ରବିବାର ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ସନ୍ଧ୍ୟା ସୁଦ୍ଧା ବାଲେଶ୍ବରରେ ୧୦.୫ ମିମି ବର୍ଷା ରେକର୍ଡ ହୋଇଛି। ଭବାନୀପାଟଣାରେ ୭.୬ମିମି ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାର ବାଣପୁରରେ ୧୦୫ ମିମି ବର୍ଷା ହୋଇଛି। ଗଞ୍ଜାମର ବେଲଗୁଣ୍ଠାରେ ୯୬.୬, ଚିଲିକାରେ ୫୪, ଗଞ୍ଜାମର ବୁଗୁଡ଼ାରେ ୪୮, ଭଞ୍ଜନଗରରେ ୩୮, ଦାରିଙ୍ଗବାଡ଼ିରେ ୨୦ ଓ ଟିଟଲାଗଡ଼ରେ ୧୫ ମିମି ବର୍ଷା ରେକର୍ଡ ହୋଇଛି। ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା କମିଛି। ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୫.୨ ଡିଗ୍ରୀ ରହିଛି। ରାୟଗଡ଼ାରେ ୩୪.୪ ଓ ପାରଳାଖେମୁଣ୍ଡିରେ ୩୪.୨ ରହିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର