ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମେ୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରହ୍ମପୁରରେ ଦିନ ୧୦ଟାରେ ବିଶାଳ ରୋଡ଼ ସୋ କରିବେ ମୋଦି ବୋଲି ସୂଚନା ରହିଛି।
ନବରଙ୍ଗପୁରରେ ସାଧାରଣ ସଭାରେ ଯୋଗ ଦେବେ। ଶାହ ଓ ନଡ୍ଡାଙ୍କ ଗସ୍ତ ପରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବ୍ରହ୍ମପୁର ଏବଂ ନବରଙ୍ଗପୁର ଜନସଭାକୁ ସମ୍ୱୋଧିତ କରିବୋ ମୋଦି। ଦିନ ୧୨.୩୦ରେ ନବରଙ୍ଗପୁରରେ ପହଞ୍ଚିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାକୁ କୌଣସି ତାମିଲ ବାବୁ ଶାସନ କରିପାରିବେନି କହିଛନ୍ତି ଶାହ । ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଏଠି ଆୟୁଷ୍ମାନ ଭାରତ ଲାଗୁ ହେଉନି, ବିଜେପି ଆସିଲେ ତୁରନ୍ତ ହେବ ।
ଅଧିକ ପଢନ୍ତୁ : ଏଥର ବିଜେପିକୁ ଭୋଟ ଦୁଇ ଥର କାରଣ ଏଥର ୪୦୦ ପାର୍
ବିଜେପି ଆସିଲେ ୧୦୦ ଦିନରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଛନ୍ତି ଅମିତ ଶାହ । ୫ ବର୍ଷ ମୋଦିଙ୍କୁ ଦିଅନ୍ତୁ, ଓଡ଼ିଶାରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି ହେବ ମଧ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ ଦିଅ' । ଏଥର ଓଡ଼ିଶାରେ ବିଜେପି ସରକାର କରିବା ସୁନିଶ୍ଚିତ ।
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହୋଇଥିଲା। ଏବେ ଅଶୋକଙ୍କ କ୍ୟାରିୟରରେ ଆଉ ଏକ ନୂଆ ମାଇଲଷ୍ଟୋନ ଯୋଡି ହୋଇଛି। ଯାହାର ଅପେକ୍ଷା ସବୁ ଅଭିନେତା କରିଥାନ୍ତି। ଅଶୋକଙ୍କ ଅପକମିଂ ମୁଭି `ସିଷ୍ଟର ମିଡନାଇଟ'ର ପ୍ରିମିୟର ଦୁନିଆର ସବୁଠୁ ବଡ଼ ଫେଷ୍ଟିଭାଲ ମାନେ କାନ୍ସ ଫେଷ୍ଟିଭାଲରେ ସାମିଲ ହୋଇଛି।
ନିର୍ଦ୍ଦେଶକ କରଣ କାନ୍ଧାରୀଙ୍କ ଫିଲ୍ମ `ସିଷ୍ଟର ମିଡନାଇଟ' ରେ ଲୋକପ୍ରିୟ ଅଭିନେତ୍ରୀ ରାଧିକା ଆପତେ ଏବଂ ଅଶୋକ ପାଠକ ଲିଡ ରୋଲରେ ଅଛନ୍ତି। ଏହି ଦୁଇଜଣ ମୁମ୍ବାଇର ସ୍ଲମ ଅଞ୍ଚଳରେ ଏକ ଗରିବ ଦମ୍ପତିର ଚରିତ୍ର ପ୍ଲେ କରୁଛନ୍ତି। ଏହି ମୁଭିକୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଯେଉଁଠାରେ ଦୁନିଆର ସବୁ ଶ୍ରେଷ୍ଠ ଫିଲ୍ମକୁ ଫ୍ୟାନ୍ସ ମାନଙ୍କ ସାମ୍ନାରେ ପରିବେଷଣ କରାଯାଏ। `ସିଷ୍ଟର ମିଡନାଇଟ' ମୁଭି ହେଉଛି ଭାରତ ପକ୍ଷରୁ କାନ୍ସକୁ ଯାଇଥିବା ଏକମାତ୍ର ଫିଲ୍ମ।
ଏବିପି ଅନକଟ ପକ୍ଷରୁ କୁହାଯାଇଛି ଯେ, କାନ୍ସରେ ଅଶୋକଙ୍କ ଏହି ମୁଭିକୁ ୧୦ ମିନିଟର ଷ୍ଟାଣ୍ଡିଙ୍ଗ ଅଡିସନ ମିଳିଥିଲା। ଅଶୋକ ତାଙ୍କର ଏହି ମୁଭିର ସ୍କ୍ରିନିଂ ଏବଂ ଷ୍ଟାଣ୍ଡିଙ୍ଗ ଅଡିସନର ଭିଡିଓକୁ ଷ୍ଟାଟସରେ ରଖିଛନ୍ତି। ତେବେ ଇଣ୍ଟରନ୍ୟାସନାଲ ମିଡିଆ ପ୍ଲାଟଫର୍ମରେ ରାଧିକା ଏବଂ ଅଶୋକଙ୍କର ଏହି ମୁଭିକୁ ବହୁତ ଭଲ ରିଭ୍ୟୁ ମିଳୁଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବେ ଆସନ୍ତୁ ଜାଣିବା। ଖରା ଦିନେ ଖାଦ୍ୟରେ କମ୍ ସମଲା ବ୍ୟବହାର କରିବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷିତ ରହିଥାଏ । ସ୍ୱାଦ ଅନୁଯାୟୀ ଅଳ୍ପ ପରିମାଣରେ ମସଲା ବ୍ୟବହାର କରିପାରିବେ । ଯେତେଦୂର ସମ୍ଭବ ଗରମ ମସଲାର ବ୍ୟବହାର କମ୍ କରନ୍ତୁ । ଯାହାଦ୍ୱାରା ବିନା ଫ୍ରିଜରେ ମଧ୍ୟ ଖାଦ୍ୟ ନଷ୍ଟ ହେବ ନାହିଁ। ସତେଜ୍ ପନିପରିବା ବ୍ୟବହାର କରିବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୋଇନଥାଏ । ବଳକା ଖାଦ୍ୟକୁ ପାଣିରେ ରଖିବା ଦ୍ୱାରା ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ ।
ପ୍ରତିଥର ଖାଦ୍ୟ ଗରମ କରି ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ନଷ୍ଟ ହୁଏ । ଖାଦ୍ୟରେ ଥିବା ଆବଶ୍ୟକୀୟ ପୋଷକ ତତ୍ୱ ନଷ୍ଟ ହେବା ସହ ସ୍ୱାଦରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ । ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଖରା ଦିନେ ବିନା ଫ୍ରିଜରେ ଆପଣଙ୍କ ଖାଦ୍ୟ ନଷ୍ଟ ହେବ ନାହିଁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: