ଏଠାରେ ଆଇଓସିଏଲ, ବିପିସିଏଲ, ଏଚପିସିଏଲ ର ତିନୋଟି ତୈଳ ଟର୍ମିନାଲ ରହିଥିବା ବେଳେ ଆଇଓସିଏଲ ର ଏକ ଗ୍ୟାସ ଟର୍ମିନାଲ ମଧ୍ୟ ରହିଛି। ଯେଉଥିରେ ଲକ୍ଷାଧିକ ଲିଟର ପେଟ୍ରୋଲ , ଡିଜେଲ ଓ ଗ୍ୟାସ ଗଛିତ ରହିଛି। ମାତ୍ର ଏଠାରେ ଟ୍ୟାଙ୍କର ଗୁଡିକୁ ରଖିବା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନଥିବାରୁ , ସମସ୍ତ ଗାଡି ପାଖକୁ ପାଖ ରଖାଯାଇଛି। ଏହି ଅଗ୍ନିକାଣ୍ଡ ଘଟିଥିବା ଟ୍ୟାଙ୍କର ଟି ଫାଙ୍କା ଥିବାରୁ ବଡ ଅଘଟଣ ରୁ ବର୍ତ୍ତିଯାଇଛନ୍ତି ସ୍ଥାନୀୟ ଲୋକେ। ଗାଡିର ବ୍ୟାଟେରୀ ସର୍ଟସର୍କିଟ ହୋଇ ଗାଡିରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଡ୍ରାଇଭର ମାନେ ପ୍ରଥମେ ଫୋମ୍ ମାରି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ପାରାଦ୍ଵୀପ ବନ୍ଦର ଓ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କୁ ଆଣିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର