ଅଧିକ ପଢନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ : ଶ୍ରୀଲଙ୍କାରେ ମାଡିଗଲା ରେସିଂ କାର । ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କଲମ୍ବୋରେ ଆୟଜିତ ଫକ୍ସ ହିଲ୍ ସୁପର କ୍ରସ୍ ୨୦୨୪ ରେ ଏହି ଅଘଟଣ ଘଟିଛି । କାର ରେସିଂ ଚାଲିଥିବା ବେଳେ ଭାରସାମ୍ୟ ହରାଇ ମାଡିଗଲା ରେସିଂ କାର । ଯେଉଁ ଘଟଣାରେ ୭ରୁ ଉର୍ଦ୍ଧ୍ବଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ ବିଦେଶ ଖବର
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରତି ବୁଥରୁ ବିଜେପି କର୍ମୀ ଆସିବେ l ଦଶ ହଜାର କର୍ମୀଙ୍କୁ ନେଇ ନିର୍ବାଚନୀ ସାଧାରଣ ସଭା ହେବା ନେଇ କାର୍ଯ୍ୟକ୍ରମ ରହିଛି l ଏହାସହ ଖଡ଼ିଆଳ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜିରେ ଜନସଭାକୁ କରିବେ ସମ୍ବୋଧନ। ଟିଟଲାଗଡ଼ ଓ ଲୋଇସିଂହାରେ ବି ସାଧାରଣସଭାରେ କରିବେ ଯୋଗଦାନ। ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : କାଜୁ ଜଙ୍ଗଲରେ ଯୁବକଙ୍କୁ ଦଳିଦେଲା ଦନ୍ତା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ । ସୂଚନା ଅନୁସାରେ ବାଙ୍କୀ ଥାନା ଅନ୍ତର୍ଗତ ବାଁଆରା ପଞ୍ଚାୟତ କୂଅମଡ଼ା କାଜୁ ଜଙ୍ଗଲ ବାଟ ଦେଇ ୩ ଜଣ ଯୁବକ ଚନ୍ଦକା ଯାଉଥିବା ସମୟରେ ହଠାତ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ଦୁଇଜଣ ଯୁବକ ହାତୀ କବଳରୁ ଖସି ପଳାଉ ଯାଇଥିବା ବେଳେ ଜଣେ ଯୁବକ ସାମ୍ନାରେ ପଡି ଯାଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣକ ଚନ୍ଦକା ନିକଟ ଫିରିକିନାଳୀ ଗାଁର କେଦାର ଚାଟର ବୋଲି ପରିଚୟ ମିଳିଛି । ଘଟଣା ସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନ ଅଧିକାରୀ ପଂହଁଚି ତଦନ୍ତ ଜାରି ରଖିଛନ୍ତି । ତେବେ କାଜୁ ଗୋଟାଇବାକୁ ଆସିଥିବା ସମୟରେ ଏଭଳି ଘଟଣା ଘଟିଛି ବୋଲି କହିଛନ୍ତି ମୃତଙ୍କ ସମ୍ପର୍କୀୟ ।
ଅର୍ଗସ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାର ହତ୍ୟା ଘଟଣାରେ କାନାଡା ପୋଲିସ ୩ଜଣ ଭାରତୀୟଙ୍କୁ ଗିରଫ କରିଛି । ଗତବର୍ଷ ନିଜାରଙ୍କୁ ହତ୍ୟା କରାଯାଇଥିଲା । ଏହାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ଏପରିକି ନିଜାର ହତ୍ୟାକାଣ୍ଡରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ଅଭିଯୋଗ କରିଥିଲେ । କିନ୍ତୁ ଭାରତ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇଥିଲା ।
ସୂଚନା ଅନୁସାରେ, ପୋଲିସ କହିଛି ଯେ ତଦନ୍ତ ଆରମ୍ଭ ହେବା ପୂର୍ବରୁ ସେମାନେ ସେମାନଙ୍କୁ ଜାଣି ନଥିଲେ । ଆଇଆଇଆଇଟି ର ଅଧିକାରୀ ତଥା ଅଧୀକ୍ଷକ ମନଦୀପ ମୁକର ଏବଂ ଆରସିଏମପି ସହକାରୀ କମିଶନର ଡେଭିଡ୍ ଟେବଉଲ ଏବଂ ବ୍ରାୟନ ଏଡୱାର୍ଡସ ସାମ୍ବାଦିକଙ୍କ ସହ କଥାବାର୍ତ୍ତାରେ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ନିଶ୍ଚିତ କରିଛନ୍ତି ।
ଅଧିକ ପଢନ୍ତୁ ବିଦେଶ ଖବର
ସର୍ଚ୍ଚ ଅପରେସନ୍ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । କାନାଡା ଏହି ତିନି ଜଣଙ୍କୁ ଭାରତୀୟ ନାଗରିକ ବୋଲି ବର୍ଣ୍ଣନା କରୁଛି । ଜୁନ୍ ୨୦୨୩ ରେ କାନାଡାର ବ୍ରିଟିଶ କଲମ୍ବିଆରେ ଥିବା ଏକ ଗୁରୁଦ୍ୱାର ବାହାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡା ଏହି ହତ୍ୟାକାଣ୍ଡ ପାଇଁ ଭାରତକୁ ଦାୟୀ କରିଛି ।