ସମ୍ବଲପୁର: ସମ୍ବଲପରୁରେ ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ବିରୋଧ । ଆଜି ହୀରାକୁଦ ଟାଉନ ହଲ୍ ରେ ଓଡ଼ିଶା ସରକାର ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ଏକ ବୈଠକରେ ଚାଲିଥିଲା । ଏହି ବୈଠକରେ ହଠାତ୍ ପହଞ୍ଚିଥିଲେ ରୋହିତ ପୂଜାରୀ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସିଧାସଳଖ ଭାବରେ ବିରୋଧ କରିଥିଲେ । ଆପଣ ଭିତରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ ।
ହେଲେ ରୋହିତ ପୂଜାରୀ ଜୋର୍ ଜବରଦସ୍ତ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା । ସେପଟେ କିନ୍ତୁ ରୋହିତ କହିଥିଲେ, ମୋତେ ନିମନ୍ତ୍ରଣ ହୋଇଥିଲା ମୁଁ ଆସିଛି, ମୁଁ ଏଠାକୁ ରାଜନୀତି କରିବା ପାଇଁ ଆସିନି । ଆମେ କାହାକୁ ନିମନ୍ତ୍ରଣ କରିନୁ ରୋହିତ ପୂଜାରୀ ନିଜ ଇଚ୍ଛାରେ ବିନା ନିମନ୍ତ୍ରଣରେ ଆସିଥିବା ସଭା ଆୟୋଜନ କର୍ମଚାରୀ କହିଛନ୍ତି ।