୪୪.୩ ଡ଼ିଗ୍ରୀ ସହ #ବୌଦ୍ଧ ଦେଶର ଉତ୍ତପ୍ତ ସହର pic.twitter.com/Cyx5ck55Hn — Meteorological Centre, Bhubaneswar (@mcbbsr) April 19, 2024
ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୩ ଦିନ ମଧ୍ୟରେ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । 21 ରୁ 24 ଯାଏଁ ସାମୟିକ ଆଶ୍ୱସ୍ତି ମିଳିବ । ହେଲେ 25 ରୁ ପୁଣି ବଢିବ ତାତି ।ପ୍ରଭାବରେ ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଥିବା ବେଳେ, ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ସହ ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ ଉଷ୍ମ ଆଦ୍ର ପାଣିପାଗ ପରିସ୍ତିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।
୨୧ ରୁ ୨୪ ଯାଏଁ ସାମୟିକ #ଆଶ୍ବସ୍ତି#୨୫ରୁ ପୁଣି ବଢିବ #ତାତି !
ଆଜି ରାଜ୍ୟର ମୟୁରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି, ଏଥି ସହ ଚଳିତ ଅପ୍ରେଲ ରେ ୭ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇସାରିଛି — Meteorological Centre, Bhubaneswar (@mcbbsr) April 19, 2024
ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
ପ୍ରବଳ ଖରାରେ କାମ ନ କରିବାକୁ କଡ଼ା ଭାବେ ବାରଣ କରାଯାଇଛି। ଏ ନେଇ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ ନ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅବମାନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ।
ସିଧାସଳଖ ସୁର୍ଯ୍ୟକିରଣରେ ଆସିଲେ ବିଶେଷ ଅସୁବିଧାର ସମ୍ଭାବନା ହେବେ । ସେହିଭଳି ଚାଷୀ ମାନଙ୍କ ସହ ଗୃହ ପାଳିତ ପଶୁ ମାନଙ୍କୁ ଥଣ୍ଡା ସ୍ଥାନରେ ରହିବା ଆବଶ୍ୟକ । ଏବେର ସିଧାସଳଖ ସୂର୍ଯ୍ୟ କିରଣ ସାଧାରଣ ଲୋକଙ୍କ ପାଇଁ ବେଶ ପ୍ରଭଵ ପକାଇବ । ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଖରାରୁ ଦୂରେଇ ରହିବା ଆବଶ୍ୟକ । ଶୋଷ ନହେଲେ ବି ଯଥେଷ୍ଟ ପାଣି ପିଇବା ଉଚିତ । ପାର୍କିଂ ସ୍ଥାନରେ ଗାଡ଼ିରେ ଛୋଟ ପିଲା କିମ୍ବା ଗୃହ ପାଳିତ ପଶୁଙ୍କୁ ଛାଡିକି ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
pic.twitter.com/6XvUyoriHr — Meteorological Centre, Bhubaneswar (@mcbbsr) April 20, 2024
ଆହୁରି ପଢନ୍ତୁ ପାଣିପାଗ ଖବର...