ଅଧିକ ପଢନ୍ତୁ ଓଡିଶା ଖବର
ଅଭିଯୋଗ ହେଉଛି ଏହି ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜନକୁମାର ଦାସ ବିଭିନ ସମୟରେ ବିଜେଡିର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ବେଳେ ପ୍ରଧାନଶିକ୍ଷକଙ୍କ ବୈଠକରେ ବିଜେଡି ଜିଲ୍ଲାପରିଷଦଙ୍କୁ ଡାକି ନିଜ ସପକ୍ଷ ରେ ଭୋଟ ଯିବାପାଇଁ ଏହା ଏକ ଷଡଯନ୍ତ୍ର । ଖାଲି ସେତିକି ନୁହଁ ସୋସିଆଲ ମିଡ଼ିଆ ରେ ମଧ୍ୟ ଏହି ଫଟୋ କୁ ସେୟାର କରିଛନ୍ତି ନିଜେ ପ୍ରଧାନଶିକ୍ଷକ l ଏ ନେଇ ସ୍ଥାନୀୟ ଅଞ୍ଚଳର ତପନ ଅଗସ୍ତି ନିର୍ବାଚନ ଆଚରଣ ବିଧି ଉଲଂଘନ କରାଯାଇଥିବା କହି ନିର୍ବାଚନ ଆୟୋଗଙ୍କ ସହ ବାଲେଶ୍ବର ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ ଅତିରିକ୍ତ ଶିକ୍ଷାଧିକାରା ଧରଣିଧର ପାତ୍ର ବାହାନଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।