ଯେହେତୁ ଆଇପିଏଲ ଚାଲିଛି, ତେଣୁ ପ୍ରତି ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ଚୟନକର୍ତ୍ତା । ତେବେ ୧୫ ଜଣିଆ ଟିମ୍ ଘୋଷଣା ପୂର୍ବରୁ ରୋହିତଙ୍କ ସହ ଆଲୋଚନା କରି ସମସ୍ତ ଖେଳାଳୀଙ୍କ ପ୍ରଦର୍ଶନ ବାବଦରେ ଜାଣିବାକୁ ଚାହିଁପାରନ୍ତି ଚୟନକର୍ତ୍ତା । ଖାସକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିବ କି ନାହିଁ ସେନେଇ ଆଲୋଚନା ହୋଇପାରେ । କାରଣ ହାର୍ଦ୍ଦିକ ଏବେ ଭଲ ଫର୍ମରେ ନଥିବା ବେଳେ ରିଙ୍କୁ ସିଂ ଓ ଶିବମ ଦୁବେ ଦମଦାର ଫର୍ମରେ ରହିଛନ୍ତି । ତେଣୁ କାହାକୁ ୧୫ ଜଣିଆ ଟିମରେ ସ୍ଥାନ ମିଳିବ ତାହା ସବୁଠୁ ବଡ ପ୍ରଶ୍ନ ।
ସେହିଭଳି ୱିକେଟ କିପର ଭାବେ ରେସରେ ଋଷଭ ପନ୍ତ, କେ.ଏଲ ରାହୁଲ ଓ ସଞ୍ଜୁ ସାମସନ ରହିଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ କାହାକୁ ଟିମରେ ସ୍ଥାନ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । କାରଣ ୩ ଖେଳାଳୀ ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ବୋଲର ଚୟନକୁ ନେଇ ଚିନ୍ତାରେ ପଡିପାରନ୍ତି ଚୟନକର୍ତ୍ତା।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର