ଭୁବନେଶ୍ୱର: ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । ଗୋଶାଳା ପଡ଼ିଆରୁ ବାହାରିଥିବା ରୋଡ୍ ସୋ'ରେ ସାମିଲ୍ ହେଲେ ଜିତୁ ମିତ୍ର । ବିଜେପିରେ ମିଶୁ ମିଶୁ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କଲେ । ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲିରେ ମିଶିଲେ ଜିତୁ ।
ଅର୍ଗସ ବ୍ୟୁରୋ: ରାଜ୍ୟରେ ବିଜେପିର ପ୍ରଥମ ସରକାର ଗଠନ ପରେ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି । ଫ୍ରେସ ଓ ୟଙ୍ଗ ମନ୍ତ୍ରୀମାନଙ୍କୁ ନେଇ ତିଆରି ହୋଇଛି ମନ୍ତ୍ରୀ ମଣ୍ଡଳ । 16ସଦସ୍ୟଙ୍କ ମଧ୍ୟରୁ 8ଜଣ ଫାଷ୍ଟ ଟାଇମ ମନ୍ତ୍ରୀ ପଦ ପାଇଛନ୍ତି । ଜଣେ ମାତ୍ର କେଭି ସିଂହ ଦେଓ ପୂର୍ବରୁ ମନ୍ତ୍ରୀ ଥିଲେ । ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ଏବେ ଉତ୍ସାହର ମାହୋଲ ।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡି ବିଜେପି ମେଂଟ ସରକାରରେ ଥିଲେ ସରକାରୀ ଦଳ ଉପ ମୁ୍ଖ୍ୟ ସଚେତକ । ପରେ ବିରୋଧି ଦଳ ମୁଖ୍ୟ ସଚେତକ । ସେ କେବେ ବି ମନ୍ତ୍ରୀ ହୋଇନଥିଲେ ।
ଏହି ମନ୍ତ୍ରୀ ମଣ୍ଡଳରେ ଜଣେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ କି ପୂର୍ବରୁ ମନ୍ତ୍ରୀ ଥିଲେ । କନକ ବର୍ଦ୍ଧନ ସିଂହ ଦେଓ । ପୂର୍ବରୁ ମନ୍ତ୍ରୀ ହେବାର ଅନୁଭୁତି ତାଙ୍କର ରହିଛି । ଏବେ ପ୍ରଥମ ଥର ପାଇଁ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୋହନ ମାଝୀଙ୍କ ମନ୍ତ୍ରୀ ମଣ୍ଡଳରେ 8ଜଣ ନେତା ଏପରି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି ।ପ୍ରଭାତି ପରିଡା ଫାଷ୍ଟଟାଇମ ଏମଏଲଏରୁ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସୁରେଶ ପୂଜାରୀ ପ୍ରଥମ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ସେ ବରଗଡ ସାଂସଦ ଥିଲେ । ସେହିପରି ପ୍ରଥମ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ନେତାଙ୍କ ଭିତରେ ଅଛନ୍ତି ପୃଥ୍ବିବୀରାଜ ହରିଚନ୍ଦନ, ବିଭୁତି ଭୂଷଣ ଜେନା, କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରଦୀପ ବଳ ସାମନ୍ତ, ଗୋକୁଳା ନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ।
ଦ୍ବିତୀୟ ଥର ଏମଏଲଏ ଓ ପ୍ରଥମ ଥର ମନ୍ତ୍ରୀ ହୋଇଥିବା ତାଲିକାରେ ଅଛନ୍ତି ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ପାତ୍ର, ମୁକେଶ ମହାଲିଙ୍ଗ ଓ ସୁରଜ ସୂର୍ଯ୍ୟବଂଶୀ ।ରବି ନାରାୟଣ ନାୟକ ଚତୁର୍ଥ ଥର ପାଇଁ ଏମଏଲଏ ହୋଇଥିବା ବେଳେ ପ୍ଥଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ଗୋଟିଏ ପଟେ ମନ୍ତ୍ରୀମାନଙ୍କର ଉତ୍ସାହ ଆରପଟେ ଲୋକମାନଙ୍କର ଉତ୍ସାହ । 25 ବର୍ଷର ସ୍ଥିର ସରକାରରେ ଆସିଥିଲା ସ୍ଥାଣୁତା । ଦୁର୍ନୀତି, ପ୍ରିୟାପ୍ରତି ତୋଷଣ ଓ ଅଣଓଡିଆ ରାଜରେ ରୁନ୍ଧି ହୋଇଥିଲା ଓଡିଆ ଅସ୍ମିତା । ନୂଆ ପରିବର୍ତ୍ତନ ଆଣିଛି ନୂଆ ଉତ୍ସାହ ଓ ନୂଆ ଆଶା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: 24 ନିର୍ବାଚନରେ ବଡ଼ ବିବାଦରେ ଥିଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ IAS ଭାବେ ନବୀନ କରିଥିଲେ ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚ୍ । ସେଥିପାଇଁ 147 ବିଧାନସଭାରେ କରିଥିଲେ ସଭା । ପାଣ୍ଡିଆନଙ୍କ ହେଲିକାପ୍ଟର ଖର୍ଚ୍ଚ ସରକାର କରିଥିଲାବେଳେ ସଭା ଖର୍ଚ୍ଚକୁ ନେଇ ବଡ଼ ଗୁମର ଖୋଲିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ । ପାଣ୍ଡିଆନଙ୍କ ସଭା, ମଞ୍ଚ, ଆଲୁଅ, ପ୍ରଚାର ପ୍ରସାର, ପ୍ରବଳ ମାତ୍ରାରେ ଲୋକ ବୁହା ଓ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟ ବ୍ୟବସ୍ଥା। ଏସବୁର ଖର୍ଚ୍ଚ ବଜେଟରେ ଟଙ୍କାଟିଏ ବ୍ୟୟବରାଦ ନାହିଁ କି ଜିଲ୍ଲା ପ୍ରଶାସନ ଟଙ୍କାଟିଏ ଖର୍ଚ୍ଚ କରିନି । ତାହେଲେ ଏ ଖର୍ଚ୍ଚ କିଏ ଓ କାହିଁକି କରୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ରୁବେନ ବାନାର୍ଜୀ ।
ବିଜେପି ପ୍ରତିଶୃତି ଦେଇଛି ଦୁର୍ନୀତିର ନାୟକମାନଙ୍କୁ ପଠାଯିବ ଜେଲ୍ । ପ୍ରଧାନମନ୍ତ୍ରୀ କହିଥିଲେ ସିଏମ୍ ଅଫିସ ଓ ସିଏମ୍ ଆବାସ ମାଫିଆଙ୍କ କବଜାରେ । ମାଫିଆଙ୍କ ଅଣ୍ଟା ଭାଙ୍ଗିଦେବାକୁ ଚେତାବନୀ ଦେଇଥିଲେ ମୋଦି । ସେପଟେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କିଏ ଆଲୋକ ଲଗେଇଥିଲା, କାହିଁକି ଖୋଲିଲା ? । କାହା ପାଖେ ତାର ଉତ୍ତର ନଥିବା କହି ଖୁଲାସା କରିଛନ୍ତି ରୁବେନ ବାନାର୍ଜୀ । ଏବେ ପ୍ରଶ୍ନ- ଚାଲୁଥିଲା କି ରାଜ୍ୟରେ ସମାନ୍ତରାଳ ସରକାର! । ସରକାରଙ୍କ ବ୍ୟବସ୍ଥା ବାହାରେ ସରକାର ଓ ପ୍ରଶାସନକୁ ମାଡ଼ି ବସିଥିଲା ଅସାମ୍ବିଧାନିକ ବ୍ୟବସ୍ଥା ।