ମାଠାବେଡା ଢୀପାସାହିର ପ୍ରାୟ ସମସ୍ତେ ଆଦିବାସୀ ପରିବାର। ଦିନ ମଜୁରି କରି ଏମାନେ ପରିବାର ପୋଶନ୍ତି । ମାତ୍ର ଏଯାଏଁ ପକ୍କା ଘର ଯୋଜନା ଏମାଙ୍କ ପାଇଁ ସାତସପନ ପାଲଟିଛି । କିଏ ଗଛମୁଳେ ଜରିପାଲ ଟାଙ୍ଗୀ ରହୁଛି ତ କିଏ ଭଙ୍ଗା ଚାଳଛପର ଉପରେ ଜରି ଢାଙ୍କି ଜୀବନ ଅତିବାହିତ କରୁଛନ୍ତି । ଥରେ ଦେଖନ୍ତୁ ଏହି ଚିତ୍ରକୁ , ଏ ବୃଦ୍ଧା ଜଣକ ହେଉଛନ୍ତି ଚିତ୍ତ ମାଝୀ । ୨୦୧୩ ଫାଇଲିନରେ ବୃଦ୍ଧାଙ୍କ ଘର ଭାଙ୍ଗି ଯିବାପରେ ଆଦିବାସୀ ବୃଦ୍ଧା ଜଣକ ଜରିପାଲ ତଳେ ରହୁଛନ୍ତି । କେବଳ ଚିତ୍ତ ନୁହଁନ୍ତି , ଗାଁର ପ୍ରାୟ ସମସ୍ତେ ଯୋଗ୍ୟ ହୀତାଧିକାରୀ ହୋଇଥାଇ ମଧ୍ୟ ପକ୍କା ଘର ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ଆଦିବାସୀଙ୍କ ବିକାଶକୁ ନେଇ ଡିଂଡିମ ପିଟୁଥିବା ରାଜ୍ୟ ସରକାର କେତେଦିନ ଆଉ ମିଛ ପ୍ରତିଶ୍ରୁତି ଦେବେ । ପାନୀୟ ଜଳ, ରାସ୍ତା ଓ ଆବସ ଯୋଜନା ରୁ ବଞ୍ଚିତ ଏହି ମାଠାବେଡା ଢିପାସାହ ଗ୍ରାମବାସୀଙ୍କ ଦୁଃଖ ଦୁର ପାଇଁ ସରକାର ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।
ଅଧିକ ପଢ଼ନ୍ତୁ ଓଡିଶା ଖବର: