ସେହିପରି ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପାର୍ଥୀ ସଞ୍ଜୀବ ସାହୁ । ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଆ ମାହେଶ୍ୱରୀଙ୍କ ଦର୍ଶନ ପରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯୋଗ ଦେଇଥିଲେ ହଜାର ହଜାର ଜନତା, କର୍ମକର୍ତ୍ତା ଏବଂ ତୁଙ୍ଗ ନେତା ।
କାମାକ୍ଷାନଗରରେ ବି ଦମ୍ ଦେଖାଇଛି ବିଜେପି । 20 ହଜାରରୁ ଉର୍ଦ୍ଧ୍ବ ଜନସମାଗମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ପର୍ଜଙ୍ଗ ବିଜେପି ପ୍ରାର୍ଥୀ ବିଭୁତି ପ୍ରଧାନ ଓ କାମାକ୍ଷାନଗର ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା । ପର୍ଜଙ୍ଗ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା' ବସନ୍ତ ମଞ୍ଜରୀ ପ୍ରଧାନ । ଭଣଜାଙ୍କୁ ଆଶୀର୍ବାଦ କରିବା ସହ ବିଜୟ କାମନା କରିଥିଲେ ବସନ୍ତ ମଞ୍ଜରୀ । ପରେ ଶୋଭାଯାତ୍ରାରେ ସାମିଲ ହୋଇ ବିଶାଳ ଜନସମାବେଶକୁ ସମ୍ବୋଧନ ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ । ପୂର୍ବାହ୍ନ ୧୦ଟାରେ କାମାକ୍ଷାନଗରର ଅଲତୁମାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଜନତା । ସୁସଜ୍ଜିତ ରଥରେ ଦଳୀୟ ପ୍ରାର୍ଥୀଙ୍କ ସହ ସାମିଲ ହୋଇ ଲୋକଙ୍କୁ ଅଭିବାଦନ ସହ ସମର୍ଥନ ମାଗିଥିଲେ କେନ୍ଦ୍ରମନ୍ତ୍ରୀ ।
ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ପ୍ରବଳ ଜନସମାଗମ ଜଳର ବିଜୟ ସମ୍ଭାବନାକୁ ଉଜ୍ଜଳ କରୁଛି । ସାଢେ 4କୋଟି ଓଡ଼ିଆ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭରସା କରି ପଦ୍ମ ସପକ୍ଷରେ ଭୋଟ ଦେଇ ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏବେ କେବଳ ସମ୍ମୁଖ ଯୁଦ୍ଧକୁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: