ନିଖୋଜ ଦୁଇ ଭାଇ ସ୍ଥାନୀୟ ଫେରୋକ୍ରମ କଲୋନୀ ନିକଟସ୍ଥ ସିବାନନ୍ଦ ନଗରର ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ବାସ୍ତିକ ସ୍ୱାଇଁ (୨୧) ବୋଲି ଜଣାପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଯାଜପୁର: ଖରସ୍ରୋତା ନଦୀରେ ବୁଡି ଦୁଇ ଭାଇ ନିଖୋଜ । ଯାଜପୁର ରୋଡ୍ ଥାନା ଯୋକଡିଆ ନିକଟ ନଦୀରେ ବୁଡି ଦୁଇ ଭାଇ ନିଖୋଜ ହୋଇଥିବା ସୂଚନା ରହିଛି । ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ନଦୀରେ ବୁଡି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଯାଜପୁର ରୋଡ଼ ପୋଲିସ ପହଂଚି ଦମକଳ ବାହିନୀକୁ ଖବର ଦେବା ସହ ଘଟଣାର ଅନୁଧ୍ୟାନ କରୁଛି ।
ନିଖୋଜ ଦୁଇ ଭାଇ ସ୍ଥାନୀୟ ଫେରୋକ୍ରମ କଲୋନୀ ନିକଟସ୍ଥ ସିବାନନ୍ଦ ନଗରର ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ବାସ୍ତିକ ସ୍ୱାଇଁ (୨୧) ବୋଲି ଜଣାପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବାକୁ ଟି-୨୦ ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରାଯାଇଛି । ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର ୧୫ ଜଣିଆ ଟିମରେ ଥିବା ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଟ୍ରଫି ପାଇଁ ଖେଳିବ । ଦଳର ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ରହିଛନ୍ତି । ଟିମରେ ଶୁବମନ ଗିଲ୍ ସ୍ଥାନ ପାଇ ନାହାନ୍ତି । ତାଙ୍କ ବଦଳରେ ଯଶସ୍ବୀ ଜୈସୱାଲଙ୍କୁ ସ୍ଥାନ ମିଳିଛି । ଖରାପ ଫର୍ମ ସତ୍ତ୍ବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ଉପ ଅଧିନାୟକ ଭାବେ ରଖାଯାଇଛି । ପାଣ୍ଡ୍ୟାଙ୍କ ବ୍ୟତୀତ ସ୍କ୍ବାଡରେ ଅଲରାଣ୍ଡର ଭାବେ ଶିବମ ଦୁବେଙ୍କୁ ମଧ୍ୟ ସ୍ଥାନ ମିଳିଛି । ସେ ଆଇପିଏଲରେ ଚେନ୍ନାଇ ଜବରଦସ୍ତ ପ୍ରଦର୍ଶନ କରି ଚାଲିଛନ୍ତି ।
ସେହିପରି କାର ଦୁର୍ଘଟଣାରେ ଆହତ ହୋଇ ୧୮ ମାସ ପରେ ଆଇପିଏଲ ଖେଳିବାକୁ ଫିଟ୍ ହୋଇଥିବା ଋଷଭ ପନ୍ତଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି । ଦ୍ବିତୀୟ ୱିକେଟ କପିର ଭାବେ ସଞ୍ଜୁ ସାମସନଙ୍କୁ ଦଳରେ ରଖାଯାଇଛି । ତେବେ ଶ୍ରେୟସ ଆୟର ଓ ଇସାନ କିଷାନଙ୍କୁ ଟିମରେ ସ୍ଥାନ ମିଳିନାହିଁ । ଭଲ ପ୍ରଦର୍ଶନ ସତ୍ତ୍ବେ କେଏଲ ରାହୁଲଙ୍କୁ ସ୍କ୍ବାଡରେ ରଖାଯାଇ ନାହିଁ । ସେ ରିଜର୍ଭ ଖେଳାଳି ତାଲିକାରେ ମଧ୍ୟ ନାହାନ୍ତି । ରିଙ୍କୁ ସିଂହ ଓ ଶୁବମନ ଗିଲ୍ ମୁଖ୍ୟ ସ୍କ୍ବାଡରେ ନଥିଲେ ମଧ୍ୟ ଦଳ ସହ ୱେଷ୍ଟଇଣ୍ଡିଜ ଗସ୍ତ କରିବେ । ଏମାନଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି । ଖଲୀଳ ଅହମଦ ଓ ଆବେଶ ଖାନ ମଧ୍ୟ ରିଜର୍ଭ ଖେଳାଳି ତାଲିକାରେ ଅଛନ୍ତି ।
