ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁପର ସୋ। ଭୁବନେଶ୍ୱର ରାମ ମନ୍ଦିରରୁ ବାଣୀବିହାର ଯାଏଁ କରିବେ ରୋଡ଼ ସୋ। ଏଥିପାଇଁ ଉତ୍ସାହିତ ବିଜେପି ଶିବିର। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗତକାଲି ଜନପଥରେ ଟ୍ରାଫିକ କଟକଣା ଜାରି କରିଥିଲା କମିଶନରେଟ୍ ପୋଲିସ। ଏଥିସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଥିଲେ ଏସପିଜି। ସେହିପରି ଆସନ୍ତାକାଲି କନ୍ଧମାଳ ,ବଲାଙ୍ଗୀର ଓ ବରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ତେବେ ନବୀନଙ୍କ ଦିବାସ୍ବପ୍ନ କଟାକ୍ଷର କଣ ଜବାବ ଦେବେ ମୋଦି, ତାକୁ ରହିଛି ଅପେକ୍ଷା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼ । ଜଣେ ମହିଳା ପୋଲିସ କର୍ମଚାରୀ ଆହତ ସୂଚନା । evm ମେସିନ ନେଲାବେଳେ ମହିଳା ଓ ଭୋଟରଙ୍କୁ ପୋଲିସର ଲାଠିଚାର୍ଜ ।
ଅଧିକ ପଢନ୍ତୁ : ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ଭୋଟ୍ ଦେବାକୁ ସୁଯୋଗ ନମିଳିବାରୁ ତାତିଲେ ଲୋକେ । ପୂର୍ବରୁ ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମେ' ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ' ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ମେ' ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର କରିବ । ମେ' ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର