ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଢେଙ୍କାନାଳ ପଲ୍ଲିଶ୍ରୀ ପଡିଆରେ ଅଜଣା ହେଲିକପ୍ଟର । ଢ଼େଙ୍କାନାଳ ମହିଶାପାଟ ସ୍ଥିତ ପଡ଼ିଆରେ ଏକ ହେଲିକପ୍ଟର ଅବତରଣ କରିଛି । କିନ୍ତୁ ଏଥିରେ କିଏ ଆସିଛନ୍ତି କାହିଁକି ଆସିଛନ୍ତି ଜଣାପଡିନାହିଁ । ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପାଖରେ କୌଣସି ସୂଚନା ନାହିଁ । କେନ୍ଦ୍ରର କୌଣସି ନେତା ପ୍ରଚାର ପାଇଁ ଆସି ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାରେ କାର୍ଯ୍ୟାଳୟର ବହୁ ଦାମୀ ଆସବାବପତ୍ର ଓ ରେକର୍ଡପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି । କିନ୍ତୁ ସୌଭାଗ୍ୟକୁ ଏହି ଅଘଟଣରୁ କର୍ମଚାରୀ ବର୍ତ୍ତିଯାଇଛନ୍ତି ।
ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ବୋଲି ଅନୁମାନ କରାଯାଉଛି । ଚାହୁଁ ଚାହୁଁ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କାର୍ଯ୍ୟାଳୟ ଏସି, କମ୍ପ୍ୟୁଟର ସମେତ ବହୁ ଆସବାବପତ୍ର ସମେତ ଅଫିସ ଫାଇଲ ପତ୍ର ଜଳିଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍କ କାର୍ଯ୍ୟକ୍ରମ ରେ ମହିଳା ମାନଙ୍କୁ ନେଇ ବଣ୍ଟା ଯାଉଛି ପୁଳା ପୂଳା ଟଙ୍କା।କ୍ୟାମେରା ଦେଖି ପଳାଇଯାଉଛନ୍ତି ମହିଳା। ସହ ସହ ମହିଳା ମାନଙ୍କୁ ଟଙ୍କା ଦେଇ ସଭାକୁ ଅଣା ଯାଉଛି। ପଚାରିବାରୁ ପ୍ରସଙ୍ଗ ଏଡାଇ ଚା ପିଇବା ପାଇଁ ପଇସା ଆଣିଛୁ ବୋଲି କହୁଛନ୍ତି ।
କିଛି ମହିଳା ଏହାକୁ ସ୍ୱୀକାର କରି କହିଛନ୍ତି ଆମକୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି। ଆଉ କିଛି ମହିଳା ଏହି କଥାକୁ ଅସ୍ବୀକାର କରିଛନ୍ତି। ତେବେ ଭୋଟର ମାନଙ୍କୁ ଟଙ୍କା ଦେଇ କିଣାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁର ବୁଢିଖମାରୀ ଅଞ୍ଚଳରେ ପ୍ରଥମେ ବାଘଟିକୁ ଦେଖିଥିଲେ କିଛି ଲୋକେ । ପାଚେରୀ ଡେଇଁ ଲୋକଙ୍କ ବାଡ଼ି ବୁଦାରେ ଲୁଚି ରହିଥିବା ସନ୍ଦେହ । ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ପ୍ରୟାସ ଜାରୀ ରହିଥିଲା । ଗତ ବୁଧବାର ଦିନ ଶିମିଳିପାଳ ରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପସି ଆସିଥିଲା । ଏବେ ବାଘଟି ଧରାପଡ଼ିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: