ସମ୍ବଲପୁରର ବିଜେଡି ପ୍ରଚାର ବ୍ୟାନରରୁ ଗାଏବ ପାଣ୍ତିଆନଙ୍କ ଫଟୋ । ବିଜେଡି ପ୍ରଚାର ବ୍ୟାନରରେ ବିଜୁ ପଟ୍ଟନାୟକ , ନବୀନ ପଟ୍ଟନାୟକ ସହ ଲୋକ ସଭା ପ୍ରାର୍ଥୀ ବବି ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୁଝାରୀ ଫଟୋ ରହିଛି । ହେଲେ ସାରା ସହରରେ ଲାଗିଥିବା ବିଜେଡି ବ୍ୟାନରରେ ପାଣ୍ତିଆନଙ୍କ ଫଟୋ ଦେଖିବାକୁ ମିଳୁନାହିଁ । ପୁର୍ବରୁ ସମସ୍ତ ବ୍ୟାନରରେ ପାଣ୍ତିଆନ ଫଟୋ ଲାଗିବା ବାଧ୍ୟତା ମୁଳକ ହେଉଥିଲା । କିନ୍ତୁ ଏବେ ଦେଖନ୍ତୁ ସହର ବିଭିନ୍ନ ଛକ ଓ ରାସ୍ତା କଡର ବିଜେଡି ବ୍ୟାନରକୁ । କେମିତି ସମସ୍ତ ବ୍ୟାନରରୁ ପାଣ୍ତିଆନ ଫଟୋକୁ ହଟାଇ ଦିଆଯାଇଛି । ଯାହାକୁ ନେଇ ସାଧାରଣ ମହଲରେ ଯୋର ଚର୍ଚ୍ଚା ହେଉଛି ।
କାହିଁକି ପାଣ୍ତିଆନଙ୍କ ଫଟୋ ସମ୍ବଲପୁର ବିଜେଡିର ପ୍ରଚାର ବ୍ୟାନରରୁ ହଟିଲା ? ସମ୍ବଲପୁର ବିଜେଡିରେ ପାଣ୍ତିଆନଙ୍କ ଫଟୋ ଲାଗିବା ନେଗେଟିଭ ବାର୍ତ୍ତା ଯାଉଥିଲା କି ? ବବିଙ୍କ ପ୍ରଭାବହୀନ ନାମାଙ୍କନ ରାଲି ପରେ ଷ୍ଟ୍ରେଟେଜି ବଦଳାଇଲାକି ଭୟଭୀତରେ ବିଜେଡି ।
ପାଣ୍ତିଆନ ପ୍ରଶାସନିକ ଅଧିକାରୀରୁ ରାଜନୈତିକକୁ ଆସିଛନ୍ତି । ତାଙ୍କୁ ବିଜେଡିର ଏବେ ଚାଣକ୍ୟ ବୋଲି କୁହାଯାଉଛି । ବବି ଏସବୁ ଦେଖି ସହ୍ୟ ନ କରିପାରିବାରୁ ଜାଣି ଶୁଣି ଫଟୋ ହଟାଇ ଦେଇଥିବା ସମୀକ୍ଷକ ମାନେ କହିଛନ୍ତି । ଦେଖିବାକୁ ବାକି ରହିଲା କଣ ପାଇଁ ସମ୍ବଲପୁରର ବିଜେଡ଼ି ବ୍ୟାନରରୁ ହଟିଲା ପାଣ୍ତିଆନ ଫଟୋ ।