ଯେଉଁ ଦିନରୁ ଯୋଜନାର ଆରମ୍ଭ ସେହିଦିନ ହିଁ ସମାଧି। ଅର୍ଥାତ କୋଟି କୋଟି ଟଙ୍କା ବ୍ୟରେ ଗାଁ ଭିତରେ ପାଇପ ପଡିଲା.. ଷ୍ଟାଣ୍ଡ ପୋଷ୍ଟ ତିଆରି ହେଲା କିନ୍ତୁ ପାଣି ଆସୁନି। ଏବେ ଆସନ୍ତୁ ଦେଖିବା ଜମିକୁ ଜଳ ଯୋଗାଣର ସତ... ବିଜୁ କୃଷକ ଯୋଜନାରେ ଜମିକୁ ପାଣି ଦେବାରୁ ସରକାର କରିଥିଲେ ଯୋଜନା.. ଗାଁର ଚାଷୀ ଏକାଠି ହୋଇ ଟଙ୍କା ଜମା କରିବା ପରେ ବିଲ ମୁଣ୍ଡରେ ବସିଥିଲା ଏପରି ଉଠା ଜଳସେଚନ ପ୍ରକଳ୍ପ... 5 ଜଣ ଚାଷୀ ଏକାଠି ହୋଇ 20 ହଜାର ଟଙ୍କା ଜମା କରିଥିଲେ.. ହେଲେ ଯେଉଁଦିନ ଏ ଖୋଳା ହେଲା ଓ ବିଜୁଳି ସଂଯୋଗ ହେବା ଦିନ ହିଁ ବନ୍ଦ ହୋଇଗଲା। ଏ କେବଳ ଜଣେ ଚାଷୀ କି ଗୋଟିଏ ଉଠା ଜଳ ସେଚନ ଯୋଜନାର ଦୁର୍ଦଶା ନୁହେଁ...ଏମିତି ଉଗୀରେ କେବଳ 10 ଟି ପ୍ରକଳ୍ପ ସଂପୂର୍ଣ ଅଚଳ। ବିଲକୁ ମୁନ୍ଦେ ପାଣି ମାଡୁନି.. ଯେଉଁ ଉଦ୍ଦେଶ୍ୟରେ ଯୋଜନା ଆରମ୍ଭ ହୋଇଥିଲା ଦିନ ଟିଏ ବି ଚାଷୀଙ୍କ କାମରେ ଲାଗିଲାନି.. ଫଳରେ ଶୁଖିଲା ପଡିଛି ଜମି.. ଯେଉଁଠି ଚାଷୀ ନିଜ ଉଦ୍ୟମରେ ପିଆଜ କିମ୍ବା ଅନ୍ୟ ଫସଲ କରିଛନ୍ତି ପାଣି ଅଭାବରୁ ଅମଳ ଭଲ ହେଉନି। ସାରା ରାଜ୍ୟରେ ବସୁଧାର ପ୍ରଚାରରେ ଶତମୁଖ ବିଜେଡି ସରକାର. ଖୋଦ ମୁଖ୍ୟମନ୍ତ୍ରୀ ବି ଶୁଦ୍ଦ ପିଇବା ପାଣି ହାତ ପାଆନ୍ତାରେ ପହଁଞ୍ଚାଉଛନ୍ତି ବୋଲି ଖୋଦ ମୁଖ୍ୟମନ୍ତ୍ରୀ ବି ବିଜ୍ଞାପନ ମାଧ୍ୟମରେ ନେଉଛନ୍ତି ବାହାବା.। ହେଲେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି ଚେଣ୍ଡିପଦାର ଉଗୀ ଗାଁରେ ବସୁଧାର ବାସ୍ତବତା ମିଛ ପ୍ରଚାରର ପୋଲ ଖୋଲିଛି। ସେହିପରି ଚାଷୀଙ୍କ ଜଳସେଚନ ଦୁଃଖ ହିଁ ବଖାଣୁଛି କାହିଁକି ବଢୁନି ରାଜ୍ୟରେ ଚାଷୀଙ୍କ ଆୟ।
ଅଧିକ ପଢନ୍ତୁ ଓଡ଼ିଶା ଖବର