ପାଣିପାଗ ବିଭାଗର ସତର୍କ ସୂଚନା, ଆହୁରି 3 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।
ଭୁବନେଶ୍ୱର: ସକାଳୁ ଅସହ୍ୟ ତାତି । ଆକାଶରୁ ହେଉଛି ନିଆଁ ବର୍ଷା । ସକାଳ 8ଟା 30 ସୁଦ୍ଧା 35 ଟପିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଭବାନୀପାଟଣା 37.4, ବାରିପଦା 36.4, ବଲାଙ୍ଗୀର 36.2, ଟିଟିଲାଗଡ଼ ଓ ବାଲେଶ୍ବର 36, ହୀରାକୁଦ 35.6,ଝାରସୁଗୁଡା ଓ କେନ୍ଦୁଝର 35.4, କଟକ, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧରେ 35, ସୋନପୁର ଓ ଭୁବନେଶ୍ବରରେ 34.8 ଏବଂ ରାଉରକେଲାରେ 34.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ପାଣିପାଗ ବିଭାଗର ସତର୍କ ସୂଚନା, ଆହୁରି 3 ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଘଟିଲା ବଡ଼ ଅଘଟଣ । ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲିଗଲା ୪୦ଟି ରାଜହଂସଙ୍କ ଜୀବନ । ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି । ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି। ବିମାନଟି ସୋମବାର ରାତିରେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ ହେଁ ଏହା ଆଉ ରାତିରେ ଉଡ଼ାଣ କରି ନଥିଲା । ବିମାନର ଯାଞ୍ଚ ପାଇଁ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ଏଥିପାଇଁ ଅନେକ ଯାତ୍ରୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରାତି କାଟିବାକୁ ପଡ଼ିଥିଲା । ମଙ୍ଗଳବାର ରାତି ୯ଟା ବେଳେ ଏମିରଟ୍ସର ୫୦୯ ବିମାନ ଯାତ୍ରୀଙ୍କୁ ନେଇ ଦୁବାଇ ଗସ୍ତ କରିବ। ନିୟମ ଅନୁସାରେ, ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହଗୁଡ଼ିକ ମିଳିଥିବା ସ୍ଥାନରୁ ରାଜହଂସଗୁଡ଼ିକର ନମୁନା ସଂଗ୍ରହ କରାଯାଇଛି । ସେହିପରି ଜଙ୍ଗଲ ବିଭାଗର ଆଉ ଗୋଟିଏ ଟିମ ଏମିରଟ୍ସ ବିମାନ ଚଳାଉଥିବା ପାଇଲଟଙ୍କ ବୟାନ ରେକର୍ଡ କରିବ ଜଣା ପଡିଛି ।
ମସୁରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମସୁର ପେଷ୍ଟ ତିଆରି କରି ଏହାକୁ ମୁହଁରେ ଲଗାଇବା ତ୍ୱଚା ପାଇଁ ଅନେକ ଲାଭ ଦେଇଥାଏ । ମସୁର ଡାଲି ଭାରତୀୟ ରୋଷେଇ ଘରର ଏକ ମୁଖ୍ୟ ଏବଂ ପୁଷ୍ଟିକର ଖାଦ୍ୟ ଏବଂ ଅନେକ ଉପକାରରେ ଭରପୂର ହୋଇରହିଥାଏ । ଏହାକୁ ମୁହଁରେ ଲଗାଇଲେ ଚର୍ମ ପାଇଁ ଅନେକ ଲାଭ ମିଳିଥାଏ । ମସୁର ଗୁଣ୍ଡ କରିବା ଏବଂ ଏହାକୁ ମୁହଁରେ ଲଗାଇବା ଏବଂ ଏହା କିପରି ବ୍ୟବହାର କରାଯାଇପାରିବ ଆସନ୍ତୁ ଜାଣିବା । ମସୁର ପେଷ୍ଟ ଚର୍ମ ପାଇଁ ଏକ ପ୍ରାକୃତିକ ଏବଂ ପ୍ରଭାବଶାଳୀ ଚିକିତ୍ସା । ଏହା କେବଳ ଚର୍ମକୁ ପୋଷଣ ଯୋଗାଏ ନାହିଁ ବରଂ ଏହାକୁ ସଫା, ଚମକ ଏବଂ ସୁସ୍ଥ କରିଥାଏ
ଡେଡ୍ସ ଚର୍ମକୁ ବାହାର କରିବାରେ ସାହାଯ୍ୟ କରେ:-
ଡାଲି ଗ୍ରାଇଣ୍ଡ୍ କରି ଏହାର ଏକ ପେଷ୍ଟ ତିଆରି କରି ଏହାକୁ ଏକ ପ୍ରାକୃତିକ ସ୍କ୍ରବ୍ ଭାବରେ କାମ କରିଥାଏ । ଏହା ମୃତ ଚର୍ମକୁ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ ଚର୍ମକୁ ଉଜ୍ଜ୍ୱଳ କରିଥାଏ ।
ଚର୍ମକୁ ପୋଷଣ ଯୋଗାଇବା :-