ସରକାର ବଦଳୁ ବଦଳୁ ଓଡ଼ିଆ ଆସ୍ଥାକୁ କରାଯାଇଥିଲା ଅପମାନ । ଓଡ଼ିଆ ଅସ୍ମିତାର ପ୍ରତୀକ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ଆଲୁଅ ହୋଇଥିଲା ଉଭାନ୍ । ଅନ୍ଧାର ପରେ ତନାଘନାରୁ ମିଳିଛି ରୋଚକ ତଥ୍ୟ । ଆଲୋକୀକରଣ ବାବଦକୁ ଶ୍ରୀମନ୍ଦିର ପ୍ରଶାସନ ଦେଉନଥିଲା ଟଙ୍କା । ଜିଲ୍ଲା ପ୍ରଶାସନ ମଧ୍ୟ ଖର୍ଚ୍ଚ କରୁନଥିଲା ଟଙ୍କା ।.. ଲାଇଟ ବାବଦକୁ କିଏ ଆଉ କାହିଁକି ଖର୍ଚ୍ଚ କରିଥିଲା ମୋଟା ଟଙ୍କା ? ।
ଏବେ ଓଡ଼ିଶାରେ ଅସ୍ମିତାର ବିଜୟ ହୋଇଛି । କଳାପାହାଡିଆଙ୍କ ଯୁଗ ଶେଷ ହୋଇଛି । ଖାଣ୍ଟି ଓଡ଼ିଆ, ଖାଣ୍ଟି ଆଦିବାସୀ ମୋହନ ମାଝୀ ଗାଦିରେ । ସରକାର କେବେ ଦୋଷୀଙ୍କ ମୁହଁରୁ ପରଦା ଓହ୍ଲାଇ କରିବେ ଦଣ୍ଡିତ । ତାକୁ ହିଁ ସାଢେ 4 କୋଟି ଓଡ଼ିଆଙ୍କ ଅପେକ୍ଷା ।.
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗୁଦାରୀକୁ ଜଳ ଦୁଃଖ। ପାଣି ପାଇଁ ସ୍ଥାନୀୟ ଅଞ୍ଚଳରେ ହାହାକାର। ପ୍ରତି ବର୍ଷ ଖରାଦିନେ ଆସିଲେ ଗୁଦାରୀ ଗାଁର ଦୁଃଖ ବଢିଯାଏ । ପିଇବା ପାଣି ପାଇଁ ହଇରାଣ ହୁଅନ୍ତି ଗାଁ ଲୋକ । ଗୋଟିଏ ନଳକୂପ ଉପରେ ନିର୍ଭର କରି ଚଳନ୍ତି ତିନିଖଣ୍ଡ ସାହିର ଲୋକ । ସେଥିରେ ପୁଣି ଅଧାଦିନ ନଳକୂପ ଅଚଳ ହୋଇପଡେ। ପରିସ୍ଥିତି ଏମିତି ହୁଏ, ଅନ୍ୟ ସାହିରୁ ପାଣି ଆଣି ଚଳନ୍ତି ଅଞ୍ଚଳବାସୀ।ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଲାଗି ଆସିଛି ପାଣି ସମସ୍ୟା ଆଉ ତା ସହ ବର୍ଷ ବର୍ଷ ଧରି ପାଣି ପାଇଁ ଦାବି କରି ଆସୁଛନ୍ତି ଅଞ୍ଚଳବାସୀ। ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କର ଠାରୁ ଆରମ୍ଭ କରି ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଶେଷରେ ନିରାସ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ତିନି ଖଣ୍ଡ ପଂଚାୟତବାସୀ ରାସ୍ତା ଉପରେ ଗରା, ବାଲ୍ଟି, ହାଣ୍ଡି ଥୋଇ ଆନ୍ଦୋଳନ କରିଥିଲେ।
ଦୀର୍ଘ ସମୟର ଆନ୍ଦୋଳନ ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଇବା ପରେ ରାସ୍ତାରୋକ ଉଠିଛି। ଏବେ ଟ୍ୟାଙ୍କର ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗେଇବା ପାଇଁ ପ୍ରଶାସନ ପ୍ରତିଶୃତି ଦେଇଥିବା ବେଳେ ଦଶ ଦିନ ଭିତରେ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ୨୪ ବର୍ଷର ସରକାର ପରେ ଲୋକଙ୍କୁ ମିଳିଛି ଜଳ ଯନ୍ତ୍ରଣା। ପାଣି ପାଇଁ ଗାଁ ଗାଁରେ ହାହାକାର। ଏପଟେ ପ୍ରଶାସନ ପ୍ରତିଶୃତି ଦେଇ ସାଜିଛି ନିରବଦ୍ରଷ୍ଟା।
ଅଧିକ ପଢ଼ନ୍ତୁ ଓଡିଶା ଖବର: