ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଜଳୁଛି ପୁରା ଓଡ଼ିଶା। ତାତିରେ ବ୍ରେକ ଲାଗୁନି। ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବର ହେଉଛି ସବୁଠୁ ଉତ୍ତପ୍ତ।
ଭୁବନେଶ୍ୱର: ୪୧.୬°C
ବାଲେଶ୍ୱର: ୪୦.୭°C
ଚାନ୍ଦବାଲି: ୪୦.୨°C
କେନ୍ଦୁଝର: ୪୦°C
ଝାରସୁଗୁଡା: ୩୯.୫°C
ସମ୍ବଲପୁର: ୩୯.୪°C
ରାଉରକେଲା: ୩୯.୪°C
ହୀରାକୁଦ: ୩୭.୮°C
ପୁରୀ: ୩୪.୨°C
ଗୋପାଳପୁର: ୩୩.୫°C
ପାରାଦୀପ: ୩୩.୪°C
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କରି ଭୋଟ ମାଗିବେ । ରାହୁଲଙ୍କ ଏହି ଗସ୍ତ ନେଇ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ମେ’ ୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ପଡିବ ଡେରା । ବିଜେପିରୁ ହେବିୱେଟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ରାହୁଲ ଗାନ୍ଧି ଭୋଟ ପ୍ରଚାର କରିବାକୁ ଆସୁଛନ୍ତି । ଆଗାମୀ ୧୫ ତାରିଖରେ ଜନସାଧାରଣଙ୍କ ପାଖରେ ସେ କଣ ଅଭିଭାଷଣ ରଖିବେ ତାହାକୁ କଂଗ୍ରେସ ନେତା ଏବଂ କର୍ମୀ ଅପେକ୍ଷା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: