ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପରିଚାଳନା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ ।
ଆସନ୍ତା ଜୁଲାଇ ୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯାଇ ଚକ ଡ଼େରା ପରେ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖ ଗୁଡ଼ିକ ସେଟିଂ କରାଯାଇ ରଖାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...