ମସୁରରେ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ ଯାହା ଚର୍ମକୁ ପୁଷ୍ଟିକର କରିଥାଏ। ଚର୍ମକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବାରେ ମଧ୍ୟ ଏହା ସହାୟକ ହୋଇଥାଏ ।
ଚର୍ମକୁ ଆର୍ଦ୍ରତା କରିବା :-
ମସୁର ପେଷ୍ଟ ଚର୍ମକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ଏହାକୁ ଚିକ୍କଣ ଦେଖାଯାଇଥାଏ। ଏହା ଶୁଷ୍କ ଚର୍ମ ପାଇଁ ବିଶେଷ ଲାଭଦାୟକ ହୋଇପାରେ ।
ପିମ୍ପଲ୍ ଏବଂ ଦାଗ କମାଏ:-
ମସୁରାରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି ଯାହା ପିମ୍ପଲ୍ ଏବଂ ଦାଗ କମେଇବାରେ ସାହାଯ୍ୟ କରିଥାଏ । ନିୟମିତ ବ୍ୟବହାର ଦ୍ୱାରା ଚର୍ମ ସ୍ୱଚ୍ଛ ଏବଂ ଚମକପ୍ରଦ ହୋଇପାରେ ।
ଚର୍ମର ଉନ୍ନତି :-
ମସୁର ପେଷ୍ଟ ଲଗାଇବା ଦ୍ୱାରା ଚର୍ମ ଉଜ୍ଜ୍ୱଳ ହେବାରେ ସାହାଯ୍ୟ କରିଥାଏ । ଏହା ଚର୍ମକୁ ଚମକାଏ ଏବଂ ଦାଗକୁ କମଇବାରେ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଅର୍ଗସ ବ୍ୟୁରୋ: ପାହାଡିଆ ପଥୁରିଆ ବାଟଦେଇ ଟାଙ୍ଗିରିଆପାଳ ମୂଖ୍ୟ ରାସ୍ତା ଠାରୁ ପ୍ରାୟ ଆଠ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ମଧ୍ୟରେ ପଡେ "ଅର୍ଜୁନଚୂଆ"ଗାଁ, ଯାହା ହରିଚନ୍ଦନପୁର କ ଗୈାଣିଘଷା ପଞ୍ଚାୟତର ଅନ୍ୟତମ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ । ଏଠାରେ ରହିଛି ଅର୍ଜୁନଚୂଆ ସମେତ ଆଠ ଗୋଟି ସାହି, ପାଖାପାଖି ଦୁଇଶହ ପରିବାର ସାହି ଗୁଡିକରେ ବସବାସ କରୁଥିବା ବେଳେ ଏଠାରେ କାହାର ବି ପଡିନି ପାଦ ଚିହ୍ନ ନା ପହଞ୍ଚିଛି ବିକାଶ।
ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ଲୋକମାନେ ଏଠାକାର ସାହି ଗୁଡ଼ିକରେ ବସବାସ କରୁଥିଲେ ସୁଦ୍ଧା ସରକାରଙ୍କ ମୌଳିକ ସୁବିଧା ଏମାନଙ୍କ ପାଇଁ ପାଲଟିଛି ସ୍ୱପ୍ନ, ସାହି ଗୁଡ଼ିକରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ ଭଳି ସରକାରୀ ସୁବିଧା ଅପହଞ୍ଚ। ଏହି ଆଠଗୋଟି ସାହିରେ ଗୋଟେ ଅଧେ ନଳକୂପ ଥିଲେ ମଧ୍ୟ କେଉଁଠି ଗୋଟିଏ ବାଲ୍ଟି ରୁ ଅଧିକ ପାଣି ପବାହାରୁନି ତ କେଉଁଠି ଲୁହାଗୁଣ୍ଡ ଗୋଳିଆପାଣି ଯାହା ଫଳରେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାକାର ।
ଗମନାଗମନ କଥା ନକହିବା ଭଲ, ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଅର୍ଜୁନଚୂଆ ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିଟର ପକ୍କା ରାସ୍ତା ହୋଇଥିଲେ ମଧ୍ୟ ସାହି ଗୁଡିକୁ ସଂଯୋଗ କରାଯାଇ ନାହଁ କେଉଁଠି ତିନି କିଲୋମିଟର ତ କେଉଁଠି ପାଞ୍ଚ କିଲୋମିଟର ପାହାଡିଆ ମାଟି ପଥୁରିଆ ବାଟ ଥିବା ବେଳେ ଅନେକ ସମୟରେ ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତ। ଏବେ ପର୍ଯ୍ୟନ୍ତ କିଛି ସାହିକୁ ବିଦ୍ୟୁତ୍ ସଂଯୋଗ କରାଯାଇ ପାରିନାହିଁ ଫଳରେ ସଞ୍ଜ ନଇଁବା କ୍ଷଣି ଜଙ୍ଗଲ ମଧ୍ୟରେ ଡିବିରି ଆଲୁଅ ହିଁ ସାହା ଭରଷା, ବିଦ୍ୟୁତ ବିଭାଗ ତରଫରୁ କିଛି ସାହିରେ ବିଦ୍ୟୁତ ଖୁଣ୍ଟ ସହିତ ବିଦ୍ୟୁତୋପକରଣ ମଧ୍ୟ ଦିଆ ଯାଇଥିଲେ ସୁଧା ବିଦ୍ୟୁତ କରଣ କରାଯାଇ ପାରି ନାହିଁ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: