ନିମ୍ନମାନର କାମ ହୋଇଥିବାରୁ ମାତ୍ର ୬ଦିନରେ ପାଇପ୍ ଫାଟିଗଲା । ସେବେଠୁ ଅଚଳ ହୋଇ ପଡ଼ିରହିଲା ପ୍ରକଳ୍ପ। ଏନେଇ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ କିଛି ଲାଭ ନ ମିଳିବାରୁ ବାଧ୍ୟ ହୋଇ ନଈରେ ଚୁଆ ଖୋଳି, ସେହି ପାଣିକୁ ପାନୀୟ ଜଳ ରୂପ ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ। ଏପଟେ ଅଚଳ ପ୍ରକଳ୍ପକୁ 5t ରଙ୍ଗରେ ରଙ୍ଗେଇ ଠିକାଦାର ଅର୍ଥ ଆତ୍ମସାଦ କରିଥିବା ଅଭିଯୋଗ ହୋଇଛି।
କେବଳ ଦରଡିପାଳ ଗ୍ରାମରେ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଏଭଳି ବସୁଧା ଯୋଜନାର ପ୍ରକଳ୍ପ ଅଚଳ ଅବସ୍ଥାରେ ଥିବା ଦେଖିବା ପାଇଁ ମିଳୁଛି। କେଉଁଠି ବସୁଧା ଯୋଜନା ପହଞ୍ଚି ପାରିନି ତ କେଉଁଠି ପ୍ରକଳ୍ପ ହୋଇଛି ମାତ୍ର ପାଣି ଯୋଗେଇ ହେଉନି। ଏମିତରେ ବସୁଧା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: