ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଗାତକାଲି ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୨୨ଟି ସହରରେ ଦିନ ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛିକିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରି ବୃଦ୍ଧି ସହ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। ତଥା ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତୁଳନାରେ ୩ରୁ ୬ ଡ଼ିଗ୍ରି ଯାଏଁ ଅଧିକ ରହିବା ସହ ଗ୍ରୀଷ୍ମ ପ୍ରବାହରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗିରହିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସାଧାରଣତଃ ଦେଖିବାକୁ ମିଳେ, ଯେତେବେଳେ ସ୍ଵାମୀ ସ୍ତ୍ରୀ ହନିମୁନରେ ଯାଆନ୍ତି, ସେମାନେ ପରସ୍ପର ସହିତ ରହିବାକୁ ପସନ୍ଦ କରନ୍ତି । ଚେଷ୍ଟା କରନ୍ତି ତାଙ୍କୁ କେହି ଯେପରି ସେମାନଙ୍କୁ ଅଲଗା କରିବେ ନାହିଁ କିମ୍ବା ସେମାନେ ଅଲଗା ରହିବେ ନାହିଁ । କିନ୍ତୁ ସୋସିଆଲ ମିଡିଆ ଜଣେ ମହିଳା ନିଜର ନିଆରା ଅନୁଭୂତି ବାଣ୍ଟିଛନ୍ତି । ଯେଉଁଥିରେ ସେ କହିଛନ୍ତି, ହନିମୁନ ଯିବା ସମୟରେ ତାଙ୍କୁ ଓ ତାଙ୍କ ସ୍ଵାମୀଙ୍କୁ କିପରି ହଟହଟା ହେବାକୁ ପଡିଥିଲା ।
ମହିଳା ଜଣକ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କର କିପରି ବିମାନରେ ଟିକେଟ୍ ଅପଗ୍ରେଡ୍ ହୋଇଥିଲା ଯେଉଁଥିପାଇଁ ସେ ନିଜେ ବିଜନେସ କ୍ଲାସରେ କିନ୍ତୁ ତାଙ୍କ ପତ୍ନୀଙ୍କୁ ଏକାକୀ ଇକୋନୋମିକ୍ କ୍ଲାସରେ ଯାତ୍ରା କରିବାକୁ ପଡିଥିଲା । ଯେଉଁଥିରେ ସେ କାନ୍ଦିବାକୁ ଲାଗିଥିଲେ, ଯେତେବେଳେ ତାଙ୍କ ସ୍ୱାମୀ ବିଜନେସ କ୍ଲାସରେ ଏକ ବଡ଼ ଆସନ ପାଇବା ପରେ ତାଙ୍କୁ ଇକୋନୋମିକ୍ କ୍ଲାସରେ ଏକୁଟିଆ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
33 ବର୍ଷୀୟା ମହିଳା ମେକ୍ସିକୋରେ ତାଙ୍କ ସ୍ୱପ୍ନର ହନିମୁନ୍କୁ ଉତ୍ସାହିତ ଭାବରେ ଅପେକ୍ଷା କରିଥିଲେ କିନ୍ତୁ ସେପରି କିଛି ହୋଇପାରିନଥିଲା । ବୁକିଂ ସମୟରେ ଭୁଲ ପାଇଁ ବିମାନ ଉଡ଼ାଣ ସମୟରେ ଦୁହେଁ ଅଲଗା ଅଲଗା ହୋଇବସିଥିଲେ । ବୋର୍ଡିଂ ସମୟରେ ମହିଳାଙ୍କୁ କୁହାଯାଇଥିଲା ଯେ ତାଙ୍କ ସ୍ୱାମୀଙ୍କୁ ବିଜନେସ କ୍ଲାସକୁ ଉନ୍ନତ କରାଯାଇଛି, କିନ୍ତୁ ତାଙ୍କ ପତ୍ନୀ ନୁହଁନ୍ତି। ତାଙ୍କ ସ୍ଵାମୀ ଜଣଙ୍କ ଏଥରେ ରାଜି ହୋଇଥିଲେ । ଯାହା ପାଇଁ ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ନିଷ୍ପତ୍ତି ଭଲ ଲାଗିନଥିଲା । ତାଙ୍କୁ ଇକୋନୋମିକ୍ କ୍ଲାସରେ ଛାଡି ତାଙ୍କ ସ୍ଵାମୀ ଜଣଙ୍କ ବିଜନେସ କ୍ଲାସରେ ଯାତ୍ରା କରିବାକୁ ରାଜି ହୋଇଥିଲେ । ପାକରେ ଥିବା ଅନେକ ଯାତ୍ରୀ ନବ ବିବାହିତଙ୍କୁ ସହାନୁଭୂତି ଦେଖାଇ କହିଥିଲେ ଯେ ତାଙ୍କ ସ୍ୱାମୀ କିଛି ଗମ୍ଭୀର ଅନୁସନ୍ଧାନ କରିବା ଉଚିତ୍। କିନ୍ତୁ ସେ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିନଥିଲେ ଯେଉଁଥିରେ, ତାଙ୍କୁ ସ୍ୱାମୀଙ୍କ ପ୍ରତି ଅନ୍ୟ ଯାତ୍ରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପି ସଂପଳ୍ପ ପତ୍ରରେ ବଡ଼ ଘୋଷଣା । ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ । ହଜିଥିବା ଚାବିର ତଦନ୍ତ ହେବ । ଖାଲି ଏତିକି ନୁହେଁ ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ । କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ । ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ । ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ । ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ ।
ସେପଟେ ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ନଡ୍ଡା । ଆମେ ବିକାଶ ରାଜନୀତି କରୁଛୁ । ଆୟୁଷ୍ମାନ ଯୋଜନାରୁ ଓଡିଶାକୁ ବଞ୍ଚିତ କରିଛନ୍ତି ବିଜେଡ଼ି ସରକାର । ଓଡିଶାକୁ 3 ଲକ୍ଷ 52 ହଜାର କୋଟି ମିଳିଛି । ବିଜେପି ଓଡ଼ିଶାରେ ବିରୋଧୀ ଦଳ ନୁହେଁ ସରକାର ଗଢିବା ପାଇଁ ଲଢୁଛି । ବିଜେଡି ସରକାର ମିଛ ପ୍ରତିଶ୍ରୁତି ପୂରଣ ହେଲାନି ।
ଓଡିଶା ଜଗନ୍ନାଥଙ୍କ ଭରସାରେ ଚାଲିଛି । ବିଜେପି ଯେବେ ସରକାରକୁ ଆସିବ, ଇସ୍ତାହାର କ୍ୟାବିନେଟ କମିଟି ଗଠନ କରି ସବୁ ପ୍ରତିଶ୍ରୁତି ପୁରଣ କରିବ । ଦୁର୍ନୀତି ସମାପ୍ତ ହେବ । ଦୁର୍ନୀତି ପାଇଁ ଜିରୋ ଟଲରେଟ ନୀତି କରିବ ବିଜେପି । ସରକାରକୁ ଆସିଲେ ଚିଟପଣ୍ଡ୍ ଟଙ୍କା ଫେରସ୍ତ କରାଯିବ ।
ଆହୁରି ପଢନ୍ତୁ ରାଜନୀତି ଖବର...
ଅର୍ଗସ ବ୍ୟୁରୋ: ଓଡିଶା ପାଇଁ ବିଜେପି ଜାରି କଲା ନିର୍ବାଚନୀ ଇସ୍ତାହାର । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାଧାରଣ ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଲୋକାର୍ପଣ କରିଛନ୍ତି । ଉନ୍ମୋଚନ ହେଲା ରାଜ୍ୟ ବିଜେପିର ସଂକଳ୍ପପତ୍ର। ନିର୍ବାଚନ ରଣନୀତି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ସଙ୍କଳ୍ପ ପତ୍ରର ଶୀର୍ଷକ ରହିଛି ‘ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି’ ।
ବିଜେପିର ସଙ୍କଳ୍ପ ପତ୍ର ଲୋକାର୍ପଣ କରି ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷ ଭିତରେ ରାଜନୀତିର ସଂସ୍କୃତି ଏବଂ କାର୍ଯ୍ୟକ୍ରମ ବଦଳିଛି । ଆଜିର ଦିନରେ ଇସ୍ତାହାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ସାଧାରଣ ଲୋକ ନିର୍ବାଚନ ଲଢୁଛନ୍ତି, ଆମେ ସାଥୀରେ ଅଛୁ । ଏହା ସରକାର ପରିବର୍ତ୍ତନର ଇସ୍ତାହାର । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଜନୀତିର ସଂସ୍କୃତି ବଦଳିଛି। ନିର୍ବାଚନୀ ଇସ୍ତାହାରର ଗରିମା, ମହତ୍ୱ ବଢ଼ି ଯାଇଛି। ପୂର୍ବ ସରକାର ସମୟରେ ଇସ୍ତାହାର ଏକ ଦେଖାଣିଆ ଥିଲା।
ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇ ସେମାନେ ଭୁଲି ଯାଉଥିଲେ। ଏବେ ମୋଦି ସରକାରଙ୍କ ସଂକଳ୍ପ ‘ଯାହା କହିଛୁ, କରି ଦେଖାଇଛୁ’। ଅର୍ଥାତ ଯାହା କହିଛୁ କରିଛୁ, ଯାହା କହୁଛୁ, ନିଶ୍ଚିତ କରି ଦେଖାଇବୁ। ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ଚିନ୍ତା କରେ ମୋଦି ସରକାର। ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ଏବେ ଭାରତର ଅତି ଗରିବଙ୍କ ସଂଖ୍ୟା ୧%ରୁ ମଧ୍ୟ କମ୍। ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ। ଓଡ଼ିଶାରେ ବିରୋଧୀ ଦଳରେ ବସିବାକୁ ଆମେ ନିର୍ବାଚନ ଲଢୁନୁ। ରାଜ୍ୟରେ ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ। ଏନେଇ ଆଜି ଆମେ ସ୍ପଷ୍ଟ ଭାବେ କହୁଛୁ କହିଲେ ନଡ୍ଡା। 3100 ଟଙ୍କା ଏମଏସପି କରାଯିବ ବୋଲି କହିଛନ୍ତି ନଡ୍ଡା। କଟଣୀ ଛଟଣି ବ୍ୟବସ୍ଥାକୁ ସମାପ୍ତ କରାଯିବ। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି ବୋଲି କହିଛନ୍ତି ନଡ୍ଡା । ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ୱାସ୍ଥ୍ୟ ବ୍ୟବସ୍ଥା, ହସ୍ପିଟାଲ କୋମାକୁ ଚାଲିଯାଇଛି। ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି। ‘ସଂକଳ୍ପରୁ ସିଦ୍ଧି’ ହିଁ ଆମର ଲକ୍ଷ୍ୟ କହିଲେ ନଡ୍ଡା।
ଅଧିକ ପଢ଼ନ୍ତୁ ଓଡିଶା ଖବର: