ଯେଉଁଥିପାଇଁ 24 ନିର୍ବାଚନ ରେ ବିଜେଡିକୁ ଅଧିକ ଘାରିଛି ପଶ୍ଚିମ ଓଡିଶା ଚିନ୍ତା । ମୁଖିଆଙ୍କୁ ପୁଣି ଥରେ ମଇଦାନକୁ ଓହ୍ଲାଇ ମୋଦି ଲହର କାଟିବା ସହ ସମ୍ମାନ ବଞ୍ଚାଇବାକୁ ପ୍ରାଣମୂଛା ଉଦ୍ୟମ ଚଳାଇଛି ବିଜେଡି । ତେବେ ବିରୋଧୀ ପ୍ରଶ୍ନ କରିଛନ୍ତି ସବୁ ଗାଁ କୁ ସ୍ବଛ ପାନୀୟ ଜଳ, ସବୁ ସିଏଚସିରେ ଉନ୍ନତ ମାନର ଚିକିତ୍ସା,ବରପାଲିରେ ଫ୍ଲାଏ ଓଭର ବ୍ରିଜ୍, ବିଜେପୁରରୁ ଭଲ ବସ ଷ୍ଟାଣ୍ଡ, ବିଜେପୁରର ସବୁ ଗାଁକୁ ରାସ୍ତା ଓ ବିଜୁଳି, ବିଜେପୁରର ସିଭିଲ କୋର୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଗାଇସିଲଟରେ ଚାହିଦା ମୂତାବକ ଜଳ ସେଚନ, ଚାଷୀଙ୍କୁ ଇନପୁଟ ସବସିଡି କୂଆଡେ ଗଲା । ଏହା ସହ ପଶ୍ଚିମ ଓଡଶାର ଦାଦନ ମୁଖ୍ୟ ପ୍ରସଙ୍ଗ ହୋଇ ଉଭାହୋଇଥିବା ବେଳେ 5 ବର୍ଷ ଭିତରେ ଲୋକଙ୍କୁ କାମ ଦେବାରେ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ... ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ କ୍ଷେତ୍ରରେ ପଛରେ ପଡିଛି ପଶ୍ଚିମ ଓଡିଶା।
ସେପଟେ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ସମ୍ବଲପୁର ବିଜେଡିର ସମୀକରଣକୁ ନେଇ ଚର୍ଚ୍ଚା ବି ଜୋର । ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅସନ୍ତୋଷ ଓ ଜିଦ୍ ଆଗରେ ଶେଷରେ ମୁଣ୍ଡ ନୁଆଁଇଛି ବିଜେଡି । ପୂର୍ବ ଘୋଷଣାକୁ କରାଯାଇଛି ପରିବର୍ତ୍ତନ । ସମ୍ବଲପୁର ପରିବର୍ତ୍ତେ ରେଢାଖୋଲରୁ ନିର୍ବାଚନ ଲଢିବେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ରେଢାଖୋଲ ପରିବର୍ତ୍ତେ ସମ୍ବଲପୁରରୁ ନିର୍ବାଚନ ଲଢିବେ ରୋହିତ ପୂଜାରି । ତେବେ ସମ୍ବଲପୁର ପାଇଁ ଆଶାୟୀ ଥିବା ରାଶେସ୍ବରୀ ପାଣିଗ୍ରାହୀ ରୋହିତଙ୍କୁ ଜୋରଦାର ବିରୋଧ କରୁଥିବା ବେଳେ ପ୍ରସନ୍ନଙ୍କୁ ରୋହିତ ଯଦି ରେଢାଖୋଲରେ ଭିତିରି ବିରୋଧ କରନ୍ତି ସମ୍ବଲପୁର ବିଜେଡି ସମୀକରଣ କଣ ହେବ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ।
ଦେଶ ଓ୍ବାନ ନେସନ ଓ୍ବାନ ଇଲେକସନ୍ ପାଇଁ କାର୍ଯ୍ୟ କରୁଥିବା ବେଳେ ନବୀନ ଦୁଇଟି ସ୍ଥାନରୁ ଛିଡା ହୋଇ ଗୋଟିଏ ଆସନ ଛାଡିବା ଆଉଁ ପୁଣିଥରେ ଉପନିର୍ବାଚନ କରାଇବା କେତେ ଦୂର ଯୁକ୍ତି ଯୁକ୍ତ । ଉପ ନିର୍ବାଚନ କରି ରାଜ୍ୟ ରାଜକୋଷରୁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିବା ଆଉ ଆଚରଣ ବିଧି ଲାଗୁ ହେବା ଦ୍ବାରା ମାସାଧିକ କାଳ ବିକାଶ କାମ ଠପ୍ କରାଇବା କଣ ଜଣେ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ କାମ କି ?
ଅଧିକ ପଢନ୍ତୁ ଓଡ଼ିଶା ଖବର