ଅନେକ ଗୁଡ଼ିଏ ଫଟୋଗ୍ରାଫି ଏକଜିବିସନ୍ ରେ ସେ ହୋଇଛନ୍ତି ପୁରସ୍କୃତ।ମଡେଲ ଫଟୋଗ୍ରାଫି ସହିତ ସମାଜ, ସଂସ୍କୃତି ଓ ସମ୍ବଲପୁରୀ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ କରନ୍ତି ଫଟୋଗ୍ରାଫି। ଏବେ ତାଙ୍କର ଗୋଟେ ନିଜସ୍ଵ ସଂସ୍ଥା "ବିହାଘରିଆ" ଯାହା ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ରେ ବେଶ୍ ପରିଚିତ। ଏହା ସହିତ ଅନେକ ବେକାର ଯୁବକଙ୍କୁ ଦେଇଛନ୍ତି ସେ ନିଯୁକ୍ତି।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୁବପିଢି କୁ ଚାକିରି ପଛରେ ନ ଧାଇଁ ଜଣେ ଜଣେ ଉଦ୍ୟୋଗୀ ହେବା ପାଇଁ ମଧ୍ୟ ଆହ୍ବାନ ଦେଉଛନ୍ତି। ତେଣୁ ଅପୂର୍ବ କୁହନ୍ତି ପାଠ ପଢ଼ିବା ପରେ ଅନେକ ଯୁବକ ଯୁବତୀ ଚାକିରି ନ ପାଇଲେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। କିନ୍ତୁ ଆମେ ଆମର ରୁଚି ଥିବା ବିଷୟରେ କାମ କଲେ ମଧ୍ୟ ଆଗକୁ ବଢ଼ି ପରିବା। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ଦେଇ ପାରିବା । କ୍ୟାରିୟର ସେହିଥିଲେ ଗଢ ଯେଉଁଥିରେ ତୁମେ ଆଗ୍ରହ ପ୍ରକାଶ କରୁଛ। ତୁମେ ଏକ ବୃତ୍ତି ଅନୁସରଣ କରୁଛ ଯାହା ତୁମର ପ୍ରତିଭାକୁ ବ୍ୟବହାର କରିବ ଏବଂ ତୁମର ମୂଲ୍ୟ ଏବଂ ପସନ୍ଦ ସହିତ ସମାନ୍ତରାଳ ଭାବରେ ଆଗକୁ ବଢ଼ିବାରେ ସହାୟକ ହେବ।
ଅଧିକ ପଢନ୍ତୁ ଓଡ଼ିଶା ଖବର