ଏକାଦଶ ମ୍ୟାଚ୍ରୁ ଏହା ଆର୍ସିବିର ଚତୁର୍ଥ ବିଜୟ ଥିଲା। ଏହି ବିଜୟ ବଳରେ ବହୁ ଦିନ ପରେ ଆର୍ସିବି ମଧ୍ୟ ଶେଷ ସ୍ଥାନରୁ ଏକାଥରକେ ତିନିଟି ସ୍ଥାନ ଉପରକୁ ଲମ୍ଫ ମାରି ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଉପରକୁ ସପ୍ତମ ସ୍ଥାନକୁ ଉଠିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ: ଗୁଜରାଟ ଟାଇଟନ୍ସକୁ ୪ ୱିକେଟ୍ରେ ହରାଇ ଚଳିତ ଆଇପିଏଲ୍ରେ ହ୍ୟାଟ୍ରିକ୍ ବିଜୟ ପାଇଛି। ଶନିବାର ଗୁଜରାଟ ମାତ୍ର ୧୪୮ ରନ୍ର ଲକ୍ଷ୍ୟ ଦେଇଥିଲା। ଯାହାକୁ ପିଛା କରି ଅଧିନାୟକ ଫାଫ୍ ଡୁ’ପ୍ଲେସିସଙ୍କ 64 ରନ୍ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିସ୍ଫୋରକ ୪୨ ରନ୍ ଆରସିବିକୁ ଭଲ ଷ୍ଟାର୍ଟ୍ ଦେଇଥିଲା ।
ଶେଷ ଆଡକୁ ଶେଷରେ କିନ୍ତୁ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଓ ସ୍ବପ୍ନିଳ ସିଂହଙ୍କ ଦମଦାର ବ୍ୟାଟିଂ ବଳରେ ୩୮ ବଲ୍ ପୂର୍ବରୁ ମ୍ୟାଚ ହାତେଇନେଇଥିଲା ଦଳ।
ଏକାଦଶ ମ୍ୟାଚ୍ରୁ ଏହା ଆର୍ସିବିର ଚତୁର୍ଥ ବିଜୟ ଥିଲା। ଏହି ବିଜୟ ବଳରେ ବହୁ ଦିନ ପରେ ଆର୍ସିବି ମଧ୍ୟ ଶେଷ ସ୍ଥାନରୁ ଏକାଥରକେ ତିନିଟି ସ୍ଥାନ ଉପରକୁ ଲମ୍ଫ ମାରି ମୁମ୍ବାଇ, ଗୁଜରାଟ ଓ ପଞ୍ଜାବ ଉପରକୁ ସପ୍ତମ ସ୍ଥାନକୁ ଉଠିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଅର୍ଗସ ବ୍ୟୁରୋ : ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବା ପାଇଁ । ଏବେ ମୁଖ୍ୟମନ୍ତ୍ରୀଙ୍କର ଗୁମାସ୍ତାଭାବେ ଓଡ଼ିଶା ଲୋକଙ୍କୁ ଶାସନ କରିବାର ଦୁଃଶାହସ କରୁଛନ୍ତି । ଅଣଓଡ଼ିଆ ହୋଇ ଓଡିଆର ପରିଚୟ ଖୋଜୁଛ । ଯଦି ଓଡ଼ିଆ ହେବାକୁ ଇଛା ଅଛି ତାହାଲେ ନିଜର ସାଜ୍ଞା ‘ପାଣ୍ଡିଆନ’କୁ ବଦଳାଇ ରାଉତ କରିଦିଅନ୍ତୁ । ଅଣଓଡ଼ିଆ ବାବୁଙ୍କର ଗର୍ବ, ଆସ୍ଫାଳନ, ଅହଂକାର ଏତେ ବଢ଼ିଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଅନ୍ୟାନ୍ୟ ଜାତୀୟ ନେତାମାନଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରୁଛନ୍ତି । ଯେଉଁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆଜି ଭାରତ ସାରା ବିଶ୍ୱରେ ବନ୍ଦନୀୟ, ସମଗ୍ର ଭାରତୀୟଙ୍କର ହୃଦୟର ସ୍ପନ୍ଦନ, ଏକ ବିଶାଳ ଗଣତନ୍ତ୍ରର ନେତା ତାଙ୍କୁ ଟୁରିଷ୍ଟ ବୋଲି ସମ୍ବୋଧନ କରିବା ରାଜନୈତିକ ଶାଳୀନତା ଓ ସିଷ୍ଟାଚାରର ଘୋର ଅଭାବ ବୋଲି ଭାବିବାକୁ ହେବ ।
ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟୁରିଷ୍ଟ ନୁହଁନ୍ତି, ଯେଉଁ ସରକାରୀ ବାବୁ ଏଠାରେ ଚାକିରି କରିବାକୁ ଆସିଥିଲେ ସେ ହେଉଛନ୍ତି ଓଡ଼ିଶାରେ ଟୁରିଷ୍ଟ । ୨୫ବର୍ଷ ହେଲା ଓଡ଼ିଶାରେ ବହୁ ଟୁରିଜିମ୍ କରିସାରିଲଣି ଏବେ ସମୟ ଆସିଛି ସ୍ୱାଭିମାନୀ ଓଡ଼ିଆମାନେ ଟିକେଟ୍ କାଟି ତାମିଲନାଡୁକୁ ରାସ୍ତା ଦେଖାଇଦେବେ । ତୁମର ଯଦି ତାକତ ଅଛି ତାହାଲେ ତୁମ ରାଜ୍ୟ ତାମିଲନାଡୁର ଏକ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି ଜିତିକି ଦେଖାଇଦିଅ । ଓଡ଼ିଶା ତୁମର ନୁହେଁ, ଓଡ଼ିଆ ମାଟି ଓ ଓଡ଼ିଶା ଓଡ଼ିଆଙ୍କ ଦ୍ୱାରା ଶାସିତ ହେବ । ଓଡ଼ିଆ ନେତାଙ୍କୁ ଦମ୍ ଅଛି, ତାକତ୍ ଅଛି ବୋଲି କହି ଅପମାନିତ କରିବାର ଜବାବ ଓଡ଼ିଆ ଭୋଟରମାନେ ଆଗାମୀ ଦିନରେ ଇଭିଏମ୍ ମେସିନ୍ରେ ଦୁଇଟି ପଦ୍ମରେ ବଟମ ଚିପି ଦେଖାଇଦେବେ ବୋଲି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି?
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପିର ବିପୁଳ ବିଜୟ ଜାଣିବା ପରେ ଓଡ଼ିଶାରେ ବିଜେଡି ରକ୍ତମୁଖା ହୋଇଛି । ବିଜେଡିର ନିଶ୍ଚିତ ପରାଜୟରେ ବ୍ୟତିବ୍ୟସ୍ତ ହୋଇ ଗତ ୧୩ ତାରିଖ ନିର୍ବାଚନ ସରିବା ପରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଯୋଜନାବଦ୍ଧଭାବେ ଆକ୍ରମଣ କରାଗଲା । ଗଞ୍ଜାମ ଜିଲ୍ଲାରେ ଆସନ୍ତା ୨୦ତାରିଖରେ ଦ୍ୱିତୀୟ ଦଫା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ । ହିଞ୍ଜିଳି ସମେତ ଅନ୍ୟ ୬ଟି ନିର୍ବାଚନ ମଣ୍ଡଳୀରେ ଶ୍ରୀ ପାଣିଗ୍ରାହୀଙ୍କର ପ୍ରଚାର କାର୍ଯ୍ୟକ୍ରମ ଥିଲା । ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି ଚକ୍ରାନ୍ତ କରି ଏକ ସ୍ୱାଧିନ ପ୍ରାର୍ଥୀଙ୍କ ଦ୍ୱାରା ଶ୍ରୀ ପାଣିଗ୍ରାହୀଙ୍କ ଉପରେ ଅତ୍ୟନ୍ତ ବର୍ବରୋଚିତ ଭାବେ ଆକ୍ରମଣ କରି ଜୀବନରୁ ମାରି ଦେବା ପାଇଁ ଯୋଜନା କରିଥିଲା । ଶ୍ରୀ ପାଣିଗ୍ରାହୀଙ୍କର ଛାତିର ପଞ୍ଜରା ହାଡ ଭାଙ୍ଗି ଯାଇଛି, ଫୁସ୍ଫୁସ୍ରେ ରକ୍ତସ୍ରାବ ହୋଇ ସେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହାନ୍ତି କି କଥା ମଧ୍ୟ କହିପାରୁ ନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଶ୍ରୀ ପାଣିଗ୍ରାହୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ବିଭିନ୍ନ ଦପ୍ତରକୁ ପୂର୍ବରୁ ଜଣାଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପ୍ରଶାସନୀକ ଅଧିକାରୀରୁ ନୂଆ ନେତା ବୋଲାଉଥିବା ବିଜେଡିର ୨ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ବିଜେଡି ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଚାଲିଛି । ସେହିପରି ଗତକାଲି ବିଜେପି କାର୍ଯ୍ୟକର୍ତା ଖଲ୍ଲିକୋଟର ଦିଲୀପ ପାହାନାଙ୍କୁ ଅତ୍ୟନ୍ତ ନିର୍ମମଭାବେ ହତ୍ୟାକଲେ ବିଜେଡି କର୍ମୀ । ଏନେଇ ବିଜେପିର କର୍ମମାନେ ଖଲ୍ଲିକୋଟ ଥାନା ଆଗରେ ଅପରାଧୀଙ୍କୁ ଗିରଫ କରିବା ପାଇଁ ଦାବି କଲାବେଳେ ଲାଠି ଚାର୍ଜ କଲା ପୋଲିସ । ସେହିପରି ଟିଟିଲାଗଡର ବିଧାୟକ ପ୍ରାର୍ଥୀ ନବୀନ ଜୈନ ପ୍ରଚାର କାର୍ଯ୍ୟ କରୁଥିବାବେଳେ ତାଙ୍କ ଉପରେ ମଧ୍ୟ ଅତି ନିର୍ମମଭାବେ ଆକ୍ରମଣ କରାଯାଇଛି । କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବ ସର୍ବେସ୍ୱର ମନ୍ଦିର ପାଖରେ ପ୍ରଚାର କରୁଥିବାବେଳେ ବିଜେଡିର ଗୁଣ୍ଡାମାନେ ଆକ୍ରମଣ କରିଛନ୍ତି । ଚିକିଟିଠାରେ ମଧ୍ୟ ହିଂସାକାଣ୍ଡ ଘଟାଇଛନ୍ତି ବିଜେଡି କର୍ମୀ । ବିଜେଡିର ଏଭଳି ଅମାନୁଷିକ କାର୍ଯ୍ୟର ଦୃଢ଼ ଜବାବ ଦେବେ ଓଡ଼ିଶାବାସୀ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଦୀର୍ଘ ୨୫ବର୍ଷ ବିଜେଡି ଶାସନରେ ରହିବା ପରେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀର ବିକାଶ କରିବାରେ ଓ ହିଂସା ରୋକିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସବୁଠୁ ଅଧିକ ଜଂଘନ୍ୟ ଅପରାଧ, ହତ୍ୟା, ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା ଘଟିଛି ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ । ସାରା ଗଞ୍ଜାମ ଜିଲ୍ଲା ଅପରାଧୀମାନଙ୍କ ଚରାଭୂମି ପାଲଟିଛି । ମୁଖ୍ୟମନ୍ତ୍ରୀ ୨୫ବର୍ଷ ଶାସନ ଭିତରେ ୨୫ଥର ହିଞ୍ଜିଳି ଯାଇନଥିବେ । ହିଞ୍ଜିଳିରେ ନବୀନ ବାବୁ ହିଁ ଟୁରିଷ୍ଟ । ନିଜ ନେତାଙ୍କୁ ଟୁରିଷ୍ଟ ନଡାକି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଟୁରିଷ୍ଟ କହିବା ଧ୍ରୁଷ୍ଟତା ଯୋଗୁଁ ତାମିଲବାବୁଙ୍କୁ ଆଗାମୀ ଦିନରେ ପରିଣାମ ଭୋଗିବାକୁ ପଡିବ ।
ଏବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଓ କଂଟାବାଞ୍ଜିରୁ ହାରିବା ସୂଚନା ପାଇସାରିଲେଣି । ତାଙ୍କ ଇଟେଂଲିଜେନ୍ସବାଲା ଏକଥା କହୁଛନ୍ତି, ବିଜେଡି କର୍ମୀ ମଧ୍ୟ ଆଲୋଚନା କଲେଣି ମୁଖ୍ୟମନ୍ତ୍ରୀଙ୍କର ଡବଲ ଡିଫି୍ଟ ହେବ । ଯେଉଁଭଳି ତାଙ୍କ ପିତା ସ୍ୱର୍ଗୀୟ ବିଜୁ ବାବୁ ୫ଟି ନିର୍ବାଚନ ମଣ୍ଡଳୀରୁ ଏକସଙ୍ଗେ ହାରି ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇଥିଲେ । ଓଡ଼ିଶା ଏକ ଶାକ୍ତିପ୍ରିୟ ରାଜ୍ୟ । ରାଜନୀତିରେ ହିଂସାର ସ୍ଥାନ ନାହିଁ । ହାରିବା ଭୟରେ ବିଜେଡି ଆଜି ଓଡ଼ିଶାକୁ ବେଙ୍ଗଲ କରିବାକୁ ଚାହୁଁଛି । କିନ୍ତୁ ସ୍ୱାଭିମାନୀ ଓଡ଼ିଶାବାସୀ ତାହା କରାଇ ଦେବେ ନାହିଁ । ବୁଲେଟ୍ର ଜବାବ ବ୍ୟାଲେଟ୍ର ଦେବେ । ବିଜେପି କର୍ମୀ ଦିଲୀପ ପାହାନର ବଳିଦାନ ବ୍ୟର୍ଥ ଜୀବନି । ଗତକାଲି ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ଜଜ୍ଞନ୍ୟ ବୋଲି କହି ନନ୍ଦା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ସମୟରେ ରକ୍ତର ହୋଲି ଖେଳୁଛି ବିଜେଡି । ବିଜେଡିର ମୁଖିଆ ହତ୍ୟା ଘଟଣାକୁ ସାମାନ୍ୟ ଭାବି ନିନ୍ଦା କରିଦେଲେ ଯଥେଷ୍ଟ ନୁହେଁ କି ମୁଖ୍ୟମନ୍ତ୍ରୀଙ୍କ ପାପମୋଚନ ହେବନି । ଗଞ୍ଜାମବାସୀ ଆପଣଙ୍କୁ ଶାସନ କ୍ଷମତାରେ ରହିବାରେ ୨୫ବର୍ଷ ସୁଯୋଗ ଦେଲେ, ନୀରିହ ଗଞ୍ଜାମବାସୀଙ୍କ ରକ୍ତରେ ହୋଲି ଖେଳିଥିବାରୁ ମୁଖ୍ୟମନ୍ତ୍ରୀ ଯୋଡ ହସ୍ତରେ ଗଞ୍ଜାମବାସୀ ଏବଂ ଓଡ଼ିଶାକୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବିଜେଡିର ହୀନ ଓ ହିଂସ୍ର ରାଜନୀତି ପାଇଁ ଓଡ଼ିଶାର ଭୋଟରମାନେ ଜାଗିଲେଣି । ଓଡିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ଅସ୍ମିତାକୁ ନେଇ ବିଜେଡି ଯେଉଁ ବଡ ପ୍ରଶ୍ନବାଚୀ ଠିଆ କରାଇଛି ତାହାର ଉଚିତ ଜବାବ ଦେବେ ଭୋଟରମାନେ ବୋଲି ଶ୍ରୀ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ଵର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ବୈଠକରେ ଭୁବନେଶ୍ଵର ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଏକାମ୍ର ପ୍ରାର୍ଥୀ ବାବୁ ସିଂ ଏବଂ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଯୋଗ ଦେଇଛନ୍ତି । ନିର୍ବାଚନୀ ରଣନୀତି ସମ୍ପର୍କରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବେ ରାଜ୍ୟ ବିଜେପିର ୫ ନେତୃତ୍ବ ।
ଶ୍ରୀ ପ୍ରଧାନ କହିଛନ୍ତି, ବିଗତ ୨୪ ବର୍ଷ ଧରି ବିଜେଡିକୁ ଆପଣମାନେ ଶାସନ ଦାୟିତ୍ବ ଦେଇଛନ୍ତି । ଏଥର ବିଜେପିକୁ ଆଶୀର୍ବାଦ ଦେଲେ ଆମ୍ଭେ ଓଡ଼ିଶାକୁ ନମ୍ବର-୧ ରାଜ୍ୟ କରିବୁ । ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ପ୍ରତ୍ୟେକ କର୍ମୀଙ୍କ ମୁଖ୍ୟ ଲକ୍ଷ୍ୟ ନିଜ ବୁଥକୁ ମଜଭୁତ କରିବା ହେବା ଉଚିତ । ବିଜେପି ପ୍ରାର୍ଥୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜିତାଇବାର ମାଧ୍ୟମ । ୨୪ ବର୍ଷ ହେଲା ବିଜେଡି ରାଜଧାନୀରେ ୨୪ ଘଣ୍ଟା ଧରି ପିଇବା ପାଣି ଦେଇପାରି ନାହିଁ ।
ଓଡ଼ିଶାରେ ଆଜି ମଧ୍ୟ ୨୪ ଘଣ୍ଟିଆ ବିଜୁଳି ସୁବିଧା ନାହିଁ । ଏପରିସ୍ଥଳେ ବିଜେଡି ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବ କେମିତି ? ବିଜେପି ସରକାର ଆସିଲେ ବିଜୁଳି ପାଇଁ ପ୍ରତି ଘରେ ୭୫ ହଜାର ଟଙ୍କା ବ୍ୟୟରେ ସୋଲାର ପ୍ୟାନେଲ ଲଗାଇବ । ଭୁବନେଶ୍ବର ବସ୍ତବାସିନ୍ଦାଙ୍କୁ ଆଜି ଯାଏଁ ରାଜ୍ୟ ସରକାର ସ୍ଥାୟୀ ପଟ୍ଟା ଦେଇ ନାହାନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେଲେ ୨ଟି କାମ ହେବ । ପ୍ରଥମତଃ ମୋଦି ୪୦୦ ପାର ସିଟ ପାଇ ପ୍ରଧାନମନ୍ତ୍ରୀ ହେଲେ ପିଓକେ ଭାରତରେ ମିଶିବ । ଦ୍ବିତୀୟତଃ ମୋଦି ପ୍ରଧାନମନ୍ତ୍ରୀ ହେଲେ ଆଉ ରାଜ୍ୟରୁ ଦାଦନ ଖଟିବାକୁ ଲୋକ ବାହାରକୁ ଯିବେ ନାହିଁ । ବିଜେଡି ରାଜ୍ୟ ନେତୃତ୍ବକୁ ଆଉଟସୋର୍ସକୁ ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି କହୁଛି ଟୁରିଷ୍ଟ । ଗଣତନ୍ତ୍ର ଶାସନରେ କଣ ପ୍ରଶ୍ନ ପଚାରିବାର ଅଧିକାର ନାହିଁ, ଏଠି କଣ ସ୍ବେଚ୍ଛାଚାରିତା ଚାଲିଛି ? ଗୁମାସ୍ତା କହୁଛନ୍ତି ରାଜନୀତି ଛାଡ଼ିଦେବେ, ତେବେ ପାରିବ ଯଦି ଲୁଟ ନୀତି ଛାଡ଼ିଦିଅ । ଆସନ୍ତା ୧୨ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶାକୁ ଶହେ ବର୍ଷ ପୂରିବ । ଏପରି ସ୍ଥଳେ ଆଜି ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତି ବିଜେଡିକୁ ମାନ୍ୟତା ବିଜେଡିର ସବୁ ସଦସ୍ୟ ମାନୁଛନ୍ତି କି ଦଳର ସମ୍ବିଧାନ ? ଖୋଦ୍ ବିଜେଡି ସଭାପତି ବି କରୁଛନ୍ତି ନିୟମର ଉଲଂଘନ ? ବିଜେଡି ସରକାର ଓଡ଼ିଶାରେ ଆଣିଛି ମଦର ବନ୍ୟା । ଏବେ ମଦ ପାଲଟିଛି ଓଡ଼ିଶାର ସବୁଠୁ ବଡ଼ ସାମାଜିକ ସମସ୍ୟା ।
ବିଜୁ ଜନତା ଦଳର ସମ୍ବିଧାନ ଯାହାର ତୃତୀୟ ପୃଷ୍ଠାରେ ରହିଛି ବିଜେଡିର ସଦସ୍ୟ ହେବା ପାଇଁ କେଉଁ କେଉଁ ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ । ବିଜେଡି ସଦସ୍ୟତା ପାଇଁ ଦ୍ବିତୀୟ ସର୍ତ୍ତ ହେଉଛି ମଦ ଓ ଡ୍ରଗ୍ସରୁ ଦୂରେଇ ରହିବ । ଏବେ ପ୍ରଶ୍ନ ଉଠୁଛି କୌଣସି ବ୍ୟକ୍ତି ବିଜେଡିର ସଦସ୍ୟତା ହେବା ପୂର୍ବରୁ ଏହି ସର୍ତ୍ତ ସମ୍ପର୍କରେ ତାଙ୍କୁ ଅବଗତ କରାଯାଏ କି ? ବିଜେଡିର ସଦସ୍ୟମାନେ ପାଳନ କରୁଛନ୍ତି କି ଏହି ସର୍ତ୍ତ ? ସଦସ୍ୟଙ୍କ କଥା ଛାଡନ୍ତୁ ଖୋଦ୍ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ନମ୍ବର ସର୍ତ୍ତ ପାଳନ କରନ୍ତି କି ?
ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କ ପୁସ୍ତକ ନବୀନ ପଟ୍ଟନାୟକରେ ମଧ୍ୟ ବିଜେଡି ସଭାପତିଙ୍କ ଏହି ଅଭ୍ୟସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କେବଳ ରୁବେନ୍ ବାନାର୍ଜୀ ନୁହନ୍ତି ଆଉଜଣେ ଜାତୀୟ ସ୍ତରର ଖ୍ୟାତାନାମା ସାମ୍ବାଦିକ ରାଜଦୀପ ସରଦେଶାଇ ସୋସିଆଲ ମିଡିଆର ଏକ ଲୋକପ୍ରିୟ ଶୋର ନବୀନଙ୍କ ଏହି ଅଭ୍ୟାସ ସମ୍ପର୍କରେ କହିଥିଲେ ।
ଯେଉଁଠି ଦଳର ମୁଖିଆ ସଦସ୍ୟତା ସର୍ତ୍ତକୁ ପାଳନ କରୁନାହାନ୍ତି ସେଠାରେ କର୍ମୀଙ୍କ କଥା ପଚାରେ କିଏ ? କଥାଟା ଯଦି ବିଜେଡି କର୍ମୀ ଓ ନେତାଙ୍କର ବ୍ୟକ୍ତିଗତ ଅଭ୍ୟାସରେ ସୀମିତ ରହିଥାନ୍ତା ଅଲଗା କଥା । ୨୪ ବର୍ଷ ଧରି ମଦର ପ୍ରଚାର ପ୍ରସାର ବିଜେଡି ସରକାରର ନୀତି ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ଓଡ଼ିଶାରେ କୌଣସି ଗାଁରେ ଆଜି ପିଇବା ପାଣି ହୁଏତ ନମିଳିପାରେ କିନ୍ତୁ ମଦ ଦୋକାନଟିଏ ନିଶ୍ଚିତ ମିଳିବ । ସାରା ରାଜ୍ୟରେ ଆଜି ମଦର ବନ୍ୟା ସୃଷ୍ଟି ହୋଇଛି । ଆଉ ଏହି ମଦ ପାଲଟିଛି ଓଡ଼ିଶାର ସବୁଠୁ ବଡ଼ ସାମାଜିକ ସମସ୍ୟା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ମାସ ତଳେ ବଲାଙ୍ଗିର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଶୀ ମଦ ଭାଟି ଗୁଡ଼ିକରୁ ବ୍ୟାପକ କଳାଟଙ୍କା ଜବତ ଘଟଣା ସାରା ଦେଶରେ ଚହଳ ପକାଇଥିଲା । ଅଭିଯୋଗ ମଦରୁ ଓଡ଼ିଶାକୁ ଯେତିକି ରାଜସ୍ବ ନମିଳୁଛି ତାର ବହୁ ଗୁଣ ଦୁର୍ନୀତି ହେଉଛି । ଏପରିକି ବିଜେଡିର ପାଣ୍ଠି ଆଦାୟର ଏହା ଏକ ବଡ଼ ଉତ୍ସ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏପରିକି କୁହାଯାଉଛି ଓଡ଼ିଶାରେ ମଦ ଦୁର୍ନୀତି ଦିଲ୍ଲୀର ମଦ ଦୁର୍ନୀତିଠାରୁ ବହୁ ଗୁଣରେ ଅଧିକ ।