ସ୍ପିନ ବୋଲିଂ ଆଟାକରେ ଭାରତର ମଙ୍ଗ ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦର ଚହଲ, ଅକ୍ଷର ପଟେଲ ଓ କୁଲଦୀପଙ୍କ ଉପରେ ରହିବ । ରବି ବିଷ୍ଣୋଇଙ୍କୁ ବିସିସିଆଇ ୧୫ ଜଣିଆ ସ୍କ୍ବାଡରେ ସ୍ଥାନ ଦେଇନାହିଁ । ଦ୍ରୁତ ବୋଲିଂର କମାଣ ଯଶପ୍ରୀତ ବୁମ୍ରା ସମ୍ଭାଳିବେ । ତାଙ୍କୁ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ସାଥ ଦେବେ । ୨୦ଟି ଟିମକୁ ନେଇ ଖେଳା ଯାଉଥିବା ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚ ଜୁନ ୧ରୁ ଆରମ୍ଭ ହେବ । ବିଶ୍ବକପର ସବୁଠାରୁ ବଡ଼ ମ୍ୟାଚ୍ ଜୁନ ୯ରେ ଖେଳାଯିବ । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ ।
ଅଧିକ ପଢନ୍ତୁ ଖେଳ ଖବର
ଟି-୨୦ ବିଶ୍ବକପର ଗ୍ରୁପ ଏ’ରେ ଭାରତ ରହିଛି । ଭାରତ ସହ ଆମେରିକା, ପାକିସ୍ତାନ, କାନାଡା ଓ ଆୟର୍ଲ୍ୟାଣ୍ଡ ଏହି ଗ୍ରୁପରେ ରହିଛନ୍ତି । ଭାରତ ତା’ର ବିଶ୍ବକପ ଅଭିଯାନ ଜୁନ ୫ରେ ଆୟର୍ଲ୍ୟାଣ୍ଡ ବିପକ୍ଷରୁ ଆରମ୍ଭ କରିବ । ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ ଆମେରିକା ଓ ଜୁନ ୧୫ରେ ଦଳ ଶେଷ ଲିଗ ମ୍ୟାଚ୍ କାନାଡା ବିପକ୍ଷରେ ଖେଳିବ । ଟି-୨୦ ବିଶ୍ବକପର ଦୁଇ ସେମି ଫାଇନାଲ ଜୁନ ୨୬ ଓ ୨୭ରେ ଖେଳାଯିବ । ଜୁନ ୨୯ରେ କ୍ରିକେଟ ମହାକୁମ୍ଭର ଫାଇନାଲ ବାରବାଡୋସରେ ଅନୁଷ୍ଠିତ ହେବ ।
ଅର୍ଗସ ବ୍ୟୁରୋ : ସମ୍ବଲପୁରରେ ବିଜେପିର ମେଗା ମିଶ୍ରଣ ପର୍ବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସମାଜସେବୀ ରାମଦାସ ପଣ୍ତାଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି । ଏହି ଅବସରରେ ଜନସଭାକୁ ସମ୍ବୋଧନ କରି ରାଜ୍ୟର ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଭଡ଼ାରେ ଯେଉଁ ନେତା ଆଣିଛନ୍ତି, ସେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି । କିନ୍ତୁ ବିଜେପି ସରକାର ଆସିଲେ ବନ୍ଦ କରାଯିବନାହିଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିସହ ଲୋକଙ୍କ ଲାଭ ପାଇଁ ଓଡ଼ିଶାରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଫଳରେ ଦୁଇ ଗୁଣା ଲାଭ ପାଇବେ ଓଡ଼ିଶାବାସୀ ।
ସମ୍ବଲପୁରର ବିକାଶ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଚୋର ମଚାଏ ସୋର - ୨୫ ବର୍ଷର ସରକାର କହୁଛନ୍ତି, ସମ୍ବଲପୁର କାହିଁକି ବିକାଶ ହୋଇ ନାହିଁ । ୨୫ ବର୍ଷର ସରକାର ଏହି ବିକାଶ କରିବା କଥା ନା ଆଉ କିଏ ? ୨୪ ବର୍ଷର ବିଜେଡି ଶାସନରେ ସମ୍ବଲପୁରରେ ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ବିଫଳ ସରକାର । ବିଜେଡି ସରକାର ଗଣତନ୍ତ୍ର ବିରୋଧୀ । ୧୦ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରାଯାଉନାହିଁ, ଅନ୍ୟପଟେ କୋର୍ଟ ବାହାନାରେ ପ୍ରସଙ୍ଗରୁ ମୁହଁ ଲୁଚାଉଛି ବିଜେଡି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରାଯିବ । ବିଜେଡିର ତାମିଲବାବୁଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି ୨୫ ବର୍ଷର ସରକାର ପାଖରେ ନେତା ନାହିଁ, ତାମିଲନାଡୁରୁ ନେତା ଆଣିଛନ୍ତି, ସେ ନେତା ନୁହେଁ ଗୁମାସ୍ତା । ପୁଣି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଛନ୍ତି ପ୍ରାର୍ଥୀ ନୁହେଁ ଏଥର ସମ୍ବଲପୁରରୁ ଲଢୁଛନ୍ତି କ୍ରୀତଦାସ ।