ଆଜିକାଲି ସମସ୍ତେ ସ୍ମାଟଫୋନ ବ୍ୟବହାର କରୁଛନ୍ତି । ଡିଜିଟାଲ ଯୁଗରେ ସମସ୍ତେ ସବୁ ସମୟରେ ନିଜ ସ୍ମାଟଫୋନକୁ ବ୍ୟବହାର କରୁଛନ୍ତି । କିନ୍ତୁ ଅତ୍ୟଧିକ ବ୍ୟବହାର କଲେ ଆପଣଙ୍କର ମଧ୍ୟ ଏହି ୟୁଜର୍ସଙ୍କ ପରି ଦଶା ଭୋଗିବାକୁ ପଡିବ ।
ଆମେରିକା ଫ୍ଲୋରିଡୋର ଜଣେ ୭୧ ବର୍ଷୀୟ ବ୍ୟକ୍ତି ରେନ ରେମଣ୍ଡ ନିଜ ପତ୍ନୀ ଲିଡାଙ୍କ ସହ ରୁହନ୍ତି । ଗତ କିଛି ଦିନ ତଳେ ଉଭୟ ସ୍ବିଜରଲ୍ୟାଣ୍ଡ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ନିଜ ଫୋନରେ ଏହି ବିଲ ମେସେଜ ଦେଖି ଚମକି ପଡିଥିଲେ । ଏହି ଫୋନ ବିଲ୍ ଥିଲା ୧ କୋଟି ୧୪ ଲକ୍ଷର । ଯାହାକୁ ଦେଖାଇବା ପରେ ତାଙ୍କ ପାଦ ତଳୁ ମାଟି ଖସି ପଡିଥିଲା । ତେବେ ସଙ୍ଗେସଙ୍ଗେ ସେ କଷ୍ଟ୍ୟୁମର କେୟାରଙ୍କୁ ଫୋନ କରିଥିଲେ । ହେଲେ କଷ୍ଟ୍ୟୁମର କେୟାରର କର୍ମଚାରୀ କହିଥିଲେ କି ବିଲ ସମ୍ପୁର୍ଣ୍ଣ ଠିକ ଅଛି , ଏଥିରୋ କୌଣସି ବି ଗଡବଡ ନାହିଁ ।
ଅଧିକ ପଢନ୍ତୁ : ଏକାଥରେ ୬ଟି ଶିଶୁ ଜନ୍ମ
ଆନ୍ତର୍ଜାତୀୟ ଗଣମାଧ୍ୟମ ମୁତାବକ, ରେନ ରେମଣ୍ଡ ଭ୍ରମଣ କରିବାକୁ ଯିବା ପୂର୍ବରୁ ଟ୍ରାଭେଲ ପ୍ଲାନକୁ ନେଇ ମୋବାଇଲ ଷ୍ଟୋରରେ କଥାବାର୍ତ୍ତା କରିଥିଲେ । ଏବଂ ସେ କହିଥିଲେ କି ଏଥିରେ ଡାଟା ପ୍ଲାନ ରହିଛି ।
ଏହାପରେ ବୁଲିବାକୁ ଯିବାବେଳେ ତାଙ୍କ ଫୋନ ରୋମିଂରେ ଥିଲା । କିନ୍ତୁ ସେମାନେ ଭାବିଥିଲେ ଯେ, ସେମାନେ ନିଜର ଡାଟା ପ୍ଲାନରେ ହିଁ ନିଜର ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ସେଥିପାଇଁ ନିଜର ବନ୍ଧୁ ପରିଜନ ମାନଙ୍କୁ ଖୁବ ଭିଡିଓ କଲ କରୁଥିଲେ । କିନ୍ତୁ ଏପରି ମେସେଜ ଆସିବା ପରେ ସେମାନେ ଜାଣିବାକୁ ପାଇଥିଲେ ସେମାନେ ସମୁଦାୟ ୯.୫ ଗିଗାବାଇଟ (GB) ଡାଟା ବ୍ୟବହାର କରିଛନ୍ତି । ଯାହା ଦିନକୁ ୬ ହଜାର ଡଲାର ଭାବେ ଗଣାଯାଇଛି । ଯାହାକି ଖୁବ ଅଧିକ ଅଟେ । ତେବେ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବାପରେ ସେ କଷ୍ଟ୍ୟୁମର କେୟାରକୁ ଏତିକି ବିଲ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।