ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା
ତୁଷାର ଦେଶପାଣ୍ଡେ ୪ ଓଭର ଭିତରେ ୩ ୱିକେଟ୍ ନେବାପରେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ବଡ଼ ବଡ଼ ସ୍କୋର୍ କରୁଥିବା ହାଇଦ୍ରାବାଦ ୧୩୪ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।
ଅର୍ଗସ ବ୍ୟୁରୋ : ଲଗାତାର ପରାଜୟ ପରେ ବିଜୟ ଧାରାକୁ ଫେରିଛି ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ରବିବାର ରାତିରେ ସିଏସ୍କେ ଏକତରଫା ଭାବେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୭୮ ରନ୍ରେ ପରାସ୍ତ କରି ଷଷ୍ଠରୁ ତୃତୀୟକୁ ଲମ୍ଫ ମାରିଛି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ଆକର୍ଷଣୀୟ ବ୍ୟାଟିଂ ବଳରେ ସିଏସ୍କେ ୨୧୨ ରନ୍ କରିଥିଲା।
ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା
ତୁଷାର ଦେଶପାଣ୍ଡେ ୪ ଓଭର ଭିତରେ ୩ ୱିକେଟ୍ ନେବାପରେ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଫଳରେ ବଡ଼ ବଡ଼ ସ୍କୋର୍ କରୁଥିବା ହାଇଦ୍ରାବାଦ ୧୩୪ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା।
କଟକ : କଟକରେ 5ଟି ଅଧକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସଭାକୁ ଗ୍ରହଣ କଲେନି ଲୋକେ । ସଭାରେ ଫାଙ୍କା ପଡିଲା ଶହ ଶହ ଚେୟାର। ପାଣ୍ଡିଆନଙ୍କ ସଭା କାର୍ଯ୍ୟ ଜାରି ରହିଥିଲା ବେଳେ ଅଧାରୁ ସଭା ପରିତ୍ୟାଗ କଲେ ମହିଳା ।
ଅଧିକ ପଢନ୍ତୁ : ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ
ବିଜେପି ବିରୋଧରେ ମିଛ ଭାଷଣକୁ ଗ୍ରହଣ କଲେନି ମହିଳା କର୍ମୀ । କଟକ ଚୌଦ୍ବାରରେ ହୋଇଥିବା ସଭାରେ ଖାଲି ପଡିଲା ଶହ ଶହ ସଂଖ୍ୟାରେ ଚେୟାର । ଏଦୃଶ୍ୟ ହିଁ ବୟାନ କରୁଛି ପାଣ୍ଡିଆନଙ୍କୁ ଗ୍ରହଣ କରୁନାହାଁନ୍ତି ଲୋକ । ସ୍ବାଭିମାନୀ ଓଡ଼ିଆ କିଭଳି ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଗ୍ରହଣ କରୁଛନ୍ତି ଏହି ଦୃଶ୍ୟ ହିଁ ତାହା ବୟାନ କରୁଛି । କେବଳ କଟକ ନୁହେଁ ଅନେକ ସଭାରେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ଚେୟାର ଫାଙ୍କା ପଡିଥଇବା ଦେଖିବାକୁ ମିଳିଥିଲା ।
ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଆସ୍କା ସୋରଡ଼ାରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । କଟକରେ ମେଗା ରୋଡ଼ ସୋ । ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗରୁ ଆରମ୍ଭ ହୋଇ ଚଣ୍ଡୀ ମନ୍ଦିର ଯାଏଁ ହେବ ରୋଡ଼ ସୋ । ଏଥିସହ ଆସ୍କାର ସୋରଡ଼ା ଓ ବୌଦ୍ଧରେ ବିଶାଳ ଜନସଭାକୁ ବି ଶାହ କରିବେ ସମ୍ବୋଧନ । ଓଡ଼ିଶା ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏ ଦମ୍ଭୋକ୍ତି । ଓଡ଼ିଶାର 21ରୁ 17 ଲୋକସଭା ଆସନ ଜିତିବା ନେଇ କରିଛନ୍ତି ବଡ଼ ଦାବି । ପୂର୍ବରୁ ବି ଶାହ କହିଥିଲେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି ।
ଅଧିକ ପଢନ୍ତୁ : ଓଡ଼ିଶା ଆସିବା ପୂର୍ବରୁ ଅମିତ୍ ଶାହଙ୍କ ଦମ୍ଭୋକ୍ତି
ସେପଟେ ଆଜି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଭୁବନେଶ୍ବରରେ ପହଞ୍ଚି ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେବେ । 17 ତାରିଖରେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧନ କରିବେ ଜେ.ପି ନଡ୍ଡା । ଆସନ୍ତା 20 ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି। ପୂର୍ବରୁ ଭୁବନେଶ୍ବରରେ ବିଶାଳ ରୋଡ଼ ସୋ ସହ ଗୋଟିଏ ଦିନରେ 3ଟି ଜନସଭା କରି ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି।
କଳାହାଣ୍ଡି: ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା । ଏଥିରେ ଭୋଟ ପାଇଁ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ତଥା ଶିକ୍ଷକ ମାନେ ନିୟୋଜିତ ଥିଲେ । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପିଲିକିଆ ଗ୍ରାମ ବୁଥ ନମ୍ବର ୧୫୦ର ପ୍ରିଜାଇଡିଙ୍ଗ ଅଫସିର ଥିବା ଶିକ୍ଷକ ମକରଧ୍ଵଜ ନାଗ ନିର୍ବାଚନ ସରିଲା ପରେ ଧର୍ମଗଡ଼ ଠାରେ ଥିବା ନିର୍ବାଚନ କାଉଣ୍ଟରକୁ ନିର୍ବାଚନରେ ବ୍ୟବହୃତ ସାମଗ୍ରୀ ଫେରସ୍ତ କରିବା ପାଇଁ ଯାଇଥିଲେ । ଏହି ସମୟରେ ସେ ହଠାତ୍ ଅସୁସ୍ଥ ହୋଇଥିଲେ ।
ତାଙ୍କୁ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେବା ସମୟରେ ବାଟରେ ପୁଣି ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶିକ୍ଷକ ମକରଧ୍ଵଜ ନାଗଙ୍କ ମୃତ୍ୟୁ ହୋଇଥିଲା ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ମୃତ ମକରଧ୍ଵଜ ନାଗ ମଦନପୁର ରାମପୁର ଗ୍ରାମର ହୋଇଥିବାବେଳେ ସେ ରେଗଡା ସ୍କୁଲରେ ସହକାରୀ ଶିକ୍ଷକ ଭାବେ କର୍ଯ୍ୟ କରୁଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...