶୁଣିବାକୁ ମିଳୁଛି ନବୀନ ନିବାସରେ ପହଁଚିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରସନ୍ନଙ୍କର ଦେଖା ସାକ୍ଷାତ କରିବାକୁ ଦିଆ ଯାଇ ନଥିଲା । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପ୍ରସନ୍ନ ପାଟଶାଣୀ ।
ଚର୍ଚ୍ଚା ହେଉଛି ରଘୁ ସାହୁ ଲବି ଓ ବର୍ତ୍ତମାନର ସମୀକରଣକୁ ଦେଖି ପ୍ରସନ୍ନଙ୍କୁ ଦଳ ଟିକେଟ ନଦେଇପାରେ । ତେଣୁ ପ୍ରସନ୍ନ ଖୁବଶୀଘ୍ର ବିଜେଡି ଛାଡିବା ନେଇ କୁହାଯାଉଛି । ଆଉ ପ୍ରସନ୍ନ ପାଟଶାଣୀ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଯିବା ବି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...