ବିଜେପି ଓ ବିଜେଡି ର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ କଂଗ୍ରେସ ର ନୀଳଗିରି ପାଇଁ ପ୍ରାର୍ଥୀ ଘୋଷଣା ଏବେ ବି ବାକି ରହିଛି । ଆଠଗଡ ଓ ପୁରୀ ପ୍ରାର୍ଥୀ ଙ୍କ ଟିକେଟ ଫରସ୍ତ ପରେ ଏବେ ସେଠାରେ ବି ନୂଆ ପ୍ରାର୍ଥୀ ଦେବ ଦଳ । ସେପଟେ ପ୍ରଥମେ ବିଜେଡି ଓ ପରେ ବିଜେପି ଛାଡିଥିବା ଦେବାଶିଷ ନାୟକ ଆଜି କଂଗ୍ରେସ ରେ ଯୋଗ ଦେବା ପରେ ବରୀ ପ୍ରାର୍ଥୀ ପରିବର୍ତ୍ତନ ନେଇ ମଧ୍ୟ ଚର୍ଚା ହେଉଛି । ଏଭଳି ସ୍ଥିତିରେ ୨୪ ମହାଲଢ଼େଇ ରେ ଦୁର୍ବଳ କଂଗ୍ରେସର ପ୍ରଦର୍ଶନ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।
2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ , 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି । ଏମିତିକି 2019 ସାଧାରଣ ନିର୍ବାଚନ ପରେ ପାଟକୁରା, ବାଲେଶ୍ବର, ପିପିଲି, ପଦ୍ମପୁର, ପରି ସ୍ଥାନରେ ଦଳର ପ୍ରାର୍ଥୀ ଅମାନତ ହରାଇଥିଲେ ଭୋଟ ହାର ବି ଅତି ନବଣ୍ୟ ଥିଲା। ରାଜ୍ୟରେ କଂଗ୍ରେସ ଭୋଟ ଖସିବାର ବଡ ଲାଭ ବିଜେପି ନେଉଛି । ଦଳ ନିଜ ସଙ୍ଗଠନ ନ ସଜାଡିଲେ ଆଗକୁ ରାଜ୍ୟ ରେ ଦ୍ବିମୁଖୀ ଳଢ଼େଇ ହେବା ନେଇ ସଙ୍କେତ ମିଳୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: